Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟାରମ୍ଭ, ମନୋରଞ୍ଜନ କାର୍ଯ୍ୟକ୍ରମ କରିପାରନ୍ତି। ପାରିବାରିକ ସଦ୍‌ଭାବରୁ ଖୁସି ରହିବେ ଏବଂ ସକାଳୁ ପୂର୍ବ ନିର୍ଦ୍ଧାରିତ କାମ ପାଇଁ ସଜବାଜ ହେବେ। ପ୍ରାଥମିକ ଅବସ୍ଥାରେ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ପରେ ସବୁ ଠିକ୍‌ ହୋଇଯିବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି।
ବୃଷ
ବୃଷ
ଘରୋଇ କାମରେ ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହେବେ। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। କର୍ମଜଞ୍ଜାଳ ବୃଦ୍ଧି ଯୋଗୁ ଘରୋଇ କାମ ଅଧୁରା ରହିଯିବ। ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ବାଣିଜ୍ୟ, ପରିବହନ ଏବଂ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ମିଥୁନ
ମିଥୁନ
ବନ୍ଧୁମାନେ ଫାଇଦା ପାଇଁ ଫନ୍ଦିଫିକର କରିପାରନ୍ତି। ଜମା ଭଲ ପଡୁ ନ ଥିବା ବ୍ୟକ୍ତିଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଫିସରେ ପରସ୍ପର ଗୋଡ଼ଟଣାଟଣି ହେତୁ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ।
କର୍କଟ
କର୍କଟ
ଚେଷ୍ଟା କରୁଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବା କାରଣରୁ ଆଶ୍ୱସ୍ତିଲାଭ କରିବେ। ବୟସ୍କ ବ୍ୟକ୍ତିଙ୍କ ପରାମର୍ଶରୁ ଆର୍ଥତ୍କ ଦିଗରୁ ସନ୍ତୋଷଜନକ ଫଳ ପାଇବେ। ପାପଗ୍ରହ ପ୍ରଭାବରୁ ଦୈହିକ ଦୁର୍ବଳତାଜନିତ ମନୋବଳ କମିଯିବ। ଆଜିର ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ବ୍ୟବସାୟ ଓ ପରିବହନରେ ଲାଭ ମିଳିବ।
ସି˚ହ
ସି˚ହ
ଆଜି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। କୌଣସି ମୂଲ୍ୟବାନ ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ।
କନ୍ୟା
ଆଜି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଧରି ସ୍ଥିର ରହିପାରିବେ ନାହିଁ। ଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଦିଗ କିଛି ଯୋଡ଼ିବା ସକାଶେ ଚିନ୍ତା କରିବେ। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବାକୁ ପଡ଼ିପାରେ।
ତୁଳା
ତୁଳା
ଆଜିର ଯାତ୍ରାରେ ଯେଉଁ କାମରେ ଯାଉଛନ୍ତି, ସେଥିରେ ଅସୁବିଧା ହେବ ନାହିଁ। ଆଜି କାମ ହାସଲ କରି ଯେତିକି ଖୁସି ହେବେ ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁମାନେ ଫାଇଦା ହାସଲ ସକାଶେ ଯୋଜନା କରିପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ବହୁତ ଝଡ଼ଝଞ୍ଜା ମଧ୍ୟ ଦେଇ କାମ ହାସଲ କରିବେ। ପାରସ୍ପରିକ ସହମତିରେ କାମ କରିଚାଲିଲେ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ କିନ୍ତୁ କ୍ଷତି ହେବନି। ମାନସିକ ଅବସାଦ ଦୂର ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ଧନୁ
ଧନୁ
ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ଏଣୁ ସତର୍କରେ ଚଳିବା ଭଲ ହେବ। ଅପରାହ୍ନ ସମୟରେ ହଜିଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡ଼ିପାରେ। ସଭାସମିତି, କ୍ରୀଡ଼ା, ବକ୍ତୃତା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିପାରିବେ।
ମକର
ମକର
ସକାଳୁ ସକାଳୁ ବନ୍ଧୁଙ୍କ ଡାକରା ଆପଣଙ୍କୁ ବିଚଳିତ କରାଇପାରେ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିଯିବ। ଅତି ଭଲ ସମ୍ପର୍କ ଥିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଋଣ ପରିଶୋଧଜନିତ ଦୁଶ୍ଚିନ୍ତା ସାଙ୍ଗକୁ ଅପଦସ୍ଥ ମଧ୍ୟ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଆଜି କାମରେ ସଫଳତା, ବିବାଦରେ ବିଜୟ, ପ୍ରତିଯୋଗିତାରେ ଅଗ୍ରଣୀ ପୂର୍ବକ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ତଥା ପ୍ରଶାସନିକ କ୍ଷେତ୍ର ପ୍ରତ୍ୟେକରେ ସୁଫଳ ପାଇବେ। ଆଶା କରି ନ ଥିବା କୌଣସି ଅଚାନକ ଶୁଭଖବର ପାଇ ଖୁସି ହୋଇପାରନ୍ତି। ପିଲାଙ୍କ ପଢ଼ା ସମସ୍ୟା ଚିନ୍ତା ବଢ଼ାଇପାରେ।
ମୀନମୀନ

ପାରିବାରିକ କ୍ଷେତ୍ରରେ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ ମାତ୍ର ବନ୍ଧୁ ସମ୍ପର୍କରେ ଅବନତି ଘଟିପାରେ। ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ କିନ୍ତୁ କ୍ଷତିର ଭରଣା କରିପାରିବେ। ନୂତନ ବସ୍ତ୍ର, ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆଜିର ଯାତ୍ରା, ବନ୍ଧୁମିଳନ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଏବଂ ପ୍ରଶଂସା, ପ୍ରୋତ୍ସାହନରୁ ଖୁସି ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri