Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୨୯ ତାରିଖ – Daily Horoscope

ମେଷ
ସଫଳତାର ଆନନ୍ଦରେ ଆତ୍ମବିଭୋର ହେବେ, ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦ୍ଦିଚ୍ଛା ସାଙ୍ଗକୁ ହିତୈଷୀଙ୍କ ସ୍ନେହ, ଆଦରରେ ସବୁ ଦୁଃଖ ଭୁଲିଯିବେ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି। ଆନୁଷ୍ଠାନିକ କାମରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ବୃଷ
ବୃଷ
ବଡ଼ପଣିଆ ମନରେ ରହିବ ସିନା, ହାତ ଖାଲି ହେତୁ କାମରେ ରଖିପାରିବେ ନାହିଁ। ଅଯଥା ଗୁଡ଼ାଏ ଭାବନାକୁ ନେଇ ବ୍ୟସ୍ତ ସିନା ହେଉଛନ୍ତି, କିନ୍ତୁ ସେପରି କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ, ଗମନାଗମନ କ୍ଷେତ୍ରରେ ସମସ୍ୟା ଦୂର ହେବ। କଳହରୁ ଦୂରେଇ ନ ରହିଲେ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି।
ମିଥୁନ
ମିଥୁନ
ସମସ୍ତଙ୍କୁ ଏକା ସମୟରେ ସନ୍ତୁଷ୍ଟ କରିବାକୁ ଯାଇ ପ୍ରତିବନ୍ଧକର ସାମ୍ନା କରିବେ। କର୍ମକ୍ଷେତ୍ରର ବିଫଳତା ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ଜମିଜମା, ଯାନବାହନ, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ।
କର୍କଟ
କର୍କଟ
ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବ ବିଭୋର ହେବେ। ଆଜି ଏକାଧାରରେ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧିର ବାର୍ତ୍ତା ବହନ କରି ପାଖେଇ ଆସିବ। ଗତକାଲିର ଆଲୋଚନା ଅନୁସାରେ ସହମତି ନେଇ କୃତକାର୍ଯ୍ୟ ହେବେ। ସାହିତ୍ୟ, ସଂସ୍କୃତି, କଳା, କାରିଗରି କାମରେ ଉତ୍ସାହିତ ହେବେ।
ସି˚ହ
ସି˚ହ
ଆଜି ଖର୍ଚ୍ଚାନ୍ତ ହୋଇ ଚେଷ୍ଟା କରୁଥିବା କାର୍ଯ୍ୟ ସାଧନ କରିବେ। ନିକଟ ସମ୍ପର୍କୀୟମାନଙ୍କ ଅସହଯୋଗ ସତ୍ତ୍ୱେ ଆପଣ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ବନ୍ଧୁମାନଙ୍କର ପକ୍ଷପାତିତା କାମକୁ ଅପସନ୍ଦ କରିପାରନ୍ତି। ଗୃହ ନିର୍ମାଣ, ପରିବହନ କ୍ଷେତ୍ରରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ ଓ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅଭାବ ନ ଥାଇ ମଧ୍ୟ ଭୁଲ୍‌ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଅଫିସ୍‌ କାମରେ ନିଜର ଅବହେଳାଜନିତ ମୃଦୁ ଗୁଞ୍ଜରଣ ଶୁଣିବାକୁ ପାଇବେ।
ବିଛା
ବିଛା
ପ୍ରତ୍ୟେକ କାମରେ ସଫଳତା ପାଇଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ। ଅଯଥା ରାଗି ସମ୍ପର୍କ ଖରାପ କଲା ଭଳି କିଛି କାମ କରନ୍ତୁ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ହାନୀ ଘଟିପାରେ। ସାହିତ୍ୟ ଓ ସଙ୍ଗୀତ, ନୃତ୍ୟ, କଳା ଓ ବକ୍ତୃତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଅଧିକାଂଶ କ୍ଷେତ୍ରରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ରାଜନୈତିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତିରେ ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି।
ମକର
ମକର
ଅନ୍ୟମାନଙ୍କ ପ୍ରରୋଚନାରେ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଚେଷ୍ଟା କରୁଥିବା କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ କଚେରି ମାମଲା ସପକ୍ଷରେ ଯିବ। ପରିବହନ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଦୂର ଯାତ୍ରା କରିବା ପାଇଁ ମନ ବଳାଇବେ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ବ୍ୟବସାୟ ଦିଗଟି ମନ୍ଦ ହେବନି, ତଥାପି ମନରେ ଅସନ୍ତୋଷ ଭରି ରହିବ।
ମୀନମୀନ
ଆଜି ଆପଣ ଯାହାକୁ ଯାହା କହିବେ ତାହାକୁ ଅନ୍ୟମାନେ ଖୁସି ମନରେ ଗ୍ରହଣ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri