Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ
ଆଜି ଆକସ୍ମିକ ଭାବରେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ। ପୂର୍ବ କଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଆବଶ୍ୟକତା ପୂରଣ ପାଇଁ ଆପଣ ଧାରକରଜ କରି କାମ ଚଳାଇ ନେବେ। ବ୍ୟବସାୟ, ଶିଳ୍ପ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆଶ୍ୱସ୍ତି ଅନୁଭବ କରିବେ। ଆତ୍ମୀୟଙ୍କ ମାଧ୍ୟମରେ ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅସୁବିଧା ଦୂର ହେବ। ଆବଶ୍ୟକତା ପୂରଣ ସକାଶେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟାନୁବର୍ତ୍ତିତା ସକାଶେ ଉପରିସ୍ଥଙ୍କ ଦ୍ୱାରା ପ୍ରଶଂସିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭୁଲ୍‌ବଶତଃ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବା ସହ ସ୍ବାସ୍ଥ୍ୟଗତ ସମସ୍ୟା ସମାଧାନ ହୋଇପାରେ। ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଯେତେ ଭଲ କାମ କଲେ ମଧ୍ୟ ଅଶ୍ଳେଷା ନିଜ ଲୋକଙ୍କ ଦ୍ୱାରା ସମାଲୋଚନାର ପାତ୍ର ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବ୍ୟବସାୟ, ବାଣିଜ୍ୟ, ଆଲୋଚନା ଏବଂ ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ନିଜର ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମିଠା କଥା କହି ପରକୁ ଆପଣାର କରିପାରିବେ। ମଘା ନକ୍ଷତ୍ରର କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ ବାକିଆ କାମ ପାଇଁ ଚିନ୍ତା ବଢିଯିବ। ଅଭାବ ଓ ଅସୁବିଧା ପ୍ରଭୃତିରେ ମନର ଆବେଗିକ କଥାକୁ ସହକର୍ମୀଟି ବୁଝିପାରିବ ନାହିଁ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବ୍ୟସ୍ତ ରହିପାରନ୍ତି।
କନ୍ୟା
ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ପରିସ୍ଥିତିବଶତଃ କଠିନ ପରିଶ୍ରମ ହେତୁକ ଅବସାଦ ଦେଖାଦେବ। ବ୍ୟବସାୟିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ପ୍ରତ୍ୟେକ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ରାଜଯୋଗ କାରକ ଶନିଙ୍କ ଯୋଗୁ ପାରସ୍ପରିକ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ରାଜୁତି କରିବ। ବ୍ୟବସାୟରେ ସଫଳତା ହାସଲ କରିବେ, କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ବ୍ୟଥିତ ହେବେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେବ। କଳା, ସାହିତ୍ୟ, ଗବେଷଣା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ।
ବିଛା
ବିଛା
ଭାଗ୍ୟାଧିପତିଙ୍କ ଦୁର୍ବଳତାଜନିତ ଆଶା ଓ ନିରାଶାର ଦୋଛକିରେ ରହି ମତ ବଦଳାଇବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ଆଲୋଚନା ପରିସରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତାଦିରେ ସୁନାମ ଅର୍ଜନ କରିବେ। ଯାନବାହନରେ ଯିବା ସମୟରେ ସତର୍କତା ରକ୍ଷା ନ କଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ଷଷ୍ଠାଧିପତି ରାଶିରେ ଥିବାରୁ ପୂର୍ବ ରାଗ ଶୁଝାଇବାକୁ ନିଜ ଲୋକ ପାଖମାଡ଼ିବ ନାହିଁ। ପାରିବାରିକ ସମସ୍ୟା ହେତୁ ମନୋବଳ ହ୍ରାସ ପାଇପାରେ। ଉତ୍ତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପଡ଼ୋଶୀଙ୍କ ସହାୟତାରେ ପାଇବାକୁ ଥିବା ବକେୟା ଅର୍ଥ ଆଦାୟ କରିପାରନ୍ତି।
ମକର
ମକର
ଶୁଭାକାଂକ୍ଷୀଙ୍କ ପରାମର୍ଶରେ ଆଜି ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ପାଇଁ ସ୍ଥିର କରିବେ। ଧନିଷ୍ଠା ନକ୍ଷତ୍ରର ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳି ଯାଇପାରେ। ବନ୍ଧୁମାନେ ଠିକ୍‌ ଖବର ନ ଦେବାରୁ ସମସ୍ୟା ସୃଷ୍ଟି ହୋଇପାରେ। ଶିଳ୍ପ, ବ୍ୟବସାୟ, ପରିବହନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ। କିନ୍ତୁ ଶ୍ରବଣା ନକ୍ଷତ୍ରକୁ ନିଜର ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ ସହ ଆଜିର ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ରହିବ। ଆଜି ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଅବଶ୍ୟ ନିଜ ପରିବାରରେ ବୁଝାମଣା ଠିକ୍‌ ରହିବ।
ମୀନମୀନ

ପରିସ୍ଥିତିକୁ ଦେଖିଚାହିଁ କାମ ନ କଲେ ଜଟିଳ ପରିସ୍ଥିତି ଉପୁଜିପାରେ। ଉତ୍ତରାଭାଦ୍ର ନକ୍ଷତ୍ରର ଔଷଧ ସେବନରେ ଅବହେଳା ହେତୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ପାଖପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ସନ୍ଦେହ ଓ ଭୁଲ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri