Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାର ଚେଷ୍ଟା କରିବେ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ମନୋରଞ୍ଜନର ମଉକା ମାନସିକ ସ୍ଥିତିକୁ ଖୁସି ରଖିବ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଘର ତିଆରି, ଯାନ ମରାମତି, ଦୋକାନବାଡ଼ର ଉନ୍ନତୀକରଣ ସକାଶେ ଟେନସନ୍‌ ଲାଗିରହିବ।
ମିଥୁନ
ମିଥୁନ
ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନରେ ସହାୟକ ହୋଇପାରିବ। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇନପାରେ। ଆଗାମୀ ମାଙ୍ଗଳିକ କାମ ପାଇଁ ବନ୍ଧୁବର୍ଗଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ମାନସିକ ଅସ୍ଥିରତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସମାଲୋଚନା କାରଣରୁ ଶାନ୍ତି ଭଗ୍ନ ହୋଇପାରେ। ଅର୍ଥ ନେବାଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ। କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ। ସନ୍ତାନଙ୍କ ସୁଖବର ପାଇବେ।
ସି˚ହ
ସି˚ହ
ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା, ନିର୍ମାଣ କ୍ଷେତ୍ରରୁ ଭଲ ଲାଭ ପାଇବେ। ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖା ଦେଇପାରେ। ଆଜି ଆକସ୍ମିକ ଭାବରେ କିଛି ଅର୍ଥ ସହ ନୂତନ ସନ୍ଦେଶ ପାଖକୁ ଆସିବ।
କନ୍ୟା
ଆଜି ଯାହା ଚାହୁଁଛନ୍ତି ତାହାତ ପାଇବେ, କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଫାଇଦା ହାସଲ କରିବା ମାନସରେ ଶତ୍ରୁତା କରୁଥିବା ଲୋକମାନେ ମିତ୍ରତା ସାଜିପାରନ୍ତି। ରାଜନୀତି, ସଙ୍ଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ଯାହା ଓ ଯେମିତି ଇଚ୍ଛା କରୁଛନ୍ତି ତାହା ପାଇବେ।
ତୁଳା
ତୁଳା
ଜୀବନଚର୍ଯ୍ୟାରେ ଅସଙ୍ଗତି ଦୂର କରିବା ସକାଶେ ମନକୁ ଦୃଢ଼ କରିବେ। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ବାକ୍‌ଯୁଦ୍ଧ ଲାଗି ଯାଇପାରେ। ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ କ୍ଷେତ୍ରରେ କରିଆସୁଥିବା ଚେଷ୍ଟା ସଫଳ ହେବ।
ବିଛା
ବିଛା
ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ। ବାରମ୍ବାର ପୁନର୍ବିଚାର ବିନା କୌଣସି ଦୃଢ଼ ପଦକ୍ଷେପ ନେବା ଠିକ୍‌ ହେବନି। ବାଣିଜ୍ୟ, ଆମଦାନୀ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇଲେ ମଧ୍ୟ ସୁଧାରି ନେବାର ପ୍ରଯନତ୍ କରିବେ।
ଧନୁ
ଧନୁ
ବାକ୍‌ ସଂଯମତାର ଅଭାବ ବିଭିନ୍ନ ସମସ୍ୟାକୁ ଜନ୍ମ ଦେଇପାରେ। ଆମତ୍ୀୟମାନଙ୍କ ରୋଷର ଶିକାର ହୋଇ କାମରେ ସହଯୋଗ ପାଇବା କଷ୍ଟକର ହୋଇପାରେ। ଅଭାବନୀୟ ପରିବେଶରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଦୁଃସ୍ଥ ଆର୍ଥିକ ପରିସ୍ଥିତି ପୂର୍ବପରି ଦୁଶ୍ଚିନ୍ତାକୁ ବୃଦ୍ଧି କରିବ।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଇ ଖୁସି ରହିବେ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ, ଅଦାଲତ, ଗବେଷଣା, ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ପାଇବେ। କ୍ରୀଡ଼ା, ସଙ୍ଗୀତ ଓ ଆନୁଷ୍ଠାନିକ ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ। ସନ୍ତାନହେତୁକ ଚିନ୍ତାରୁ ମୁକ୍ତି ପାଇବେ।
କୁମ୍ଭ
କୁମ୍ଭ
ଆଜି ଅନ୍ତହୀନ ଦୁର୍ଭାବନା ଆପଣଙ୍କ ଭାବ ଓ ଭାଷାକୁ ଅନୁଚିତ କ୍ରିୟାଶୀଳ କରାଇପାରେ। କେତେକ ଅତୀତ କାର୍ଯ୍ୟାବଳୀ ସକାଶେ ଅନୁତାପ ପାଇଁ ସମୟ ପାଇବେ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇଯିବେ। ଭୁଲ ବୁଝାମଣା ଜନିତ ପରିବହନରେ ଝଗଡ଼ାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ସାଙ୍ଗକୁ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। ଦୈନନ୍ଦିନ ବ୍ୟବସାୟିକ ସଂସ୍ଥା କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ସଭାସମିତିରେ, ଆଲୋଚନାରେ, ତର୍କ ବିତର୍କରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri