Categories: Rasifala

ରାଶିଫଳ: ଶନିବାର, ଜାନୁୟାରୀ ୮ ତାରିଖ – Daily Horoscope

ମେଷ
ଆଜି ମାନସିକ ଅସ୍ଥିରତା ରହିଲେ ମଧ୍ୟ ବିବିଧ ପାରିବାରିକ ଓ ବୈଷୟିକ ସୁଖ ପ୍ରାପ୍ତି ଘଟିବ। ସରକାରୀ ସ୍ତରରେ ସମସ୍ୟା ସମାଧାନ, ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ଏବଂ ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ବିଦେଶ ଯାତ୍ରା, ମାଙ୍ଗଳିକ କାମ, ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ଅନୁକୂଳ ରହିବ।
ବୃଷ
କାର୍ଯ୍ୟବ୍ୟସ୍ତତାଜନିତ ମାନସିକ ଅସୁସ୍ଥତା ଓ ପାରିବାରିକ ଅସ୍ଥିରତା ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‌, ବୀମା, ଶେୟାର ବଜାର ସଙ୍ଗକୁ ବ୍ୟବସାୟିକ ସଫଳତା ହାସଲ କରିବେ। ଆତ୍ମୀୟଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ଦୂରଯାତ୍ରାରେ ଅଜଣା, ଅଶୁଣା ସନ୍ଦିଗ୍ଧ ଲୋକମାନଙ୍କ ପ୍ରତି ସତର୍କତା ରକ୍ଷା କରିବା ଭଲ।
ମିଥୁନ
ନୀରବତା ପରିହାର କରି ପାରିବାରିକ ସମସ୍ୟାର ସମାଧାନ ଚେଷ୍ଟା କରିବା ଭଲ । ଅର୍ଥ ସାହାଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇପାରନ୍ତି। ସଙ୍ଗଠନ, ଭ୍ରମଣ, ସଭା ସମିତି, କଳା ସାହିତ୍ୟ ଓ ଆନୁଷ୍ଠାନିକ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ମାଲିମକଦ୍ଦମା ହେତୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ।
କର୍କଟ
ଆଜି ଦିନଟି ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ବାଭାବିକ କରାଇବାରେ ସାହାଯ୍ୟ କରିବ। ସାମାଜିକ ସ୍ତରରେ ସମସ୍ୟାଗୁଡ଼ିକ କ୍ରମଶଃ ଅପସରି ଯିବାର ଲକ୍ଷ୍ୟ କରିବେ। ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟରେ ପ୍ରତିଷ୍ଠାର୍ଜନ କରିପାରନ୍ତି।
ସି˚ହ
ଆତ୍ମୀୟମାନଙ୍କ ସହାନୁଭୂତି ମାନସିକ ଦୁଃଖକୁ ସାମୟିକ ଲାଘବ କରିବ। ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପର ବନ୍ଧୁ ମିଥ୍ୟା ଅଭିଯୋଗ କରି ଭାବମୂର୍ତ୍ତିକୁ କଳଙ୍କିତ କରିବାର ଅପଚେଷ୍ଟା କରିପାରନ୍ତି। ଶିଳ୍ପ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ।
କନ୍ୟା
ଆଜି ପୂର୍ବାଫାଲଗୁନୀ ନକ୍ଷତ୍ର କୌଣସି ବିୟୋଗାନ୍ତକ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଗୃହ, ଜମିଜମା, ମୂଲ୍ୟବାନ ଦ୍ରବ୍ୟ କ୍ରୟଜନିତ ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ମନ ଅସ୍ଥିର ରହିବ। ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ସମସ୍ୟା ସୃଷ୍ଟି କରିପାରନ୍ତି।
ତୁଳା
ପରିସ୍ଥିତିର ତାଡନାରେ ଉତ୍ତେଜିତ ନ ହୋଇ ନିୟନ୍ତ୍ରଣ ଭିତରେ ରହିବା ଭଲ। ସାମାଜିକ, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବାରରେ ତର୍କ ଓ ବିବାଦକୁ ରୋମନ୍ଥନ କରି ପରିବେଶକୁ ଅସୁସ୍ଥ କରିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ହୋଟେଲ ଶିଳ୍ପ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ।
ବିଛା
ଆଜି କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କଲେ ନିରାଶ ହେବାକୁ ପଡ଼ିବ ନାହିଁ। ପରିବାର କ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଭାଗ୍ୟବାନ ମନେ କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ, ପବ୍ଲିକେଶନ, ବ୍ୟବସାୟ ଭଲରେ ଚାଲିବ।
ଧନୁ
ସ୍ବାସ୍ଥ୍ୟ ଭଲ ରହିବ ଏବଂ ସ୍ଥଗିତ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟ, ଶିଳ୍ପ, ପରିବହନରେ ସମସ୍ୟା କ୍ରମଶଃ ଦୂରେଇ ଯିବ। ଗୃହସୀମାକୁ କେନ୍ଦ୍ରକରି ବିବାଦୀୟ ଘଟଣା ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟାଙ୍କ, ସୋସାଇଟି ସ୍ତରରେ ଋଣ ପରିଶୋଧ କରିବା ସକାଶେ ମାନସିକ ବ୍ୟଗ୍ରତା ଅନୁଭବ କରିବେ।
ମକର
ବନ୍ଧୁଟିଏ ସ୍ବାର୍ଥହାନି ହେବା କାରଣରୁ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ଦୀର୍ଘ ଦିନହେଲା ସ୍ଥଗିତ ରହିଯାଇଥିବା କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। ଆଶାକରିଥିବା ଦିଗରୁ ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରିପାରନ୍ତି।
କୁମ୍ଭ
ସମସ୍ୟା ଦୂରେଇବା ସକାଶେ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହାନୁଭୂତି ଆବଶ୍ୟକ ମନେ କରିପାରନ୍ତି। ସ୍ବାର୍ଥସାଧନର ଦୂରଭିସନ୍ଧି ରଖି ଆତ୍ମୀୟ ଅସହଯୋଗ ଆଚରଣ କରିବେ। ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ଦେଖାଦେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ସଂଗଠନ ତଥା ରାଜନୈତିକ କ୍ଷେତ୍ରରେ ସୁଫଳ ପାଇବେ।
ମୀନ
ଯେଉଁ ପରିବେଶ ହେଉନା କାହିଁକି ତାହାକୁ ସୁଧାରିନେବାର ପ୍ରଯନତ୍ କରିପାରନ୍ତି। ରାଜନୀତି, ପ୍ରଶାସନ, ସଂଗଠନ, କଳ କାରଖାନା, ଫାର୍ମ, ଫ୍ୟାକ୍ଟ୍ରି କ୍ଷେତ୍ରରେ ଉନ୍ନତି କରିବେ। ବକେୟା ଅର୍ଥପ୍ରାପ୍ତି ପାଇଁ ଆଲୋଚନାରେ ଅଗ୍ରଗତି ଘଟିପାରେ। ସହକର୍ମୀଙ୍କ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି ।