Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳରେ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମାରେ, ହୋଟେଲ ଆଦିରେ ଉନ୍ନତ ଫଳ ପାଇବେ। ଅଫିସରେ ସମ୍ମାନ ଅକ୍ଷୁଣ୍ଣ ରହିବ। କୃତ୍ତିକା ନକ୍ଷତ୍ର ଆଇନ ଅଦାଲତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ଅନ୍ୟକୁ ସାହାଯ୍ୟ କରିବେ, କିନ୍ତୁ ନିଜର ଅଭାବ ଅସୁବିଧାବଶତଃ କରଜ କରିବାକୁ ପଡ଼ିପାରେ। ପରିବାରରେ ପତିଆରା ଦେଖାଇଲେ ଭଲ ବଦଳରେ ମନ୍ଦ ହୋଇପାରେ। ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ବିବ୍ରତ କରିବ। ଲେଖାପଢ଼ାରେ, ସନ୍ତାନସନ୍ତତିରେ, ସଭାସମିତିରେ ମନ୍ଥର ଗତିରେ କାମ କରିବା ଭଲ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟଧରି ରହିପାରିଲେ କାମ ଶୃଙ୍ଖଳିତ ହେବ। କୌଣସି କାମ ଆରମ୍ଭ କରି ଆମତ୍ତୃପ୍ତି ଲଭିବେ। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆରଦ୍ରା ନକ୍ଷତ୍ର ଅତିଥି ଚର୍ଚ୍ଚାକୁ ନେଇ ପରିବାର ଲୋକଙ୍କ ସହ ରହିବା ମୁସ୍କିଲ ହୋଇପାରେ।
କର୍କଟ
କର୍କଟ
ଆଜି ହଠାତ୍‌ କୌଣସି ମହିଳାଙ୍କୁ ମାଧ୍ୟମ କରି ନିଜଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। କୌଣସି ମୂଲ୍ୟବାନ ଜିନିଷ କିଣାବିକାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ପରିବହନରେ ସମସ୍ୟା ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ। ଅଶ୍ଳେଷା ନକ୍ଷତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ସି˚ହ
ସି˚ହ
ଅନ୍ୟମାନଙ୍କ ଟେକାଟେକି କଥାରେ ଉତ୍‌ଫୁଲ୍ଲିତ ହୋଇ କାମକଲେ ଅସୁବିଧାରେ ପଡ଼ିବେ। ବୃଥା ସନ୍ଦେହ କାରଣରୁ ନିଜଲୋକମାନଙ୍କୁ ଭୁଲ୍‌ ବୁଝିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ରର ଆଜି ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ। ଆର୍ଥିକ ସ୍ଥିତି ସୁଧୁରିଯିବାର ଆଶାକରି କେତେକାଂଶରେ ଖୁସି ହେବେ।
କନ୍ୟା
ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ସମସ୍ୟାକୁ ବଢାଇ ଦେବ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ଆପଣ ପାଟି ଖୋଲିଲେ ସହାୟତା କରିବେ। ହସ୍ତା ନକ୍ଷତ୍ର ପାରିପାର୍ଶ୍ୱିକ ଓ ପାରିବାରିକ ପରିସ୍ଥିତି ଭଲ ରହିବ। ଆଇନ ଅଦାଲତ, ପ୍ରକାଶନ ଓ ପ୍ରଶାସନ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆର୍ଥିକ ଅନଟନ, ଶାରୀରିକପୀଡାଜନିତ ମନ ବିରସ ରହିପାରେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରଖି ନ ଥିବା ଗାଡିର ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ। ଚିତ୍ରା ନକ୍ଷତ୍ରର ପାଖ ଲୋକଟିର କାର୍ଯ୍ୟ ସନ୍ଦେହଜନକ ହୋଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଅନୁରାଧା ନକ୍ଷତ୍ରର ଅନ୍ୟମନସ୍କତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନିର ସୂଚନା ରହିଛି। ସାମାଜିକ ସ୍ତରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ।
ଧନୁ
ଧନୁ
କାର୍ଯ୍ୟାରମ୍ଭରେ ପ୍ରତିବନ୍ଧକ ଯୋଗୁ ବିଶେଷ ଅଗ୍ରଗତି ହୋଇପାରିବ ନାହିଁ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, କିନ୍ତୁ କିଛି ଅସୁବିଧା ହେବନାହିଁ। ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ। ପୂର୍ବାଷାଢ଼ା ନକ୍ଷତ୍ର ସାଧାରଣ କଥାରେ ନିଜ ଲୋକଙ୍କୁ ସନ୍ଦେହ କରିବେ।
ମକର
ମକର
ସାଧାରଣ କଥାରେ ପରିବାରରେ ସନ୍ଦେହ ଓ ଭୁଲ ବୁଝାମଣାରୁ ସମସ୍ୟା ବଢିପାରେ। ଆକସ୍ମିକ ଭାବରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଶୁଭେଚ୍ଛୁମାନଙ୍କ ସାନ୍ନିଧ୍ୟ ଲାଭକରି ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଧନିଷ୍ଠା ମକର ସକାଶେ ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଆଜି ଦିନଟିରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ଅବଶ୍ୟ ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବିଶେଷ ଭାବରେ ଆଜିଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ପିଲାଙ୍କ ପଢ଼ାକୁ ନେଇ ଟେନ୍‌ସନ ଲାଗିରହିବ।
ମୀନମୀନ

ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ପଡ଼ୋଶୀ ନିଆଁରେ ଘିଅ ଢାଳିଲା ଭଳି କଥା କହିପାରନ୍ତି। ଆକସ୍ମିକ ଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଫଳରେ କାମ ପ୍ରତି ସ୍ପୃହା ରହିବ ନାହିଁ। ଉତ୍ତରଭାଦ୍ର ନକ୍ଷତ୍ର ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଯାତ୍ରା ସ୍ଥଗିତ ରହିଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri