Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ
ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର ସମ୍ଭାବନା ରହିଛି। ସଭାସମତିରେ, ଆନୁଷ୍ଠାନିକ କାମରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଅଧ୍ୟାପନା, ରଚନାମତ୍କ କାର୍ଯ୍ୟ, ନୃତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ଗୁଡାଏ ଭାବନାକୁ ନେଇ ବ୍ୟସ୍ତ ହେବେ କିନ୍ତୁ କିଛି ଅସୁବିଧା ହେବ ନାହିଁ। ଆଜି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ । ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବା କାରଣରୁ ହାତସବୁବେଳେ ଖାଲି ରହିବ। ପରିବାରରେ ଅଯଥା କଳହରୁ ଦୂରେଇ ରହିବା ଭଲ ନତୁବା ଅଶାନ୍ତ ରହିପାରନ୍ତି।
ମିଥୁନ
ମିଥୁନ
ଆଜି ଯେମିତି ଯାହା ଚିନ୍ତା କରିବେ ତଦନୁସାରେ କୈାଣସି କାମରେ ଅଟକିବେ ନାହିଁ। ମାତ୍ର ଆରଦ୍ରା ନକ୍ଷତ୍ର ପାଇଁ ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ତ୍ୟାଗପୂତ ମନୋଭାବରୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଧାତୁଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ
କର୍କଟ
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ଅଶ୍ଳେଷାର ମନର ବଳ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ।
ସି˚ହ
ସି˚ହ
ଆଜିର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। ଉତରାଫାଲଗୁନୀ ନକ୍ଷତ୍ରର ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
କନ୍ୟା
ଲାଭାଧିପତି କର୍ମସ୍ଥାନରେ ଥିବାରୁ ଅର୍ଥ, ସମ୍ମାନ, କାର୍ଯ୍ୟାରମ୍ଭରେ ଅନୁକୂଳ ବାତାବରଣ ସୃଷ୍ଟି କରିବେ। ହଠାତ୍‌ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ। ଆନୁଷ୍ଠାନିକ କାମ, ସାହିତ୍ୟ, କଳା କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
କର୍ମାଧିପତି ଭାଗ୍ୟସ୍ଥାନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍‌ କରିପାରନ୍ତି। ସ୍ବାତୀ ନକ୍ଷତ୍ରର ଦୈହିକସ୍ବାସ୍ଥ୍ୟ ଅପରିବର୍ତିତ ରହିବ ଓ କାମ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅସମର୍ଥିତ ଶତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ସାମାଜିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଅନୁରାଧା ନକ୍ଷତ୍ରର ପାରିବାରିକ ସମସ୍ୟା ଉଣା ହେବା ବଦଳରେ କ୍ରମଶଃ ବୃଦ୍ଧି ପାଇବ। ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲାଭଳି କାମ କରନ୍ତୁ ନାହିଁ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ।
ଧନୁ
ଧନୁ
ଉତରାଷାଢା ନକ୍ଷତ୍ରର ଅର୍ଥାଭାବ ଯୋଗୁ କେତେକ କାମ ଅସମ୍ପୂର୍ଣ୍ଣ ରହିପାରେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ କୈାଣସି ସହୃଦୟବ୍ୟକ୍ତିଙ୍କ ଦ୍ୱାରା ହୋଇପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ପକ୍ଷପାତିତା ମନରେ ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି କରିପାରେ।
ମକର
ମକର
ମୁଖଭାବସ୍ଥ ଶନି ଓ ମଙ୍ଗଳ କଠୋର ବାକ୍ୟାଳାପ ସଙ୍ଗକୁ ମନକୁ ବିକ୍ଷିପ୍ତ ଭାବନାରେ ଅସ୍ଥିର କରାଇବ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଆଶଙ୍କା ରହିଛି। ପରିବହନ, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ। ଉତରାଷାଢା ନକ୍ଷତ୍ରକୁ ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ।
କୁମ୍ଭ
କୁମ୍ଭ
ମଙ୍ଗଳ ଜନିତ ମସ୍ତିସ୍କ ଉତେଜନାପୂର୍ଣ୍ଣ ରହିଥିବାରୁ ଆଲୋଚନା ସମୟରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। ହଠାତ୍‌ ଦୂର ଯାତ୍ରା କରିବା ପାଇଁ ମନ ବଳାଇବେ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ପୂର୍ବଭାଦ୍ରବ ନକ୍ଷତ୍ର ସକାଶେ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ।
ମୀନମୀନ

ଉଚ୍ଚସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ହସ,ଖୁସୀ,ଆନନ୍ଦ ମଧ୍ୟରେ ଦିନଟି ଅତିବାହିତ ହେବ। ନିକଟ ଅତୀତରେ କାମ ହାସଲ ପାଇଁ ବନ୍ଧୁଙ୍କ ନିକଟରୁ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri