Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ
ଆଜି ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବା କାରଣରୁ ନୂତନ ଉତ୍ସାହ ନେଇ କାମ କରିବେ। ଅଶ୍ୱିନୀ ନକ୍ଷତ୍ର ପାଇଁ କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସମସ୍ୟା ଭିତରେ ଉବୁଟୁବୁ ହେବେ। ସଭାସମିତିରେ, କଳା-ସାହିତ୍ୟରେ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଦ୍ୱିଜା ନକ୍ଷତ୍ର ସକାଶେ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ, କିନ୍ତୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନ ଅତୀତକୁ ଖୋଜି ବୁଲିବ। ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ। ଯାନବାହନ, ଜମିଜମା, ପ୍ରେସ୍‌, ପବ୍ଲିକେଶନ ସ୍ତରରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ସକାଶେ ଆଜି ଯେଉଁ କାମରେ ହାତ ଦେବେ, ତାହା ବେକାର ଯିବ ନାହିଁ। ସାଙ୍ଗ ସାଥୀ ମେଳରେ ବେଶୀ ସମୟ କାଟିବେ। ଘରର ନୂଆ ଜିନିଷ ଘରକୁ ଆଣିପାରନ୍ତି। ପ୍ରକାଶନ, ସଙ୍ଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବ।
କର୍କଟ
କର୍କଟ
ସାମାଜିକ ସ୍ତରରେ ନିଜର ଲୋକମାନଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ପୁଷ୍ୟା ନକ୍ଷତ୍ର ସକାଶେ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ଆଲୋଚନା ପରିସରରେ ଭାବପ୍ରବଣତାରେ ଭୁଲ୍‌ କାମ କରିପାରନ୍ତି।
ସି˚ହ
ସି˚ହ
ଆଜି ଅନାବଶ୍ୟକ ଭାବେ ବହୁତ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇ ମନ ଭଲ ରହିବ ନାହିଁ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଅଫିସ୍‌ରେ ଅଟକି ରହି ଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିପାରେ।
କନ୍ୟା
ଯାହା ପାଇବା କଥା ଆଶାନୁରୂପ ପାଇପାରିବେ ନାହିଁ। ପରିବାରରେ ସମସ୍ୟା ବଢ଼ିପାରେ। ବିଭିନ୍ନ ବାଧା, ବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆତ୍ମୀୟ ସମାଲୋଚନା କରିପାରନ୍ତି। ସ୍ବାତୀ ନକ୍ଷତ୍ର ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
ବିଛା
ବିଛା
କୌଣସି ନୀଚ ଜାତିର ବ୍ୟକ୍ତି ପରୋକ୍ଷ ଭାବେ ସମାଲୋଚନା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରକାଶନ, ପ୍ରଶାସନିକ ସ୍ତରରେ ଅଭୀଷ୍ଟ ସିଦ୍ଧି ଘଟିବ। ଅନୁରାଧା ନକ୍ଷତ୍ର ସକାଶେ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ଆଜି ମୂଳା ନକ୍ଷତ୍ରର ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟ ସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରସ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ପ୍ରାୟତଃ ଠିକ୍‌ ରହିବ। ହୋଟେଲ, ଦୋକାନ, ବ୍ୟବସାୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ।
ମକର
ମକର
ଅଫିସରେ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଶ୍ରବଣା ନକ୍ଷତ୍ର ପାଇଁ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ବିଶେଷ ଅସୁବିଧା ହେବ ନାହିଁ। ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
କୁମ୍ଭ
କୁମ୍ଭ
ସମସ୍ୟା ବିଜଡ଼ିତ ପରିସ୍ଥିତିରେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କେତେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ହଠାତ୍‌ ବ୍ୟସ୍ତ ହୋଇ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଶତଭିଷା ନକ୍ଷତ୍ର ସକାଶେ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ମୀନମୀନ

ଆଜି ପ୍ରତ୍ୟେକ କ୍ଷେତ୍ରରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ। ହଠାତ୍‌ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। ପୂର୍ବଭାଦ୍ରବ ନକ୍ଷତ୍ର ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri