Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟରେ ଟେନସନ୍‌ ଲାଗି ରହିବ। ପାଖରେ ଥିବା ଲୋକଟି ଅନ୍ୟର ନିର୍ଦ୍ଦେଶରେ କାମ କରିବା ଫଳରେ ସନ୍ଦେହଜନକ ସ୍ଥିତି ହୋଇପାରେ। ଆଜି ଦିନଭିତରେ ଅଫିସିଆଲି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ମଉଜ ମଜଲିସ୍‌ ମଧ୍ୟରେ କୌତୂହଳ ହୋଇ କଳହକୁ ନିମନ୍ତ୍ରଣ କରିପାରନ୍ତି। ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅବହେଳା ଯୋଗଁୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବାର ସୂଚନା ରହିଛି।
ମିଥୁନ
ମିଥୁନ
ମଧ୍ୟାହ୍ନ ପରେ ମନ ଭିତରେ ବସାବାନ୍ଧି ରହିଥିବା ସମସ୍ୟାର ସମାଧାନ ଅନ୍ୟର ସାହାଯ୍ୟରେ ହୋଇଯିବ। ଅଫିସ୍‌ କାମରେ ଅଧସ୍ତନ କର୍ମଚାରୀ ଓ ସହକର୍ମୀମାନଙ୍କ ସହଯୋଗରୁ କାର୍ଯ୍ୟ ସମ୍ପନ୍ନ କରି ଖୁସି ହେବେ। ପଡ଼ୋଶୀଙ୍କ ସହାୟତାରେ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
କର୍କଟ
କର୍କଟ
ଦୀର୍ଘଦିନରୁ ଭଲ ସମ୍ପର୍କ ରହି ନ ଥିବା ଆତ୍ମୀୟମାନେ କେବଳ ଦୋଷଦର୍ଶିତା ଗୁଣରୁ ନିନ୍ଦାଗାନ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ପୂର୍ବରୁ ସମସ୍ୟା ଭିତରେ ଛନ୍ଦି ହୋଇଯିବ। କର୍ମକ୍ଷେତ୍ରରେ ନୀଚଜାତିର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନୂତନ କର୍ମସଂସ୍ଥାନ ସୁଯୋଗ ଜୁଟିପାରେ।
ସି˚ହ
ସି˚ହ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ଉପୁଜିପାରେ। କର୍ମକ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ଏବଂ କାର୍ଯ୍ୟ ସମ୍ପାଦନ କରିବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା ଉପକୃତ ହେବେ। ନିଜର ଅବହେଳା ଓ ସମୟୋଚିତ ପଦକ୍ଷେପ ଅଭାବରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ।
କନ୍ୟା
ଅବହେଳାରୁ ଅଟକି ରହିଥିବା କାମ ସକାଶେ ଅନ୍ୟମାନଙ୍କ ଉପରେ ବିରକ୍ତ ହୋଇପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ସତ ହେବାର ସମ୍ଭାବନା ରହିଛି। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
ତୁଳା
ତୁଳା
ସକାଳୁ ସକାଳୁ ଆକସ୍ମିକ ଭାବେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସାଧାରଣ କଥାରେ ତର୍କ ବିତର୍କ ଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ମଧ୍ୟ ରହିଛି। କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ବହୁତ ଦିନରୁ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବିଛା
ବିଛା
ସ୍ବାସ୍ଥ୍ୟଗତ ସମସ୍ୟା ସୁସ୍ଥତା ଦିଗକୁ ଗତି କରୁଥିବାରୁ ଆଶ୍ୱସ୍ତି ଲଭିବେ। ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ ଅଭିଯୋଗ ଆସିପାରେ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ସାମାଜିକ ସ୍ତରରେ ଉଚ୍ଚ ପ୍ରଶଂସିତ ମଧ୍ୟ ହେବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ପାଇବେ। ଅଧିକାଂଶ ସମୟ ପରିବାରର ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। ଶତ୍ରୁ ଆପଣଙ୍କ ପଛରେ ବିରୋଧାମତ୍କ କଥା କହି ପରିସ୍ଥିତିକୁ ବିଗାଡି ଦେଇପାରନ୍ତି। ବକେୟା ଅର୍ଥପ୍ରାପ୍ତି ସଙ୍ଗକୁ ଶିଳ୍ପ,ବାଣିଜ୍ୟରେ ଲାଭାଂଶ ବଢ଼ିପାରେ।
ମକର
ମକର
ପ୍ରିୟବନ୍ଧୁଙ୍କ ସହ ଛୋଟ କଥାରେ ସନ୍ଦେହ ହେତୁ ସମସ୍ୟା ବଢ଼ିପାରେ। ଆଜି ଦିନଟିରେ ଯେ କୈାଣସି କାମରେ ହେଉନା କାହିଁକି, ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ। ଅବଶ୍ୟ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମାୟିକ ମାନସିକ ଶାନ୍ତି ପାଇବେ।
କୁମ୍ଭ
କୁମ୍ଭ
ଗ୍ରହପ୍ରତିକୂଳତା ଜନିତ ସହଜ ଓ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, ଯାହା କି କାର୍ଯକ୍ଷେତ୍ର୍ରକୁ ମନ୍ଥର କରିପାରେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ ନ କମିଲେ ମଧ୍ୟ ଚିନ୍ତାଜନକ ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲକ୍ଷ୍ୟ ହାସଲ କରିବେ।
ମୀନମୀନ
ଆଜିର ପୂର୍ବାହ୍ନରେ ଅଫିସିଆଲି କାମରେ ମଧ୍ୟାହ୍ନରେ ଟେନସନ୍‌ ବଢ଼ିପାରେ। ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। କଚେରି ମାମଲା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri