Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ
ଆଜି ରାହୁଙ୍କ ସହ ମନ୍ତ୍ରଣାଦାତା ଶୁକ୍ରଙ୍କ ସଂଯୋଗ କାରଣରୁ କୌଣସି ସିଦ୍ଧାନ୍ତ ନେବାରେ ଅସ୍ଥିରତା ଅନୁଭବ କରିବେ। ନିଜ ଲୋକ ମଧ୍ୟ ଅନ୍ୟମାନଙ୍କ ସହ ମିଶି ବିରୁଦ୍ଧାଚରଣ କରିପାରନ୍ତି। ଶିଳ୍ପ,ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକର ସାମ୍ନା କରିପାରନ୍ତି। ନିର୍ମାଣ, ବିବାଦୀୟ ଘଟଣା ଓ ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ ସୁଯୋଗ ଆସିବାର ସୂଚନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କାମ କରିବା ଭଲ ହେବ। ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ବନ୍ଧୁମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
ବୁଧଜନିତ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଭୁଲ୍‌ ବୁଝାମଣାରୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବାର ଆଶା ରହିଛି। କିନ୍ତୁ ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ।
କର୍କଟ
କର୍କଟ
ଆଜି ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯାତ୍ରା ସମୟରେ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ। ଚତୁର୍ଥାଧିପତିଙ୍କ ହେତୁ ଘରର ବରାଦ ଅନୁଯାୟୀ ଜିନିଷ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।
ସି˚ହ
ସି˚ହ
ଶନି ଯୁକ୍ତ ବୁଧ ହେତୁ ଆଜି ଅସାବଧାନତା ବଶତଃ ଧନ ହାନି ଯୋଗ ରହିଛି। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡିବ।
କନ୍ୟା
ଦୀର୍ଘଦିନରୁ ଲାଗି ରହିଥିବା ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ। ହାତକୁ ନେଇଥିବା କାମ ଶୀଘ୍ର ସାରିବା ଭଲ ହେବ। ଅବଶ୍ୟ କିଛି ଅସୁବିଧା ହେବନି, ଆପଣ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଆଧ୍ୟାତ୍ମିକ ଗ୍ରହ ପ୍ରଭାବରୁ ସତ୍‌ସଙ୍ଗ କିମ୍ବା ନାମସଂକୀର୍ତ୍ତନରେ ନିଜକୁ ହଜାଇ ଦେଇପାରନ୍ତି।
ତୁଳା
ତୁଳା
ଆଜି ମନ ଅନୁଯାୟୀ କାମ କରିବାରେ ଅସୁବିଧା ହେବ ନାହିଁ। ରାଶିପ୍ରତି ମଙ୍ଗଳଙ୍କ ଦୃଷ୍ଟିରୁ ପ୍ରତ୍ୟେକ କାମ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭାସମିତି, କଚେରି ମାମଲାରେ ସମ୍ମାନ ଲାଭ କରିବେ। ଗୃହ ନିର୍ମାଣ, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନାରେ ସମୟ କଟାଇବେ।
ବିଛା
ବିଛା
ପୂର୍ବ ପରିକଳ୍ପିତ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରାହୁଜନିତ ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। ଆଜି ଶେଷ କରିବାକୁ ଚାହୁଁଥିଲେ କାମଟିକୁ ସାରିପାରିବେ ନାହିଁ।
ଧନୁ
ଧନୁ
ଆଜି ଯେତିକି ପାଇବେ ସେତିକିରେ ସନ୍ତୁଷ୍ଟ ରହିବା ଭଲ। ନବମାଧିପତିଙ୍କ ପ୍ରଭାବରେ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ସଫଳତା ପାଇପାରନ୍ତି। ଗଣତନ୍ତ୍ରକାରକ ଗ୍ରହ ଶନିଙ୍କ ପ୍ରଭାବରୁ ସାଂଗଠନିକ ସ୍ଥିତି ବେଶ୍‌ ଅନୁକୂଳ ହୋଇପାରେ।
ମକର
ମକର
ପଡ଼ି ରହିଥିବା ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି। ବୃହସ୍ପତିଙ୍କ ପ୍ରଭାବରୁ ସହକର୍ମୀ ଫାଇଦା ହାସଲ ସକାଶେ ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ଅସମ୍ଭବ ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ପୂର୍ବ ଯୋଜନା ଅନୁଯାୟୀ କର୍ମରେ ଆଗୁସାର ହୋଇ ସଫଳତା ହାସଲ କରିବେ। ପିଲାଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ, ତଥାପି ସମସ୍ୟା ସହଜରେ ସମାଧାନ ହୋଇଯିବ । ଶୁକ୍ରଜନିତ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ହେବ। ଆତ୍ମୀୟମାନେ ଶତ୍ରୁତା କରିବେ। ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ବିଘ୍ନ ଆସିପାରେ।
ମୀନମୀନ

ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି କ୍ଷେତ୍ରରେ ବିଜୟ ଓ ଗୌରବାର୍ଜନ ନିଶ୍ଚିତ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି, ଯାହା କି ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ। ରବି ଓ ଶୁକ୍ରଙ୍କ ଯୋଗୁ କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri