Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ
ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଏବଂ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତିରେ ବନ୍ଧୁମିଳନଜନିତ ମନ ଖୁସି ରହିବ।
ବୃଷ
ବୃଷ
ବୁଧ ନକ୍ଷତ୍ରସ୍ଥ ଶୁକ୍ର ସମ୍ପର୍କରୁ ବୌଦ୍ଧିକ ବିକାଶ ସହ ବୈଷୟିକ ସୁଖ, ସମୃଦ୍ଧିଜନିତ ମନ ପ୍ରଫୁଲ୍ଲ ରହିବ। କଳା, ସାହିତ୍ୟ, ଆଲୋଚନା ସହ ବୁଦ୍ଧିଜୀବୀଙ୍କ ସଙ୍ଗଲାଭ କରିବେ। ପ୍ରତିଯୋଗିତା, ପ୍ରଶାସନ, ବ୍ୟବସାୟାଦି କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀ କ୍ଷୁବ୍ଧ ହୋଇ ମୁହଁ ଫେରାଇ ନେଇପାରନ୍ତି।
ମିଥୁନ
ମିଥୁନ
ବକ୍ରୀ ବୁଧ ରେବତୀ ନକ୍ଷତ୍ରସ୍ଥ ଯୋଗୁ ବନ୍ଧୁଙ୍କ ସହ ମତାନ୍ତର ଓ କଳହ ସୃଷ୍ଟି ଆଶଙ୍କା ରହିଛି। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ। ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ, ସେ ଓଲଟା କଥା କହିପାରେ। ତଥାପି କ୍ରୀଡ଼ା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ
କର୍କଟ
କେତୁ ନକ୍ଷତ୍ରସ୍ଥ ଚନ୍ଦ୍ର ମନକୁ ବିକ୍ଷିପ୍ତ ଭାବନାରେ ବ୍ୟତିବ୍ୟସ୍ତ କରାଇପାରେ। ସହଜାତ ଗୁଣର ପ୍ରଭାବରେ ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିପାରିବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ସି˚ହ
ସି˚ହ
ରାଶ୍ୟାଧିପ ସ୍ବଉଚ୍ଚରାଶିରେ ଅବସ୍ଥାନ କରିଥିବାରୁ ପ୍ରଶାସନିକ କ୍ଷେତ୍ର, ରାଜନୀତି, ସଂଗଠନ କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସୁବିଧା ରହିବନାହିଁ। ନିଜ ବିଚାରବୁଦ୍ଧି ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହୋଇପାରିବେ।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ ସମସ୍ୟା ସମାଧାନ ବନ୍ଧୁଙ୍କ ମାଧ୍ୟମରେ ହୋଇପାରିବ। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦିନଭରି ଶ୍ରମ ଏବଂ ଭ୍ରମଣଜନିତ କ୍ଲାନ୍ତି ଦେଖାଦେଇପାରେ। କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
ଶୁକ୍ରଙ୍କ ଷଷ୍ଠସଂସ୍ଥାନ ଅପୂର୍ବ ସୁଯୋଗ ସୃଷ୍ଟିକରି ଅର୍ଥ, ଉପଢୌକନ, ସମ୍ମାନଦାନରେ ସହାୟକ ହୋଇପାରନ୍ତି। କଳା, ପ୍ରତିଯୋଗିତାରେ ସଫଳତା ସହ ବନ୍ଧୁମିଳନରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କହିବାରୁ ସମ୍ମାନ ବଢ଼ିବ କିନ୍ତୁ ଶତ୍ରୁତା ସୃଷ୍ଟି ଆଶଙ୍କା ରହିଛି।
ବିଛା
ବିଛା
ପାପଗ୍ରହ ଦୃଷ୍ଟିବର୍ଜିତ ଭାଗ୍ୟସ୍ଥଚନ୍ଦ୍ର ସରଳ ଓ ସହଜରେ କାର୍ଯ୍ୟ ହାସଲରେ ସହାୟକ ହେବ। ଚତୁର୍ଥଭାବ ପାପଯୁକ୍ତ ଯୋଗୁ ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି କାରଣରୁ ବିଚଳିତବୋଧ କରିପାରନ୍ତି। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ, ଏଜେନ୍ସିପ୍‌ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
କର୍ମଭାବସ୍ଥ କେତୁଙ୍କ କୁପ୍ରଭାବଜନିତ ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିପାରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ବାହାର କରିପାରନ୍ତି। ଅନ୍ତରଙ୍ଗ ବନ୍ଧୁମାନେ ପରୋକ୍ଷ ଶତ୍ରୁତା କରିବାର ଆଶଙ୍କା ରହିଛି।
ମକର
ମକର
ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ପାରିବାରିକ ମତାନ୍ତରରୁ କଳହ ସୃଷ୍ଟି ହେବ। ଶୁକ୍ରଙ୍କ ସୁପ୍ରଭାରୁ କଳା, ସାହିତ୍ୟ, ସଙ୍ଗୀତାଦିରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ରବି ଓ ବୃହସ୍ପତିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଫଳରେ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ମିଳିବ। ଶନି ସହ ମଙ୍ଗଳଙ୍କ ସାନ୍ନିଧ୍ୟ ପ୍ରଭାବରେ ଭ୍ରାତୃସମ୍ପର୍କ କ୍ଷୁଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଧ୍ୟାମତ୍ିକତା, ଗଣତନ୍ତ୍ର, ଟେକ୍‌ନିକାଲ୍‌ କର୍ମସମୂହ କ୍ଷେତ୍ରରେ ସୁଫଳ ପାଇବେ।
ମୀନମୀନ

ଗୁରୁଙ୍କ ସୁପ୍ରଭାବରୁ ଆପଣଙ୍କ ଯୁକ୍ତିଯୁକ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାଷା ଏବଂ ମଧୁର ବ୍ୟବହାର ସାର୍ବଜନୀନ ପ୍ରଶଂସା ପାଇଁ ସହାୟକ ହେବ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଭଲ ରହି ନ ପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ଆଦୃତ ହେବେ। ବୈଠକ ଆଲୋଚନା, ରାଜନୀତି, ସଭାସମିତି ପାଇଁ ଦିନଟି ପ୍ରୀତିପ୍ରଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri