Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୮ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟ ଆଲୋଚନାରେ ନିମଜ୍ଜିତ କରାଇବ। ବନ୍ଧୁଙ୍କ ସହଯୋଗରେ ଆର୍ଥିକ ସୁଧାର ଆସିପାରେ। ମନରେ ଦୁଃଖ ରହିଥିଲେ ମଧ୍ୟ ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। କଳା, ସାହିତ୍ୟ, ସାମ୍ବାଦିକତାରୁ ସୁଫଳ ମିଳିବ।
ବୃଷ
ବୃଷ
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ। ପୂର୍ବପରି କର୍ମକ୍ଷେତ୍ରରେ ଆଉ ସ୍ନେହ, ସଦ୍ଦିଛା ଓ ସମ୍ମାନର ଅଭାବ ମନରେ ବହୁତ କ୍ଷୋଭ ଆଣିବ। ରୋହିଣୀ ନକ୍ଷତ୍ରର ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
ମିଥୁନ
ମିଥୁନ
ମନ କଥା ଅନ୍ୟକୁ ଜଣାଇଲେ ମଧ୍ୟ ସହାନୁଭୂତି ପାଇବା ଦୁର୍ଲଭ ହେବ। ମୃଗଶିରା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଟେନସନ୍‌ ଲାଗିରହିବ। ଯେଉଁ କାମରେ ହାତ ଦେଲେ ତାହା ବିଗିଡ଼ି ଯାଉଥିବାରୁ ମନ ଭଲ ରହିବ ନାହିଁ। ଆଜି କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧନରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ।
କର୍କଟ
କର୍କଟ
ପରିସ୍ଥିତି ଅନୁକୂଳ ନ ହେବାରୁ ମନରେ ଉତ୍ସାହ ରହିବ ନାହିଁ। ପୁଣି ବିଶ୍ରାମହୀନ କାର୍ଯ୍ୟ, ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। କେତେକାଂଶରେ ଆଶା ପୂରଣ ହେବ। ପୁନର୍ବସୁ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଚାନକ ସମସ୍ୟା ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
କେତେକ କଷ୍ଟସାଧ୍ୟ କାର୍ଯ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି। ମଘା ନକ୍ଷତ୍ରର କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ସାମାଜିକ ସ୍ତରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
କନ୍ୟା
କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମ ସମ୍ପନ୍ନ କରିପାରିବେ। ହସ୍ତା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟକୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡ଼ିପାରନ୍ତି। ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି।
ତୁଳା
ତୁଳା
କୌଣସି ପ୍ରକାରର ସାହାଯ୍ୟ, ସହଯୋଗ ନ ପାଇଲେ ମଧ୍ୟ ନିଜର ଆମତ୍ବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍‌ନା କରିପାରିବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ପଡ଼ୋଶୀ ସ୍ବାର୍ଥ ହାସଲ ସକାଶେ କଳହ କରିପାରନ୍ତି। ଚିତ୍ରା ନକ୍ଷତ୍ରର କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ଦୁଶ୍ଚିନ୍ତା ବଢିଯିବ।
ବିଛା
ବିଛା
ଆଜିର କାମଗୁଡ଼ିକ ଠିକ୍‌ଠାକ୍‌ ହୋଇଯିବ। କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ବନ୍ଧୁଙ୍କ ଆଦର, ଗୌରବରେ ଅତୀତ ଦୁଃଖକୁ ପାସୋରି ଦେଇ ପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟ, ସତ୍‌ସଙ୍ଗରେ ପ୍ରଶଂସିତ ହେବେ। ଅନୁରାଧା ଦୀର୍ଘ ଦିନର ପରିକଳ୍ପିତ ନୂତନ ଯୋଜନା ପାଇଁ କର୍ମତପତ୍ର ହୋଇ ଉଠିବେ।
ଧନୁ
ଧନୁ
ଆପଣଙ୍କର ପୂର୍ବ ସମସ୍ୟା ବଦଳି ଯାଇ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସି ରହିବେ। ମୂଳା ନକ୍ଷତ୍ରର ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ଅଫିସ୍‌ କାମରେ ମଧ୍ୟାହ୍ନରେ ଟେନସନ୍‌ ବଢ଼ିପାରେ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ।
ମକର
ମକର
ଆଜି ମିଠା କଥା କହି ପ୍ରତ୍ୟେକ କାମ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ। ଶ୍ରବଣା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
ନିଜ ଲୋକଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁ ବିଚଳିତବୋଧ କରିବେ। ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଶତଭିଷା ନକ୍ଷତ୍ର ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମୀନମୀନ
ଆଜି ଆବଶ୍ୟକତାରୁ ଅଧିକ କହିବା ଅହିତକର ହେବ। ଯାହାକୁ ବିଶ୍ୱାସ କରି କିଛି ଗୋପନୀୟ କଥା କହିବେ, ସେହି ବ୍ୟକ୍ତିହିଁ ସବୁ ସମସ୍ୟା ସୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଯିବ। ରେବତୀ ନକ୍ଷତ୍ର ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri