Posted inRasifala

ରାଶିଫଳ: ରବିବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବେ। ବିବାଦୀୟ ପରିସ୍ଥିତିରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ।
ବୃଷ
ବୃଷ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସାମାଜିକ ସ୍ତରରେ ସଭା ସମିତିରେ ପ୍ରଶଂସିତ ହେବେ। ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍‌ଶିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ବିଳମ୍ବରେ ସଫଳତା ପାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
କର୍କଟ
କର୍କଟ
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ସି˚ହ
ସି˚ହ
ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ମଘା ନକ୍ଷତ୍ରର ଅତୀତର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା
ଆକସ୍ମିକ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଠିକଣା ଜାଗାରେ ପ୍ରିୟ ଲୋକଟିକୁ ନ ପାଇ ବ୍ୟସ୍ତ ହୋଇ ପଡିବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଅନଟନ ହେତୁ ବିଭିନ୍ନ ପ୍ରକାରର ଯୋଜନା କରିବେ।
ତୁଳା
ତୁଳା
ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିସ୍ଥିତିକୁ ଲକ୍ଷ୍ୟ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସଭାସମିତିରେ ଯୋଗ ଦେଇ ଲାଭବାନ୍‌ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ବିଛା
ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ବନ୍ଧୁମାନଙ୍କ ସାହାଯ୍ୟରୁ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ପାରିବାରିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମକର
ମକର
ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଫିସ୍‌ କାମରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କୁମ୍ଭ
କୁମ୍ଭ
ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ବିବାଦୀୟ ସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ

ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ ଦହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଟେନସନ୍‌ କମିଯିବ ଓ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇପାରନ୍ତି। ବିଭିନ୍ନ ପ୍ରକାରର ଭୋଗବିଳାସରେ ବାଧାବିଘ୍ନ ଘଟପାରେ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri