Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିବ। ଭୁଲ୍‌ ବୁଝାମଣାଜନିତ କଳହ ହେତୁ ଅଶାନ୍ତିର ଆଶଙ୍କା ରହିଛି। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
କେତୁଙ୍କ ଅବସ୍ଥିତିରୁ ନିଜ ଲୋକମାନଙ୍କ ବିରୋଧ ସଙ୍ଗକୁ ବିଭିନ୍ନ ପ୍ରକାରର ଅସୁବିଧାର ସାମନା କରିବାକୁ ପଡ଼ିବ। ଅନ୍ୟମାନଙ୍କୁ ଯେତେ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡ଼ି ଦେଇପାରେ। ପରିବାରର ଆବଶ୍ୟକତାକୁ ନେଇ ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖର୍ଚ୍ଚାନ୍ତ ହୋଇପାରନ୍ତି।
ମିଥୁନ
ତୃତୀୟସ୍ଥ କେତୁ ଯୁକ୍ତ ଚନ୍ଦ୍ର ଯୋଗୁ ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି ବିବାଦ ଲାଗି ରହିପାରେ। ଯାତ୍ରାକାଳୀନ ରାସ୍ତାରେ ନିଜର ଅସାବଧାନତା ଓ ଅନ୍ୟମନସ୍କ ହେତୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଆଲୋଚନା ସମୟରେ ତର୍କ ଓ ବିବାଦୀୟ ମନ୍ତବ୍ୟ କଳହର କାରଣ ହୋଇପାରେ।
କର୍କଟ
ଆଜିର ଗୁରୁମଙ୍ଗଳ ଯୋଗ ସୁଖସୁବିଧା ସାଙ୍ଗକୁ ଆଶା ପୂରଣରେ ସହାୟକ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କୁ ଅର୍ଥସାହାଯ୍ୟ ପାଇଁ ନିବେଦନ କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଶିକ୍ଷାା, ସନ୍ତାନ ଓ ପ୍ରେମ କାରବାରରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ସି˚ହ
ରାଶ୍ୟାଧିପତି ରବିଙ୍କ ବଳହୀନତାଜନିତ ଶାରୀରିକ ଅସୁସ୍ଥତା ଯୋଗୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ଲାଗିରହିବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବନ୍ଧୁଙ୍କ ଘରୋଇ ସମସ୍ୟାର ସମାଧାନରେ ସହଯୋଗ କାରଣରୁ ପ୍ରଶଂସିତ ହେବେ।
କନ୍ୟା
ଧନସ୍ଥାନରେ ବୁଧ ଏବଂ ଶୁକ୍ରଙ୍କ ସଂଯୋଗ ଆର୍ଥିକ ଉନ୍ନତି ସହ ବନ୍ଧୁବତ୍ସଳ ହେବେ। ଶୁକ୍ରଙ୍କ ସୁପ୍ରଭାବରୁ ମନ ଖୁସୀ ରହିଲେ ମଧ୍ୟ ଚନ୍ଦ୍ର ପ୍ରଭାବରୁ ଅସ୍ଥିରତା ଲାଗି ରହିବ। ଅଟକିଥିବା କାମକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଦୀର୍ଘ ଦିନରୁ ସାଧାରଣ କଥାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବାର ଆଶା କରାଯାଇପାରେ।
ତୁଳା
ଲାଭଭାବରେ ଚନ୍ଦ୍ର ଥିବାରୁ ଅଭିଳାଷ ପୂରଣ ଦିଗରେ ଚେଷ୍ଟାକଲେ ସଫଳତା ପାଇବେ। ରାହୁଙ୍କ କୁପ୍ରଭାବରୁ କୌଣସି ବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି ପରିସ୍ଥିତିକୁ ସରଗରମ କରିଦେଇପାରେ। ରାଶିରେ ଶୁକ୍ରଙ୍କ ଅବସ୍ଥିତି ଯୋଗୁ ଶାରୀରିକ ସୁସ୍ଥତା ରହିବ। ବାରମ୍ବାର ସରକାରୀ କାମରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ଭାଗ୍ୟସ୍ଥାନରେ ରାଶ୍ୟାଧିପତି ସହିତ ବୃହସ୍ପତି ଥିବାରୁ କର୍ମକ୍ଷେତ୍ରରେ ସମ୍ମାନ ସହିତ ବିଜ୍ଞଜନଙ୍କ ପ୍ରଶଂସାଭାଜନ ହୋଇପାରନ୍ତି। କିନ୍ତୁ ଈର୍ଷାପରାୟଣ କେତେକ ବ୍ୟକ୍ତିଙ୍କ ସମାଲୋଚନା ମନକୁ କଷ୍ଟ ଦେଇପାରେ। ଆଜି ପାରିବାରିକ, ବ୍ୟବସାୟିକ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତି ମଧ୍ୟ ସନ୍ତୋଷଜନକ ରହିପାରେ।
ଧନୁ
ଚତୁର୍ଥଭାବସ୍ଥ ଶନି ପ୍ରଭାବରେ ଘରେ ଅଶାନ୍ତିର ସାଙ୍ଗକୁ କର୍ମକ୍ଷେତ୍ରରେ ଉତ୍ତେଜନା ଦେଖାଦେବ। ବନ୍ଧୁଙ୍କ କଥା ରକ୍ଷା କରିବାକୁ ଯାଇ ନିଜ କାମରେ ଅବହେଳା କରିପାରନ୍ତି। ଆନୁଷ୍ଠାନିକ କାମ, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବେ। ସାଙ୍ଗଠନିକ କାର୍ଯ୍ୟ, ସାମ୍ବାଦିକତା, ପ୍ରକାଶନ, ଲୋକସମ୍ପର୍କ କ୍ଷେତ୍ରରେ ସଫଳତା ପାଇବେ।
ମକର
ରାଶ୍ୟାଧିପତିଙ୍କ ଦୁର୍ବଳତାଜନିତ ସ୍ବାସ୍ଥ୍ୟହାନି ସାଙ୍ଗକୁ ପଡ଼ୋଶୀଙ୍କ କଟୁମନ୍ତବ୍ୟ ଦୁଃଖର କାରଣ ହେବ। ଆଜି ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି ତାହା ଶୀଘ୍ର ଆରମ୍ଭ କରିବା ଭଲ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସମାଧାନ କରିବେ। ପ୍ରଶାସନିକ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦୂର କରିବା ସକାଶେ ଆଲୋଚନା ଅବ୍ୟାହତ ରଖିପାରନ୍ତି।
କୁମ୍ଭ
ସପ୍ତମସ୍ଥ କେତୁଙ୍କ ଯୋଗୁ ଯାତ୍ରା ସମୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ରହିଥିବା ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ବ୍ୟବସାୟିକ ଦିଗରୁ ଦିନଟି ଭଲ କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ନ ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଉପରିସ୍ଥଙ୍କୁ ସନ୍ତୁଷ୍ଟ କରିବା କଷ୍ଟକର ହୋଇପାରେ।
ମୀନ
ଚତୁର୍ଥାଧିପତି ଅଷ୍ଟମସ୍ଥ ଯୋଗୁ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଠିକ୍‌ ହେବନାହିଁ ।
ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ସୂଚନା ପାଇପାରନ୍ତି। ସଙ୍ଗୀତ, ସାହିତ୍ୟଚର୍ଚ୍ଚା, ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନରୁ ଖୁସି ହୋଇପାରନ୍ତି। ଦୁର୍ବଳ ଆର୍ଥକ ସ୍ଥିତି ଯୋଗୁ ଋଣଗ୍ରସ୍ଥ ହେବାକୁ ପଡ଼ିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.