Posted inRasifala

ରାଶିଫଳ: ରବିବାର, ମେ ୧୯ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସ୍ଥଗିତ କାମର ପୁନରୁଦ୍ଧାର ପାଇଁ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ ରହି ନ ପାରେ। ପରିବାରର ଅବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ। ପ୍ରଶାସନ, ବନ୍ଧୁସମ୍ପର୍କ ଓ ଆନୁଷ୍ଠାନିକ କାମରେ ଦକ୍ଷତା ବଢ଼ିବ।
ବୃଷ
ବୃଷ
ସୁନିୟନ୍ତ୍ରିତ ସ୍ବାସ୍ଥ୍ୟ ସାଙ୍ଗକୁ ପାରିବାରିକ ଜୀବନରେ ଅସୁବିଧା ରହିବ ନାହିଁ। ସହକର୍ମୀଙ୍କ ସାହାଯ୍ୟ ଲାଭକରି ଅଟକି ରହିଥିବା କାମ ପୂର୍ଣ୍ଣାଙ୍ଗ କରିବେ। ଅଧିକାଂଶ ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି। ତା’ ସାଙ୍ଗକୁ ବିଳାସବ୍ୟସନ ଦିଗକୁ ଆକୃଷ୍ଟ ହେବେ।
ମିଥୁନ
ମିଥୁନ
ଯେଉଁ କାମରେ ହାତ ଦେବେ, ସଫଳତା ଅବଶ୍ୟମ୍ଭାବୀ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ଆଶା ଫଳବତୀ ହେବ। ପଦସ୍ଥ ବ୍ୟକ୍ତିଙ୍କ ସାମ୍ନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବାରୁ ସୁବିଧା ସୁଯୋଗ ହରାଇ ବ୍ୟଥିତ ହେବେ। ବ୍ୟବସାୟ ଦିଗଟି ପୂର୍ବପରି ବଳବତ୍ତର ରହିବ ଏବଂ ଲାଭର ମାତ୍ରା କମିବ ନାହିଁ।
କର୍କଟ
କର୍କଟ
କଠିନ ଶ୍ରମ ଓ ଅନିଦ୍ରାଜନିତ ବ୍ୟତିକ୍ରମ ସ୍ବାସ୍ଥ୍ୟହାନିର କାରଣ ହେବ। ସାମାଜିକ ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ମଧ୍ୟ ନିଜ ଲୋକଙ୍କ ତରଫରୁ ସହଯୋଗ ପାଇବେନି। ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ଲେଖାପଢ଼ା, ସଭାସମିତି, ରାଜନୈତିକ ଆଲୋଚନା, ଦୂରଯାତ୍ରା କ୍ଷେତ୍ରରେ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଶୀଘ୍ର ଶେଷ କରିବାକୁ ମନସ୍ଥ କରିପାରନ୍ତି। ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ମନ ଖୁସି ରହିବ। କୌଣସି ଗୃହ, ଜମିଜମା କିଣାବିକା ସମ୍ପର୍କରେ ଅବଶ୍ୟ ଉପକୃତ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କନ୍ୟା
ପରୋକ୍ଷଶତ୍ରୁତା ଏବଂ ପ୍ରତିରୋଧର ସାମ୍ନା କରିବାକୁ ଯାଇ ବ୍ୟସ୍ତବିବ୍ରତ ହେବେ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଆମତ୍ୀୟଙ୍କ ବେଖାତିର କଥାବାର୍ତ୍ତା ଓ ଅସହଯୋଗ ମନୋବୃତ୍ତି ଇଚ୍ଛା ପୂରଣର ବାଧକ ସାଜିପାରେ।
ତୁଳା
ତୁଳା
ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ରହି ନ ପାରେ। ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ ହୋଇଯାଉଛି,ଆପଣଙ୍କ କ୍ଷେତ୍ରରେ ସେପରି ହେବନାହିଁ। ଅଧିକାଂଶ ସମୟରେ ପାରିବାରିକ ପ୍ରତିରୋଧ ଚେଷ୍ଟା କରୁଥିବା କାମକୁ ବିଶୃଙ୍ଖଳିତ କରିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ ଉଚ୍ଚସ୍ତରରୁ ସମ୍ମାନିତ ହେବେ।
ବିଛା
ବିଛା
ପାରିବାରିକ ସମସ୍ୟାଜନିତ ଟେନ୍ସନ କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟକୁ ସାଧନ କରିବେ। ବାଣିଜ୍ୟ ଓ ପରିବହନ ସକାଶେ ଅସୁବିଧା ହେବ ନାହିଁ।
ଧନୁ
ଧନୁ
ବନ୍ଧୁଙ୍କ ଦ୍ୱାରା ସକାଳୁ ଶୁଭଖବର ମନକୁ ଆହ୍ଲାଦିତ କରିବ। ସଭାସମିତିରେ ଏପରି ପ୍ରସ୍ତାବ ଦେବେ, ଯାହାକି ବନ୍ଧୁଙ୍କ ମନକୁ ବେଶ୍‌ ପାଇବ। ପ୍ରକାଶନ, ଏଜେନ୍‌ଶିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଭୁଲ୍‌ ବୁଝାମଣାରୁ ଜ୍ୱାଇଁ କିମ୍ବା ମାମୁଘର ବ୍ୟକ୍ତି ଚିନ୍ତାର କାରଣ ହୋଇପାରନ୍ତି।
ମକର
ମକର
ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ବିଭିନ୍ନ କାରଣରୁ ବିଶେଷ ଭଲ ରହି ନ ପାରେ। ଶତ୍ରୁତା, ଈର୍ଷାପରାୟଣ, ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମ, ମାଙ୍ଗଳିକ କାର୍ଯ୍ୟ ଓ ଲେଖାପଢ଼ାରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଆଶଙ୍କା ରହିଛି। ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ ପାରିବାରିକ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମ, ସାହିତ୍ୟ, କଳା କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ।
ମୀନମୀନ

ପ୍ରତ୍ୟେକ ସମସ୍ୟାକୁ ସମାଧନ କରିବାରେ ସଫଳତା ଲାଭକରି ଆନନ୍ଦ ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଏବଂ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଭ୍ର୍ରାତୃବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri