Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟାଧିପତି ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମରେ ପଛକୁ ଫେରିବେ ନାହିଁ। କିନ୍ତୁ ଚତୁର୍ଥାଧିପତି ପାପାକ୍ରାନ୍ତ ଯୋଗୁ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହି ନ ପାରେ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବାର ଆଶା ରହିଛି।
ବୃଷ
ବୃଷ
ପରିବାରରେ ମତଭେଦ କିମ୍ବା ଅସୁସ୍ଥତା ଭଳି ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ବିଶେଷ ଖର୍ଚ୍ଚାନ୍ତ ହୋଇପାରନ୍ତି। ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିବେ। ଦୀର୍ଘଦିନରୁ ରହିଥିବା ବ୍ୟାଙ୍କ କିମ୍ବା ସୋସାଇଟିର ଋଣ ପରିଶୋଧ କରିବାରେ ସଫଳ ହେବେ।
ମିଥୁନ
ମିଥୁନ
ଆଜି ପରିସ୍ଥିତିବଶତଃ ଆପଣଙ୍କୁ ନିଜର ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଦେବେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ବିଭିନ୍ନ ସମସ୍ୟା ଦେଇ ଯିବାକୁ ହେବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ।
କର୍କଟ
କର୍କଟ
କାର୍ଯ୍ୟଭାରର ବୋଝ ଆପଣଙ୍କୁ ଅତିଷ୍ଠ କରିପାରେ। ନୂତନ ସ୍ଥାନ, ନୂଆ କାମ, ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ନିଜକୁ ସାମାନ୍ୟ ସଂକୁଚିତ ବୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ। ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ଯୋଗୁ ବିତର୍କର ଆଶଙ୍କା ରହିଛି।
ସି˚ହ
ସି˚ହ
ଈର୍ଷା ଓ ଅସୂୟାଜନିତ ଅନ୍ୟମାନେ ପଛରେ ସମାଲୋଚନା କରିପାରନ୍ତି। କେତେକ ପରିସ୍ଥିତିରେ ମନ କଥା ଅପ୍ରକାଶ୍ୟ ରହିଯାଇପାରେ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇବାରୁ କ୍ଷୋଭ ପ୍ରକାଶ କରିବେ। ନିର୍ମାଣାଧୀନ କାର୍ଯ୍ୟ, ପ୍ରତିଯୋଗିତା, ଆନୁଷ୍ଠାନିକ କାମରେ ପ୍ରଶଂସା ସାଉଁଟିବେ।
କନ୍ୟା
କାର୍ଯ୍ୟଦକ୍ଷତା ସାଙ୍ଗକୁ ଶାଳୀନତାପୂର୍ଣ୍ଣ ବ୍ୟବହାର ଯୋଗୁ ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ଯାହା ବିଷୟରେ ଆଲୋଚନା କରୁଥିବେ, ତାହାକୁ ନିକଟରେ ଦେଖି ହଡ଼ବଡ଼େଇ ଯିବେ। ଆଜିର ଯାତ୍ରା, ସଭାସମିତି, ପ୍ରଶାସନ ଓ ରାଜନୈତିକ ସ୍ଥିତି ସନ୍ତୋଷଜନକ ରହିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡ଼କୁ ଅଙ୍ଗୁଳି ଉଠାଇପାରେ। ଆର୍ଥିକ ଅଭାବ ଇଚ୍ଛା ପୂରଣରେ ବାଧା ସୃଷ୍ଟି କରିବାର ସୂଚନା ରହିଛି। ରାଜନୀତି, ନିର୍ମାଣ ଓ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଆଲୋଚନାରେ, ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମ ସକାଶେ କୌଣସି ଅସୁବିଧା ରହିବ ନାହିଁ।
ବିଛା
ବିଛା
ଆଜିର କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି, ସଭାସମିତି, ପ୍ରଶାସନ ଓ ଜମଜିମା କାରବାର ପାଇଁ ଦିନଟି ଭଲ। ଭଲ ପଡ଼ୁନଥିବା ନିଜ ପରିସରର ଲୋକ ଅପଯଶ ଗାଇ ବୁଲିପାରନ୍ତି। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇ ଦ୍ୱନ୍ଦ୍ୱରେ ପଡ଼ିବେ। ଅବଶ୍ୟ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକ ପ୍ରକାର ଖୁସି ରହିବ।
ଧନୁ
ଧନୁ
ଆର୍ଥିକ ସ୍ଥିତି ମଜଭୁତ ରହିବ। ଦୁଃସାହସିକ ପଦକ୍ଷେପ କର୍ମକ୍ଷେତ୍ରର ପ୍ରତିବନ୍ଧକକୁ ହଟଇଦେବ। ଆଗମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ମାଲି ମକଦ୍ଦମାରେ ବିଳମ୍ବଜନିତ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କଚେରି ମାମଲାରେ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବାର ସୂଚନା ରହିଛି।
ମକର
ମକର
କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ବନ୍ଧୁଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହେବେ। ବନ୍ଧୁମାନଙ୍କ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଖର୍ଚ୍ଚଭାର ବୃଦ୍ଧି ମାନସିକ ଅଶାନ୍ତିର କାରଣ ହୋଇପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ ।
କୁମ୍ଭ
କୁମ୍ଭ
ଆଜି ସମସ୍ୟାର ସମାଧାନ ସାଙ୍ଗକୁ ଋଣ ପରିଶୋଧ କରି ଆଶ୍ୱସ୍ତି ଲାଭ କରିବେ। ପାରସ୍ପରିକ ଆଲୋଚନାରେ ବିବାଦୀୟ ଘଟଣା ଅମୀମାଂସିତ ରହିଯାଇପାରେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହେବାର ପୂର୍ଣ୍ଣ ସୂଚନା ରହିଛି। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବେ।
ମୀନମୀନ

କର୍ମକ୍ଷେତ୍ରରେ ସମସ୍ୟା ଆପଣାଛାଏଁ ସୁଧୁରି ଯିବାରୁ ଆଶ୍ୱସ୍ତି ଲାଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ କୌଶଳ ପ୍ରୟୋଗ କରି ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ। ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ର୍ରଶଂସିତ ମଧ୍ୟ ହେବେ। କିନ୍ତୁ ବନ୍ଧୁଙ୍କ ସହାୟତାରେ ପାଇଥିବା ସୁଯୋଗର ସଦ୍‌ବ୍ୟବହାର କରିପାରିବେ ନାହିଁ।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତି କାରଣରୁ ମାନସିକ ସୁସ୍ଥତା ସାଙ୍ଗକୁ ଅର୍ଥ ସମ୍ପଦ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଶନିବାର, ନଭେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ମୃଗଶିରା ନକ୍ଷତ୍ରରେ ରହି ଯାତ୍ରା, ବ୍ୟବସାୟ, ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୭ ତାରିଖ – Daily Horoscope

ମେଷ ଆଜି ବିଳାସକାରକ ଶୁକ୍ର କୋଣାଧିପତି ରବିଙ୍କ ସହ ଅବସ୍ଥାନକରି ପାରିବାରିକ ଜୀବନକୁ ରସାଣିତ କରିବେ। ବସ୍ତ୍ରଭୂଷଣ ପ୍ରାପ୍ତି , ହସଖୁସିର ବାତାବରଣ ମଧ୍ୟରେ ଦିନଟି...

ରାଶିଫଳ: ବୁଧବାର, ନଭେମ୍ବର ୬ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ମନରେ ଅସ୍ଥିରତା ଲାଗି ରହିବାରୁ ଅନ୍ୟମାନଙ୍କ କଥା ଠିକ୍‍ ଥିଲେ ମଧ୍ୟ...

ରାଶିଫଳ: ମଙ୍ଗଳବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଶନି ସହ ଚନ୍ଦ୍ରଙ୍କ ସଂଯୋଗ ନିରୁତ୍ସାହିତ କରିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଆନୁଷଙ୍ଗିକ ସହଯୋଗ ଅଭାବରୁ କୌଣସି କାମ ସମ୍ପନ୍ନ କରି...

ରାଶିଫଳ: ସୋମବାର , ନଭେମ୍ବର ୩ ତାରିଖ – Daily Horoscope

ମେଷ ପୂର୍ବରୁ ସ୍ଥିରୀକୃତ କୌଣସି କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି।...

ରାଶିଫଳ: ରବିବାର, ନଭେମ୍ବର ୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ବି...

ରାଶିଫଳ: ଶନିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri