Posted inRasifala

ରାଶିଫଳ: ଶନିବାର, ମେ ୩ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନକୁ ଚନ୍ଦ୍ର ଅବଲୋକନ କରୁଥିବାରୁ କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାର ସହ ଆଲୋଚନା କରିପାରନ୍ତି। ସରକାରୀ ସ୍ତରରୁ ଉପକୃତ ହେବା ସହ ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ନୂଆ ବ୍ୟବସାୟ ଯୋଡିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ବୃଷ
ରବି ଉଚ୍ଚରାଶିରେ ଥିବାରୁ ସହକର୍ମୀ ସହାନୁଭୂତି ସହ କାମ ହାସଲରେ ସାହାଯ୍ୟ କରିବେ। ବନ୍ଧୁଙ୍କ ସହ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଆଗାମୀ ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ। ଆଇନ ସହାୟତା ଲାଭପୂର୍ବକ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ଧନାଧିପ ରାଶିରେ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସହ ଅର୍ଥ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବେ। ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ଆଜି ପାଇଯିବେ। ଶୁକ୍ରଜନିତ ସାହିତ୍ୟ, ସଙ୍ଗୀତ କାର୍ଯ୍ୟକ୍ରମ ପ୍ରୀତିପ୍ରଦ ହେବ। ପରିବାରରେ ପାରସ୍ପରିକ ସହମତିରେ କାମ କଲେ ଉପକୃତ ହେବେ।
କର୍କଟ
କର୍କଟ
କେନ୍ଦ୍ର କୋଣାଧିପ ମଙ୍ଗଳଙ୍କ ଦୁର୍ବଳତାଜନିତ କର୍ମକ୍ଷେତ୍ରରେ ଅସଫଳତା ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଅବଶ୍ୟ ଉଚ୍ଚସ୍ଥ ଶୁକ୍ରଙ୍କ ପ୍ରଭାବରେ ସାହିତ୍ୟ, ସାମ୍ବାଦିକତା, କ୍ରୀଡା,କଳା,ସଙ୍ଗୀତ ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଦାୟିତ୍ୱ ନିର୍ବାହକରି ଆଶ୍ୱସ୍ତି ଲଭିବେ।
ସି˚ହ
ସି˚ହ
ଭୂସୁତ ବ୍ୟୟଭାବରେ ରହିଥିବାରୁ ଜାଗାବାଡ଼ି କ୍ରୟବିକ୍ରୟ ସକାଶେ ମନସ୍ଥ କରିପାରନ୍ତି। ନିଜର ଉଚ୍ଚପଦସ୍ଥ ସମ୍ପର୍କୀୟଙ୍କ ସହଯୋଗରୁ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ କାମ କରିପାରନ୍ତି । ପାରିବାରିକ ସ୍ତରରେ ଅସୁବିଧା ସୃଷ୍ଟି ଲକ୍ଷ୍ୟ କରିପାରନ୍ତି।
କନ୍ୟା
ଲାଭାଧିପ କର୍ମସ୍ଥାନରେ ରହିଥିବାରୁ ଯାହା ପାଇବା ସକାଶେ ଆଶା ବାନ୍ଧିଛିନ୍ତି ତାହା ପୂରଣ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିପାରେ। ସମ୍ପର୍କୀୟଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବ ।
ତୁଳା
ତୁଳା
ଶନିଙ୍କ ଦୁଃସ୍ଥାନାବସ୍ଥାନ ହେତୁ ପାରିବାରିକ କ୍ଷେତ୍ରରେ ମତାନ୍ତରର ଆଶଙ୍କା ଦେଖାଦେଇପାରେ। ରବିଙ୍କ ପ୍ରଭାବରେ ସରକାରୀ ସ୍ତରରେ ଅଟକି ରହିଥିବା କାମ ଓ ପ୍ରତୀକ୍ଷିତ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟସାଧନ କରିବେ।
ବିଛା
ବିଛା
ଅଷ୍ଟମସ୍ଥ ଚନ୍ଦ୍ର ସାଙ୍ଗକୁ ନୀଚସ୍ଥ ମଙ୍ଗଳଜନିତ ଦୁର୍ଭାବନା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁଙ୍କ ସହାୟତାରେ, ବୟସ୍କଙ୍କ ପରାମର୍ଶରେ, ଆଲୋଚନା ମାଧ୍ୟମରେ କାମକଲେ ଉପକୃତ ହୋଇପାରିବେ। ଆର୍ଥିକ ସ୍ଥିତି, ବନ୍ଧୁସମ୍ପର୍କ, ସ୍ଥଗିତକାମ ଏବଂ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ।
ଧନୁ
ଧନୁ
ଅଷ୍ଟମାଧିପତି ସପ୍ତମସ୍ଥ ଯୋଗୁ ସାଧାରଣକଥାକୁ କେନ୍ଦ୍ରକରି ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ବିତର୍କ ସୃଷ୍ଟିହେବ। ଅଫିସିଆଲି କାମରେ ଟେନ୍‌ସନ ବୃଦ୍ଧି ପାଇପାରେ। ମନ ଭିତରେ ଭୟ ଓ ଆଶଙ୍କା ଭରି ରହିଥିଲେ ମଧ୍ୟ ଜିଦ୍‌ରେ ଅଟଳ ରହିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ମକର
ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ପରିସ୍ଥିତି ଭଲ ଦିଗକୁ ଗତି କରିବ। ନୂତନ ଗୃହ, ଯାନବାହନ, ମୂଲ୍ୟବାନ ଦ୍ରବ୍ୟ, ନିର୍ମାଣ ଓ କିଣାବିକା କ୍ଷେତରେ ଆଶା ପୂରଣ ହେବ। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ପଶ୍ଚାନ୍ତେ ମନସ୍ତାପ କରିବାକୁ ପଡିବ । ବନ୍ଧୁ କରୁଥିବା କାର୍ଯ୍ୟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଦୃଢ଼ ମନୋବଳ ଓ ଧୈର୍ଯ୍ୟ ପ୍ରତ୍ୟେକ କାମ ପାଇଁ ସଫଳତାର ପୃଷ୍ଠଭୂମି ପାଲଟିଯିବ। ସଭା ସମିତିରେ କିମ୍ବା ପରିବାର ଓ ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷା କରି ମନ୍ତବ୍ୟ ଦେଇପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇବେ। ଶିଳ୍ପ,ବାଣିଜ୍ୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ

ରାଶିରେ ଚତୁଃଗ୍ରହ ରହିଥିବାରୁ ଦୈହିକ ଓ ମାନସିକ ଅସୁସ୍ଥତା ନିରୁତ୍ସାହିତ କରିବ। ବାଣିଜ୍ୟରେ କ୍ଷତିର ସାମ୍ନା କରି ଆର୍ଥିକ ସମସ୍ୟାରୁ ଲୋନ୍‌ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଶିକ୍ଷା, ସନ୍ତାନ, ସଭାସମିତି,ସାହିତ୍ୟରେ ସମସ୍ୟାର ସମାଧାନ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri