Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାର ଚେଷ୍ଟା କରିବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ମନୋରଞ୍ଜନର ମଉକା ମାନସିକ ସ୍ଥିତିକୁ ଖୁସି ରଖିବ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଘର ତିଆରି, ଯାନ ମରାମତି, ଦୋକାନବାଡ଼ର ଉନ୍ନତୀକରଣ ସକାଶେ ଟେନସନ୍‌ ଲାଗିରହିବ।
ମିଥୁନ
ମିଥୁନ
ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନରେ ସହାୟକ ହୋଇପାରିବ। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇନପାରେ। ଆଗାମୀ ମାଙ୍ଗଳିକ କାମ ପାଇଁ ବନ୍ଧୁବର୍ଗଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ମାନସିକ ଅସ୍ଥିରତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସମାଲୋଚନା କାରଣରୁ ଶାନ୍ତି ଭଗ୍ନ ହୋଇପାରେ। ଅର୍ଥ ନେବାଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ। କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ। ସନ୍ତାନଙ୍କ ସୁଖବର ପାଇବେ।
ସି˚ହ
ସି˚ହ
ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା, ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ। ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖା ଦେଇପାରେ। ଆଜି ଆକସ୍ମିକ ଭାବରେ କିଛି ଅର୍ଥ ସହ ନୂତନ ସନ୍ଦେଶ ପାଖକୁ ଆସିବ।
କନ୍ୟା
ଆଜି ଯାହା ଚାହୁଁଛନ୍ତି ତାହାତ ପାଇବେ, କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଫାଇଦା ହାସଲ କରିବା ମାନସରେ ଶତ୍ରୁତା କରୁଥିବା ଲୋକମାନେ ମିତ୍ରତା ସାଜିପାରନ୍ତି। ରାଜନୀତି, ସଙ୍ଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ଯାହା ଓ ଯେମିତି ଇଚ୍ଛା କରୁଛନ୍ତି ତାହା ପାଇବେ।
ତୁଳା
ତୁଳା
ଜୀବନଚର୍ଯ୍ୟାରେ ଅସଙ୍ଗତି ଦୂର କରିବା ସକାଶେ ମନକୁ ଦୃଢ଼ କରିବେ। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧ ଲାଗି ଯାଇପାରେ। ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ କ୍ଷେତ୍ରରେ କରିଆସୁଥିବା ଚେଷ୍ଟା ସଫଳ ହେବ।
ବିଛା
ବିଛା
ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ। ବାରମ୍ବାର ପୁନର୍ବିଚାର ବିନା କୌଣସି ଦୃଢ଼ ପଦକ୍ଷେପ ନେବା ଠିକ୍‌ ହେବନି। ବାଣିଜ୍ୟ, ଆମଦାନୀ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇଲେ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିବେ।
ଧନୁ
ଧନୁ
ବାକ୍‌ ସଂଯମତାର ଅଭାବ ବିଭିନ୍ନ ସମସ୍ୟାକୁ ଜନ୍ମ ଦେଇପାରେ। ଆମତ୍ୀୟମାନଙ୍କ ରୋଷର ଶିକାର ହୋଇ କାମରେ ସହଯୋଗ ପାଇବା କଷ୍ଟକର ହୋଇପାରେ। ଅଭାବନୀୟ ପରିବେଶରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଦୁଃସ୍ଥ ଆର୍ଥିକ ପରିସ୍ଥିତି ପୂର୍ବପରି ଦୁଶ୍ଚିନ୍ତାକୁ ବୃଦ୍ଧି କରିବ।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଇ ଖୁସି ରହିବେ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ, ଅଦାଲତ, ଗବେଷଣା, ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ପାଇବେ। କ୍ରୀଡ଼ା, ସଙ୍ଗୀତ ଓ ଆନୁଷ୍ଠାନିକ ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ। ସନ୍ତାନହେତୁକ ଚିନ୍ତାରୁ ମୁକ୍ତି ପାଇବେ।
କୁମ୍ଭ
କୁମ୍ଭ
ଆଜି ଅନ୍ତହୀନ ଦୁର୍ଭାବନା ଆପଣଙ୍କ ଭାବ ଓ ଭାଷାକୁ ଅନୁଚିତ କ୍ରିୟାଶୀଳ କରାଇପାରେ। କେତେକ ଅତୀତ କାର୍ଯ୍ୟାବଳୀ ସକାଶେ ଅନୁତାପ ପାଇଁ ସମୟ ପାଇବେ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇଯିବେ। ଭୁଲ ବୁଝାମଣା ଜନିତ ପରିବହନରେ ଝଗଡ଼ାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ସାଙ୍ଗକୁ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। ଦୈନନ୍ଦିନ ବ୍ୟବସାୟିକ ସଂସ୍ଥା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ସଭାସମିତିରେ, ଆଲୋଚନାରେ, ତର୍କ ବିତର୍କରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri