ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇବାର ସମ୍ଭାବନା ରହିଛି। ଶିଳ୍ପ, ନିର୍ମାଣ, ବ୍ୟବସାୟ ପରିବହନରେ ମଧ୍ୟ ସମସ୍ୟାର ସମାଧାନ କରିବେ।
ଚତୁର୍ଥସ୍ଥ କେତୁଙ୍କ ଯୋଗୁ ବିଭିନ୍ନ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ବାଣିଜ୍ୟ, ପରିବହନ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ଅଦଳବଦଳ ହୋଇଯାଇପାରେ। ଦୂରସ୍ଥ ସନ୍ତାନଙ୍କ ସକାଶେ ମନ ବିଚଳିତ ରହିବ।
କର୍ମକ୍ଷେତ୍ରରେ ଶନିଙ୍କ ପ୍ରଭାବରୁ ଅସୁବିଧା ମଧ୍ୟରେ ଅଟକି ରହିଥିବା କାମ ସମ୍ପନ୍ନ କରିବେ। ଆଲୋଚନା କାଳରେ ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କ କଥାକୁ ଠିକ୍ ଭାବେ ବୁଝି ପାରିବେ ନାହିଁ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ସକାଶେ ମନସ୍ଥ କରିପାରନ୍ତି। ବାଣିଜ୍ୟ, ପରିବହନ କ୍ଷେତ୍ର ସନ୍ତୋଷଜନକ ରହିବ।
ରାଶିରେ ଶୁଭଗ୍ରହଙ୍କ ସନ୍ନିବେଶରୁ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଆପଣେଇ ନେଇପାରିବେ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ନିର୍ମାଣକ୍ଷେତ୍ରରେ ପ୍ରତିବାଦ କାରଣରୁ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କାମ ସ୍ଥଗିତ ରହିବ ନାହିଁ।
ଶାରୀରିକ ଅସୁସ୍ଥତାଜନିତ ପ୍ରତ୍ୟେକ କାର୍ଯ୍ୟରେ ବ୍ୟତିକ୍ରମ ଲାଗିରହିବ। ପାରିବାରିକ ପରିସ୍ଥିତି ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। କଳା,କ୍ରୀଡା,ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରୁ ଆକର୍ଷଣୀୟ ବ୍ୟବହାର ଯୋଗୁ ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ।
ମନସ୍ଥ କରିଥିବା କାମଗୁଡିକୁ ସମ୍ପନ୍ନ କରିବାରେ ଆବଶ୍ୟକ ସାହାଯ୍ୟ, ସହଯୋଗ ଅବଶ୍ୟ ପାଇପାରିବେ। ଧାର୍ମିକ ବାତାବରଣ ମଧ୍ୟରେ ସତ୍ସଙ୍ଗର ସୁଯୋଗ ଲାଭକରି ଖୁସୀ ରହିପାରନ୍ତି। ଅବହେଳା କାରଣରୁ ସ୍ଥଗିତ କାର୍ଯ୍ୟସକାଶେ ଉପରିସ୍ଥ ପଦାଧିକାରୀଙ୍କ କଟୁକ୍ତି ଶୁଣିପାରନ୍ତି । ନିର୍ମାଣ କ୍ଷେତ୍ରରୁ ଶୁଭଫଳ ପାଇବେ।
କର୍ମଭାବସ୍ଥ ତିନୋଟି ଶୁଭଗ୍ରହ ଯୋଗୁ ଆପଣଙ୍କ ଉନ୍ନତ ବିଚାରଧାରା ଓ କାର୍ଯ୍ୟଶୈଳୀ ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଆବଶ୍ୟକ ସମୟରେ କୈାଣସି ମୂଲ୍ୟବାନ ଜିନିଷଟି ନ ପାଇ ପରିବାରରେ ବିତର୍କ ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ରାଜନୀତି,କଳାରେ ସମ୍ମାନିତ ହୋଇପାରନ୍ତି।
ଆଜି ଶନିଙ୍କ ସପ୍ତମ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଅସଫଳତା କାରଣରୁ ଡିପ୍ରେସନ୍ ବଢିଯାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ଅଶାନ୍ତିର କାରଣ ପାଲଟିଯିବାର ଆଶଙ୍କା ରହିଛି । କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଂଗଠନ, କ୍ରୀଡା, ଚଳଚ୍ଚିତ୍ରରୁ ସଫଳତା ମିଳିବ ।
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ପାରିବାରିକ ଜୀବନ ନିୟନ୍ତ୍ରଣରେ ରହିବ। ବନ୍ଧୁ ସମ୍ମୁଖରେ ପ୍ରିୟକଥା କହି ଭୁଲ୍ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ପାଇବାର ସମ୍ଭାବନା ରହିଛି। ଆଜି ଯାନବାହନରେ ଯାତ୍ରା ସମୟରେ ଅନ୍ୟମନସ୍କତା ପରିହାର କରିବା ଭଲ।
ଚତୁର୍ଥାଧିପତି ପାପଗ୍ରହ ଦୃଷ୍ଟିରେ ରହିଥିବାରୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ର ଅଶାନ୍ତ ରହିପାରେ। ବାଣିଜ୍ୟ, ବ୍ୟବସାୟ, ରପ୍ତାନି କାରବାର ତଥା ପ୍ରକାଶନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ପୂର୍ବବିବାଦକୁ ନେଇ ନିକଟ ସମ୍ପର୍କୀୟମାନେ ପ୍ରତ୍ୟେକ କ୍ଷେତ୍ରରେ ଦୂରେଇ ରହିପାରନ୍ତି।
ଜଣେ ବନ୍ଧୁ ପାରିବାରିକ ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିପାରନ୍ତି। ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ନିର୍ମାଣ କାର୍ଯ୍ୟ କିମ୍ବା ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଟକି ରହିଥିବା ସରକାରୀ କାମ ସକାଶେ ଦୀର୍ଘପ୍ରତୀକ୍ଷାର ଅନ୍ତ ଘଟିବ।
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ଆକସ୍ମିକ ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହି ନ ପାରେ। ବୁଧ ଓ ଶୁକ୍ରଙ୍କ ଶୁଭପ୍ରଭାବରୁ ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates