Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସହକର୍ମୀଙ୍କ ସହାୟତାରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ।
ବୃଷ
ବୃଷ
ରିପୁଭାବସ୍ଥ ଚନ୍ଦ୍ର ହେତୁ ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସ୍ବାସ୍ଥ୍ୟହାନି କାରଣରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ସମ୍ପର୍କୀୟଙ୍କ ଦ୍ୱାରା ପ୍ରତିବନ୍ଧକ ହେତୁ ବ୍ୟବସାୟକୁ ସଙ୍କୁଚିତ କରିନେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତରେ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ବଳରେ କାମ ହାସଲ କରିବେ।
ମିଥୁନ
ମିଥୁନ
ଧନାଧିପ କେନ୍ଦ୍ରସ୍ଥ ଯୋଗୁ ଅର୍ଥ ଓ ସମ୍ମାନ ପାଇବା ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଉପର ଅଧିକାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ। କୌଣସି ଜିନିଷ ଦେବାକୁ ପ୍ରତଶ୍ରୁତି ଦେଇଥିବା ବନ୍ଧୁ ସାଧାରଣ କଥାରେ ମୁହଁ ଫେରାଇ ନେଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର ସମସ୍ୟାର ସରଳ ସମାଧାନ ହେତୁ ମାନସିକ ସ୍ଥିରତା ଆସିବ। ଶନି ଦୃଷ୍ଟ ମଙ୍ଗଳ ଯୋଗୁ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାର ଆଶା ରହିଛି। ବ୍ୟବସାୟ, ସଭାସମିତି, ବନ୍ଧୁଙ୍କସହ ଆଲୋଚନା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
ସି˚ହ
ସି˚ହ
ବୁଧ ଓ ଶୁକ୍ରଙ୍କ ସଂଯୋଗ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ସହକର୍ମୀମାନଙ୍କ ଶୁଭକାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ବାଧ୍ୟ ହେବେ।
କନ୍ୟା
ତୃତୀୟଷଷ୍ଠାଧିପଙ୍କ ସ୍ଥିତି କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଭାସମିତିରେ ଅଥବା କୌଣସି ସିଦ୍ଧାନ୍ତ ନେବାରେ, ବନ୍ଧୁଙ୍କ ବିଚାର ଆପଣଙ୍କ ସପକ୍ଷରେ ରହିପାରେ। ବ୍ୟବସାୟରେ କ୍ଷତିର ଭରଣା କରି ଋଣ ପରିଶୋଧ କରିବେ। ବନ୍ଧୁଙ୍କ ସହ ଆଲୋଚନା କାଳରେ ନୀତିଗତ କାରଣରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଆଜିର କାମ ପାଇଁ କିଛି ଅସୁବିଧା ହେବନାହିଁ। ଗୁରୁକୃପାରୁ ସହକର୍ମୀମାନଙ୍କ ନିକଟରୁ ନିର୍ଭର ପ୍ରତିଶ୍ରୁତି ଲାଭ କରି ଦୁଶ୍ଚିନ୍ତାର ମାତ୍ରା କମିଯିବ। ପରିବାରର ବୟସ୍କ ବ୍ୟକ୍ତିମାନଙ୍କର ପରାମର୍ଶ ଅନୁଯାୟୀ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ବିଛା
ବିଛା
ରାଶ୍ୟାଧିପ ମଙ୍ଗଳ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ମାନସିକ ଶାନ୍ତି ବ୍ୟାହତ ହେବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ। ପରିବହନ, ଏଜେନ୍ସିପ୍‌, ହୋଟେଲ, ଷ୍ଟେସନାରି ଓ ବିଦ୍ୟୁତ୍‌ ବ୍ୟବସାୟରେ ଉନ୍ନତି କରିବେ। ବିଳମ୍ବରେ ପ୍ରଶାସନିକ ସ୍ତରରେ ଏବଂ ପ୍ରକାଶନରେ ଶୁଭଫଳ ପାଇବେ।
ଧନୁ
ଧନୁ
କର୍ମାଧିପ ରାଶିରେ ଥିବାରୁ ପରିସ୍ଥିତିର ତାଡ଼ନାରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ଅବହେଳିତ କାମ ସକାଶେ ଅନୁତାପ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ବାଣିଜ୍ୟ, ସାଂଗଠନିକ କର୍ମ ସମ୍ପାଦନରେ ମୁଖ୍ୟଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
ମକର
ମକର
ସପ୍ତମକେନ୍ଦ୍ରରେ ଶୁକ୍ରଙ୍କ ଯୋଗୁ ବନ୍ଧୁଙ୍କ ଆହ୍ବାନ କ୍ରମେ ଦୂରଯାତ୍ରା କରିବା ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପିଲାଙ୍କ ଆଚରଣରେ ପରିବର୍ତ୍ତନଜନିତ ଦୁଃଖ ମନରେ ଆସିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଜିନିଷ ପ୍ରାପ୍ତି ହେତୁ ଖୁସି ହେବେ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଭଲ ଧାରଣା ହ୍ରାସ ପାଇପାରେ।
କୁମ୍ଭ
କୁମ୍ଭ
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା କମି ମନୋବଳ ବୃଦ୍ଧି ପାଇବ। ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ପ୍ରାୟୋଜିତ ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ। ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ପୂର୍ବ କଳହକୁ ମନେପକାଇ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି।
ମୀନମୀନ

ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ଆନୁଷ୍ଠାନିକ କାମରେ ବନ୍ଧୁମିଳନ ହେତୁକ ଆନନ୍ଦ ଲାଭ କରିବେ। ସରକାରୀ ସ୍ତରରେ ପାଇଥିବା ପ୍ରତିଶ୍ରୁତିର ସବୁଜସଙ୍କେତ ପାଇ ଆନନ୍ଦ ଅନୁଭବ କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ମିତ୍ରବନ୍ଧୁମାନେ ଅସହଯୋଗ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri