ମେଷ

ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ପାଇବେ। ଇଚ୍ଛା ବିରୋଧରେ କାମ କରି ଅନୁତପ୍ତ ହେବେ। କେତୁଙ୍କ ସ୍ଥିତି ଶିକ୍ଷା, ସନ୍ତାନ ଏବଂ ସୁସ୍ଥଚିନ୍ତାଧାରାରେ ପ୍ରତିବନ୍ଧକ ସୃଷ୍ଟି କରିପାରେ।
ବୃଷ

ରାଶିରେ ଶୁକ୍ରଙ୍କ ଅବସ୍ଥିତି ଶାରୀରିକ ସୁସ୍ଥତା ସଙ୍ଗକୁ ପାରିବାରିକ ସହଯୋଗ ମନୋବଳ ବଢ଼ାଇବ। ବାହାର ଲୋକଙ୍କଠାରୁ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସହକର୍ମୀ କିମ୍ବା ପଡ଼ୋଶୀଙ୍କଠାରୁ ଅର୍ଥ ସାହାଯ୍ୟଲାଭ କରି କାମ ହାସଲ କରିବେ।
ମିଥୁନ

ସ୍ବଗୃହୀ ବୁଧ ବୌଦ୍ଧିକତା ଓ ବନ୍ଧୁସମ୍ପର୍କକୁ ଦୃଢୀଭୂତ କରାଇ କାର୍ଯ୍ୟ ହାସଲରେ ସାହାଯ୍ୟ କରିବେ। ବ୍ୟବସାୟକୁ ନୂତନ ରୂପ ଦେବାର ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଆଜି ଜଣେ ବନ୍ଧୁ ଆର୍ଥିକ ଓ ବାଚନିକ ସାହାଯ୍ୟ କରିବେ। ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ମଧ୍ୟ ହେବାର ସୂଚନା ରହିଛି।
କର୍କଟ

ଗଜକେଶରୀ ଯୋଗ ପ୍ରଭାବରେ ଦୀର୍ଘଦିନର ପ୍ରତୀକ୍ଷା ପରେ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଭୁଲ୍ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଟଣାଓଟରା ଦେଖା ଦେଇପାରେ। ପ୍ରକାଶନ, ରାଜନୀତି, ଆଇନ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇପାରନ୍ତି।
ସି˚ହ

ରବିଙ୍କ ଉଚ୍ଚାବସ୍ଥାନଜନିତ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇ ସମସ୍ୟା ସମାଧାନ କରିବେ। ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାକୁ ପଡ଼ିପାରେ। ସରକାରୀ ସ୍ତରରୁ ଆଶା କରିଥିବା ଖବର ପାଇ ଖୁସି ହୋଇପାରନ୍ତି। ଆରୋଗ୍ୟଲାଭ, ବ୍ୟବସାୟିକ ଉନ୍ନତି ଓ କାର୍ଯ୍ୟସିଦ୍ଧି ଜନିତ ଖୁସି ଅନୁଭବ କରିବେ।
କନ୍ୟା

ଅଷ୍ଟମସ୍ଥ ଅସ୍ତଗତ ବୁଧ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ସହ ପରିସ୍ଥିତିକୁ ସରଗରମ କରିବ। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର୍ୟ କଲେ ବିଶେଷ ଭାବରେ ଉପକୃତ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ପୂର୍ବ ଆଲୋଚନାନୁଯାୟୀ ଦୂରଯାତ୍ରା ସକାଶେ ପ୍ରସ୍ତୁତ ହୋଇପାରନ୍ତି।
ତୁଳା

ଚନ୍ଦ୍ରଙ୍କ ସ୍ଥିତିରୁ ବହୁ ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଆତ୍ମୀୟଙ୍କଠାରୁ ସାହାଯ୍ୟ ଲାଭ କରିବେ। ବିବାଦୀୟ ଘଟଣାର ଦିଗ ବଦଳି ମାନସିକ ଅସ୍ଥିରତା ସୃଷ୍ଟି କରିବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ବିଛା

ଶନି ସହ ମଙ୍ଗଳଙ୍କ ସଂଯୋଗ ମାନସିକ ସ୍ତରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବ। ବନ୍ଧୁ ସ୍ବାର୍ଥବାଦୀ ହୋଇପଡିବା ଫଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସାହିତ୍ୟ, କ୍ରୀଡା, କୀର୍ତ୍ତନ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆଲୋଚନା ପରିସରରେ ବ୍ୟବହାରିକ କୌଣସି ବ୍ୟତିକ୍ରମ କଳହର କାରଣ ହୋଇପାରେ।
ଧନୁ

ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ରାହୁଙ୍କ ପ୍ରଭାବରେ କେତେକ କ୍ଷେତ୍ରରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅସଫଳତାକୁ କେନ୍ଦ୍ର କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନର ଆଶା ରହିଛି।
ମକର

ଅନୁକୂଳ ଗ୍ରହସ୍ଥିତି ଅଭାବରୁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଅବଶ୍ୟ ରବିଙ୍କ ସୁପ୍ରଭାବରୁ ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍ଫୁଲ୍ଲିତ ହେବେ। ସାମାଜିକ ସ୍ତରରେ କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।
କୁମ୍ଭ

ସାମାଜିକ ସ୍ତରରେ ଯାହା କହିବେ ଅଳ୍ପ କହିବେ କିନ୍ତୁ ମରମ କଥାଟି କହି ଶତ୍ରୁତାକୁ ଡାକି ଆଣିବେ। ବାଣିଜ୍ୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଗ୍ରହସ୍ଥିତିର ସୁପ୍ରଭାବରୁ ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲନ୍ତୁ ନିଶ୍ଚିତ ସଫଳତା ପାଇବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇ ପାରନ୍ତି।
ମୀନ
ପାପଗ୍ରହ ପ୍ରଭାବରୁ ମନ କଥା ମନରେ ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.