Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥାନରେ ଚନ୍ଦ୍ର ଯୋଗୁ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ଅଶ୍ୱିନୀ ନକ୍ଷତ୍ର ଭୁଲ୍‌ ବୁଝାମଣାବଶତଃ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଅଫିସରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ରବି ଓ ରାହୁଙ୍କ ସଂଯୋଗଜନିତ ଅର୍ଥ ସମ୍ପର୍କକୁ ନେଇ ଆତ୍ମୀୟମାନେ କଳହ ସୃଷ୍ଟି କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଯାହାଦ୍ୱାରା କି କାମଟି ଅପୂର୍ଣ୍ଣ ରହିଯାଇପାରେ। କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କ ଅର୍ଥର ଆବଶ୍ୟକତା ଦେଖାଦେବ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ପାଇଁ ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ଫାଇଦା ହାସଲ ଲାଗି ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ। ପରିବାରରେ ପରିସ୍ଥିତିକୁ ଯଥାସାଧ୍ୟ ନିୟନ୍ତ୍ରଣ ମଧ୍ୟରେ ରକ୍ଷା କରିବାରେ ସମର୍ଥ ହେବେ। ଆର୍ଥିକ ଦିଗରୁ ଯେତେ ପାଇଲେ ମଧ୍ୟ ଅଭାବ ପିଛା ଛାଡ଼ିବ ନାହିଁ।
କର୍କଟ
କର୍କଟ
ଦୈହିକ ଦୁର୍ବଳତା ଯୋଗୁ ମନବଳ ଦୁର୍ବଳ ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ପୁନର୍ବସୁ ନକ୍ଷତ୍ର ଆଜିର ଆନୁଷ୍ଠାନିକ କାମରୁ ଖୁସି ରହିବେ। କର୍ମକ୍ଷେତ୍ର, ପ୍ରକାଶନ, ମନୋରଞ୍ଜନ, ସାହିତ୍ୟଚର୍ଚ୍ଚା, ସଭାସମିତି, ଆଲୋଚନା ଦିଗଟି ପ୍ରଶସ୍ତ ରହିବ। ବ୍ୟବସାୟିକ କ୍ଷେତ୍ର ମନ୍ଦ ହେବନି କିନ୍ତୁ ଆଶାନୁରୂପ ନ ହେବା କାରଣରୁ ମନ ଭଲ ରହି ନ ପାରେ।
ସି˚ହ
ସି˚ହ
ମଙ୍ଗଳ ଯୁକ୍ତ ଶନିଶ୍ଚର, ଚନ୍ଦ୍ରଙ୍କ ଉପଚୟସ୍ଥ ଯୋଗୁ ପରିସ୍ଥିତିର ବିଷମତା ହେତୁ ଓହରି ଆସିପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧିପାଇବା ଚିନ୍ତାଜନକ ସ୍ଥିତି ଉପତ୍ନ୍ନ କରିବ। ବନ୍ଧୁଙ୍କ ନିମନ୍ତ୍ରଣକୁ ଉପେକ୍ଷା କରି ନ ପାରି ଦୂରଯାତ୍ରା କରିବାକୁ ପଡିପାରେ। ପରୋକ୍ଷ ଶତ୍ରୁତା ଯୋଗୁ ଆଜିର କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
କନ୍ୟା
ଲାଭାଧିପ କୋଣଭାବସ୍ଥ ରହିଥିବାରୁ ଆଜିର ଆଲୋଚନା ଫଳପ୍ରଦ ହେବ। କଥା ଓ କାର୍ଯ୍ୟରେ ତାଳମେଳ ନ ରହିବା ହେତୁ ସର୍ବସାଧାରଣରେ ସମାଲୋଚନାର ଶରବ୍ୟ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ପ୍ରିୟ ବ୍ୟକ୍ତିଟିର ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। କର୍ମକ୍ଷେତ୍ରରେ ଅସଲ ଉଦ୍ଦେଶ୍ୟ ସାଧିତ ନ ହୋଇପାରେ।
ତୁଳା
ତୁଳା
କେନ୍ଦ୍ରସ୍ଥ କର୍ମାଧିପ ଏକାଧାରରେ ପାରିବାରିକ ଶାନ୍ତି ସହ କର୍ମକ୍ଷେତ୍ରକୁ ସମସ୍ୟାମୁକ୍ତ କରାଇବ। ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥସଙ୍କଟ ମଧ୍ୟ ବିଶାଖାର ମାନସିକ ଅଶାନ୍ତିର କାରଣ ହୋଇପାରେ। ଦିନଟିରେ ଯାହା ଉପରେ ଭରସା କରିବେ ସେହି ବ୍ୟକ୍ତି ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯିବାର ଆଶଙ୍କା ରହିଛି।
ବିଛା
ବିଛା
ପରିସ୍ଥିତିର ବିଡ଼ମ୍ବନା ଯୋଗୁ ପ୍ରିୟ ବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ। ଅନୁରାଧା ନକ୍ଷତ୍ର ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ଗଠନମୂଳକ କାର୍ଯ୍ୟ ମନ୍ଥର ହୋଇପାରେ। ଆଜିର ଯାତ୍ର୍ରା ସମୟରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନ ସୁଖରେ କଟିବ।
ଧନୁ
ଧନୁ
ଧନଭାବସ୍ଥ ଚନ୍ଦ୍ର ପ୍ରଭାବରୁ ଆଶା କରି ନ ଥିବା ଦିଗରୁ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ଜମିଜମା, ନୂତନ ପ୍ରକଳ୍ପ, ପ୍ରଶାସନ, ପ୍ରଶାସନିକ ସ୍ତରରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
ମକର
ମକର
ଚନ୍ଦ୍ରଙ୍କ ସୁପ୍ରଭାବରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମି ଯିବାରୁ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ନିଜର ଅପରିଣାମଦର୍ଶିତା କାରଣରୁ କେତେକ କାମ କରି ସମସ୍ୟାକୁ ଡାକି ଆଣିପାରନ୍ତି। ଆମଦାନୀ କାରବାର ବାଧାପ୍ରାପ୍ତ ହେବା କାରଣରୁ କ୍ଷତିର ଆଶଙ୍କା ରହିଛି। ଉପରିସ୍ଥଙ୍କ ଆଦେଶକୁ ମାନିବାକୁ ବାଧ୍ୟ ହେବେ।
କୁମ୍ଭ
କୁମ୍ଭ
ଶନି କ୍ଷେତ୍ରସ୍ଥ ମଙ୍ଗଳ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ସହ କାର୍ଯ୍ୟହାନିର ଅସନ୍ତୋଷ ମାନସିକ ଅଶାନ୍ତିର କାରଣ ହେବ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି। ନିଜ ଅସଫଳତାର କାରଣ ଖୋଜିବାକୁ ଯାଇ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ସାମ୍ବାଦିକତା, କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜିବେ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ପରିସ୍ଥିତି ସହ ଲଢ଼େଇ କରି ଦକ୍ଷତା ପ୍ରତିପାଦନ କରିପାରିବେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ ଓ ରାଜନୀତି କ୍ଷେତ୍ରରୁ ସୁଫଳ ମିଳିବ। ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ପାରିବାରିକ କ୍ଷେତ୍ର ଓ କର୍ମକ୍ଷେତ୍ର ପ୍ରାୟତଃ ମଧ୍ୟମ ଧରଣର ରହିବ। ସଭାସମିତି, ମାଲିମକଦ୍ଦମା, ଜମିଜମା ଓ ବାଣିଜି୍ୟକ କାରବାର ମନ୍ଦ ହେବନି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri