Posted inRasifala

ରାଶିଫଳ: ସୋମବାର,ଏପ୍ରିଲ୍‍ ୧୪ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ଅସୁସ୍ଥତା ଅନୁଭବ କରିବେ। ଆଜି ଘରକାମ ହେଉ କିମ୍ବା କର୍ମକ୍ଷେତ୍ରର କାମ ହେଉ ପ୍ରତ୍ୟେକ କାମରେ ଶୁଭ ଫଳ ମିଳିବ। ହଠାତ୍‌ ପରିସ୍ଥିତି ବଶତଃ ଭଟ୍ଟା ପଡିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡି ହୋଇଯିବ। ଆର୍ଥିକ ଦିଗଟି ଭଲ ରହିବା ହେତୁ ମନ ଖୁସି ରହିପାରେ।
ବୃଷ
ବୃଷ
ଆଜି ଆତ୍ମୀୟଙ୍କ ଆତ୍ମୀୟତାର ଅସଲ ପରିଚୟ ପାଇ ଭୁଲ୍‌ ଧାରଣା ଦୂର ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ରାହୁଙ୍କ ପ୍ରଭାବରେ ନିଷ୍ପତ୍ତି ନେବାରେ ଭୁଲ୍‌ କରିପାରନ୍ତି। ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକନ୍ତୁ ନାହିଁ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ବଦଳରେ ଓଲଟା ଫଳ ଦୁଶ୍ଚିନ୍ତାର କାରଣ ପାଲଟି ଯିବ।
ମିଥୁନ
ମିଥୁନ
ଆଜି ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମାନିତ ହେବେ। ଅନ୍ୟକୁ କଅଁଳେଇ କହି କାମ ହାସଲ କରିବା ସକାଶେ ଚେଷ୍ଟାକଲେ ଉପକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସ୍ତରରେ ଆତ୍ମୀୟମାନଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କର୍କଟ
କର୍କଟ
ମନ ଭଲ ଚାହୁଁଥିଲେ ମଧ୍ୟ ପରିସ୍ଥିତି ତାହାକୁ ସହଜରେ କରାଇ ଦେବ ନାହିଁ। ନୂତନ ଘରଟିଏ କିଣିବା,କିମ୍ବା ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି। ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡିବା ପାଇଁ ଆଲୋଚନା କରିପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ କେତେକାଂଶରେ ଉପକୃତ ହେବେ।
ସି˚ହ
ସି˚ହ
ପରିବାରରେ ତର୍କବିତର୍କ କାରଣରୁ ଭାଇ, ଭଉଣୀଙ୍କ ସହ ମତାନ୍ତର ଘଟିପାରେ। ଏହାସାଙ୍ଗକୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିବେ। କାର୍ଯ୍ୟବ୍ୟସ୍ତ କାରଣରୁ କୌଣସି କଥା ଠିକ୍‌ ରହିବ ନାହିଁ। ଅପେକ୍ଷା କରିଥିବା ଲୋକଟିର ଦେଖା ନ ପାଇବାରୁ ବିରକ୍ତି ଅନୁଭବ କରିପାରନ୍ତି।
କନ୍ୟା
ଆପଣ ପ୍ରତିକୂଳ ବାତାବରଣ ମଧ୍ୟରେ ଗତି କରୁଥିବାରୁ ମନ ଅଶାନ୍ତ ରହିପାରେ। କର୍ମକ୍ଷେତ୍ରରେ ସହକର୍ମୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରୁ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। ଅତୀତ କଥାକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ତୁଳା
ତୁଳା
ପାରିବାରିକ ସ୍ତରରେ ପିଲାଙ୍କ ବିଳମ୍ବ ବିବାହକୁ ନେଇ ଦୁଶ୍ଚିନ୍ତା ବଢିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ରହନ୍ତୁ। ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇ ପାରେ କିନ୍ତୁ ଏହି ଦିଗରେ ଅପେକ୍ଷା କରିଥିବା ବନ୍ଧୁଙ୍କଠାରୁ ଶୁଭ ସୂଚନା ପାଇବେ। ଅସମ୍ପୂର୍ଣ୍ଣ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ସକାଶେ ଚେଷ୍ଟିତ ହେବେ।
ବିଛା
ବିଛା
ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ପ୍ରତ୍ୟେକ କାମକୁ ସାହସର ସହ ସମ୍ପନ୍ନ କରିବାର ପ୍ରେରଣା ଦେବେ। ଶିଳ୍ପ, ବ୍ୟବସାୟ ପାଇଁ ଦିନଟି ଭଲ। ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବେ ଅବଶ୍ୟ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ଆଜି ଏକାଧାରରେ ମାନସିକ, ଶାରୀରିକ ଓ ଆର୍ଥିକ ଦିଗରୁ ଉନ୍ନତ ଫଳ ପାଇବେ। ପରିବାର ଓ ପରିବହନରେ କଳହର ସମ୍ଭାବନାକୁ ଏଡିହେବ ନାହିଁ। ଘରୋଇ କଥାକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ମତପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥତି ସୃଷ୍ଟି କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରର ସମସ୍ୟାର ସରଳ ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ଅଫିସରେ କଥା କଟାକଟି ହେତୁ ସୁସମ୍ପର୍କ ବ୍ୟାହତ ହେବ, ମାତ୍ର କିଛି ଅସୁବିଧା ପ୍ରାୟତଃ ହେବ ନାହିଁ। ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇ ପାରେ। ଅଟକି ରହିଥିବା କାମଗୁଡିକୁ ଆଜି ବନ୍ଧୁଙ୍କ ସହାୟତାରେ କରିପାରିବେ।
କୁମ୍ଭ
କୁମ୍ଭ
ବିଭିନ୍ନ ଦୁଶ୍ଚିନ୍ତାରୁ ମାନସିକ ଅସ୍ଥିରତା ଲାଗିରହିବ। ସମସ୍ୟା ଭିତରେ ବୁଡି ରହିଥିଲେ ମଧ୍ୟ କାମର ଚାପ ବିଶ୍ରାମ ସକାଶେ ଅବସର ଦେବନାହିଁ। ଘରେ ବସି ରହିଥିଲେ ମଧ୍ୟ ସମସ୍ୟା ଆସିବ ଓ ଆପଣ ଆତ୍ମ ସଂଯମ ଓ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ। ନିଜ ପରିସରରେ ରହୁଥିବା ଆତ୍ମୀୟମାନେ ମିଥ୍ୟା ଅଭିଯୋଗ କରିପାରନ୍ତି।
ମୀନମୀନ

ଆଜି ଅସହିଷ୍ଣୁ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପ୍ରତିକୂଳତା ସୃଷ୍ଟିକରିବ। ପରିବାରରେ ମଧ୍ୟ ବିନା କାରଣରେ ଭୁଲ୍‌ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ ବିତଣ୍ଡା ସୃଷ୍ଟି ହେବାର ଆଶଙ୍କା ରହିଛି। ମାଲିମକଦ୍ଦମା ଓ କଚେରି ମାମଲା ତଥା ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri