Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟରେ ଟେନସନ୍‌ ଲାଗି ରହିବ। ପାଖରେ ଥିବା ଲୋକଟି ଅନ୍ୟର ନିର୍ଦ୍ଦେଶରେ କାମ କରିବା ଫଳରେ ସନ୍ଦେହଜନକ ସ୍ଥିତି ହୋଇପାରେ। ଆଜି ଦିନଭିତରେ ଅଫିସିଆଲି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ମଉଜ ମଜଲିସ୍‌ ମଧ୍ୟରେ କୌତୂହଳ ହୋଇ କଳହକୁ ନିମନ୍ତ୍ରଣ କରିପାରନ୍ତି। ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅବହେଳା ଯୋଗଁୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବାର ସୂଚନା ରହିଛି।
ମିଥୁନ
ମିଥୁନ
ମଧ୍ୟାହ୍ନ ପରେ ମନ ଭିତରେ ବସାବାନ୍ଧି ରହିଥିବା ସମସ୍ୟାର ସମାଧାନ ଅନ୍ୟର ସାହାଯ୍ୟରେ ହୋଇଯିବ। ଅଫିସ୍‌ କାମରେ ଅଧସ୍ତନ କର୍ମଚାରୀ ଓ ସହକର୍ମୀମାନଙ୍କ ସହଯୋଗରୁ କାର୍ଯ୍ୟ ସମ୍ପନ୍ନ କରି ଖୁସି ହେବେ। ପଡ଼ୋଶୀଙ୍କ ସହାୟତାରେ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
କର୍କଟ
କର୍କଟ
ଦୀର୍ଘଦିନରୁ ଭଲ ସମ୍ପର୍କ ରହି ନ ଥିବା ଆତ୍ମୀୟମାନେ କେବଳ ଦୋଷଦର୍ଶିତା ଗୁଣରୁ ନିନ୍ଦାଗାନ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ ସମସ୍ୟା ଭିତରେ ଛନ୍ଦି ହୋଇଯିବ। କର୍ମକ୍ଷେତ୍ରରେ ନୀଚଜାତିର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନୂତନ କର୍ମସଂସ୍ଥାନ ସୁଯୋଗ ଜୁଟିପାରେ।
ସି˚ହ
ସି˚ହ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ଉପୁଜିପାରେ। କର୍ମକ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ଏବଂ କାର୍ଯ୍ୟ ସମ୍ପାଦନ କରିବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା ଉପକୃତ ହେବେ। ନିଜର ଅବହେଳା ଓ ସମୟୋଚିତ ପଦକ୍ଷେପ ଅଭାବରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ।
କନ୍ୟା
ଅବହେଳାରୁ ଅଟକି ରହିଥିବା କାମ ସକାଶେ ଅନ୍ୟମାନଙ୍କ ଉପରେ ବିରକ୍ତ ହୋଇପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ସତ ହେବାର ସମ୍ଭାବନା ରହିଛି। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ସକାଳୁ ସକାଳୁ ଆକସ୍ମିକ ଭାବେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସାଧାରଣ କଥାରେ ତର୍କ ବିତର୍କ ଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ମଧ୍ୟ ରହିଛି। କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ବହୁତ ଦିନରୁ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବିଛା
ବିଛା
ସ୍ବାସ୍ଥ୍ୟଗତ ସମସ୍ୟା ସୁସ୍ଥତା ଦିଗକୁ ଗତି କରୁଥିବାରୁ ଆଶ୍ୱସ୍ତି ଲଭିବେ। ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ ଅଭିଯୋଗ ଆସିପାରେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ସାମାଜିକ ସ୍ତରରେ ଉଚ୍ଚ ପ୍ରଶଂସିତ ମଧ୍ୟ ହେବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ପାଇବେ। ଅଧିକାଂଶ ସମୟ ପରିବାରର ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। ଶତ୍ରୁ ଆପଣଙ୍କ ପଛରେ ବିରୋଧାମତ୍କ କଥା କହି ପରିସ୍ଥିତିକୁ ବିଗାଡି ଦେଇପାରନ୍ତି। ବକେୟା ଅର୍ଥପ୍ରାପ୍ତି ସଙ୍ଗକୁ ଶିଳ୍ପ,ବାଣିଜ୍ୟରେ ଲାଭାଂଶ ବଢ଼ିପାରେ।
ମକର
ମକର
ପ୍ରିୟବନ୍ଧୁଙ୍କ ସହ ଛୋଟ କଥାରେ ସନ୍ଦେହ ହେତୁ ସମସ୍ୟା ବଢ଼ିପାରେ। ଆଜି ଦିନଟିରେ ଯେ କୈାଣସି କାମରେ ହେଉନା କାହିଁକି, ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ଅବଶ୍ୟ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମାୟିକ ମାନସିକ ଶାନ୍ତି ପାଇବେ।
କୁମ୍ଭ
କୁମ୍ଭ
ଗ୍ରହପ୍ରତିକୂଳତା ଜନିତ ସହଜ ଓ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଯାହା କି କାର୍ଯକ୍ଷେତ୍ର୍ରକୁ ମନ୍ଥର କରିପାରେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ ନ କମିଲେ ମଧ୍ୟ ଚିନ୍ତାଜନକ ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲ କରିବେ।
ମୀନମୀନ
ଆଜିର ପୂର୍ବାହ୍ନରେ ଅଫିସିଆଲି କାମରେ ମଧ୍ୟାହ୍ନରେ ଟେନସନ୍‌ ବଢ଼ିପାରେ। ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। କଚେରି ମାମଲା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri