Posted inRasifala

ରାଶିଫଳ: ଗୁରୁବାର, ଜୁନ୍‌ ୧୩ ତାରିଖ – Daily Horoscope

ମେଷ
ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ କଟିବା ସହ ବିଳାସବ୍ୟସନ ପ୍ରତି ରୁଚି ବଳିବ। ସନ୍ତାନଙ୍କ ଶିକ୍ଷା, ଦୂରଯାତ୍ରା ତଥା ପ୍ରିୟଜନଙ୍କ ସକାଶେ ଔଷଧ କ୍ରୟଜନିତ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅଶ୍ୱିନୀ ନକ୍ଷତ୍ର ପଡ଼ୋଶୀଙ୍କ କାମରେ ସାମିଲ ହୋଇପାରନ୍ତି।
ବୃଷ
ବୃଷ
ଯାହା କଥା ଚିନ୍ତା କରୁଛନ୍ତି ସେହି ଲୋକଟି ଆଜି ହଠାତ୍‌ ଆସିଯିବ। ଅଟକିଥିବା କାମକୁ ପୂର୍ଣ୍ଣାଙ୍ଗ କରିବାରେ ପଦସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିପାରନ୍ତି। ସମସ୍ୟା ବିଜଡିତ ରହିଲେ ମଧ୍ୟ ପରକ୍ଷଣରେ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ରୋହିଣୀ ନକ୍ଷତ୍ର ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ।
ମିଥୁନ
ମିଥୁନ
ନିଜର ଆବଶ୍ୟକତାକୁ ପଛକୁ ପକାଇ ଭାଇ, ବନ୍ଧୁ କିମ୍ବା ପ୍ରିୟଜନଙ୍କ ସକାଶେ ଅର୍ଥବ୍ୟୟ କରିବାକୁ ପଡ଼ିପାରେ। ଗତକାଲିର ନିଷ୍ପତ୍ତି ଅନୁଯାୟୀ ଆଜି କାମ ଆରମ୍ଭ କରିବାକୁ ମନସ୍ଥ କରିବେ। ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ନ ପାଇବାରୁ ବ୍ୟସ୍ତ ହୋଇପାରନ୍ତି। ମୃଗଶିରା ନକ୍ଷତ୍ରର ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
କର୍କଟ
କର୍କଟ
ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ଟେନ୍‌ସନକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଅପଦସ୍ଥ ହେବାର ସୂଚନାକୁ ଅଣହେଳା କରିବା ଠିକ୍‌ ହେବନାହିଁ। ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ରର ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ସାଧନ କରିବେ। ଦିନଭିତରେ ଯାହା ଓ ଯେପରି ଆଶା କରୁଛନ୍ତି ତାହା ପାଇବାରେ ଅସୁବିଧା ହେବନାହିଁ। କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମଘା ନକ୍ଷତ୍ର ସକାଶେ ଅସାବଧାନତା ବଶତଃ ଧନ ହାନି ଘଟିପାରେ।
କନ୍ୟା
ଆଜି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଲାଭ ସହ ଆର୍ଥିକ ଅଭିବୃଦ୍ଧି ଘଟିପାରେ। ହସ୍ତା ନକ୍ଷତ୍ରର ସ୍ବାସ୍ଥ୍ୟ ଠିକ୍‌ ରହିବ ଓ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ କିମ୍ବା ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି। ବ୍ୟବସାୟ ଓ ନିର୍ମାଣ କ୍ଷେତ୍ର ପାଇଁ ବିଶେଷ ଅସୁବିଧା ହେବ ନାହିଁ
ତୁଳା
ତୁଳା
ଆପଣଙ୍କ ସରଳ କର୍ମ ପ୍ରବାହ ସାଙ୍ଗକୁ ସୁନ୍ଦର ପାରିବାରିକ ଜୀବନ ଜୀବନଚର୍ଯ୍ୟାକୁ ରୁଚିପୂର୍ଣ୍ଣ କରାଇବ। ଭଲ ବ୍ୟବହାର ଓ ବିନୟପୂର୍ଣ୍ଣକଥା ବନ୍ଧୁଙ୍କୁ ଆପ୍ୟାୟିତ କରିବ। ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିପାରେ।
ବିଛା
ବିଛା
ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ସହ ସମ୍ପର୍କୀୟଙ୍କ ସାହାଯ୍ୟ ସହାନୁଭୂତି ଲାଭ କରିବେ। କର୍ମକ୍ଷେତ୍ରରେ ସବୁ ଦିଗକୁ ଦେଖି କାମ ନ କଲେ ଅସୁବିଧାରେ ପଡ଼ିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ସହ ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ଧନୁ
ଧନୁ
ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ କ୍ଷୋଭ ପ୍ରକାଶ କରିବେ। ମଧୁର ବ୍ୟବହାର ଦ୍ୱାରା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପୂର୍ବାଷାଢ଼ା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଆଧୁନିକୀକରଣ କରିପାରନ୍ତି। ଋଣ, କଚେରି ମାମଲା, ଜମିଜମା ଆଦି କେତେକ ସମସ୍ୟାର ସମ୍ମୁଖୀନ ହେବେ।
ମକର
ମକର
ଆପଣଙ୍କର ଶାନ୍ତ, ସରଳ ବିଚାରଧାରା ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରାଇବାରେ ସାହାଯ୍ୟ କରିବ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ପାଇବେ। ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝି ନ ପାରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସାମାଜିକ କ୍ଷେତ୍ରରେ ଜନ ସମର୍ଥନ ପରିବାର ଓ କର୍ମକ୍ଷେତ୍ର ପାଇଁ ସୁବିଧାଜନକ ସ୍ଥିତି ଉପତ୍ନ୍ନ କରିବ। ଶତଭିଷା ନକ୍ଷତ୍ର ସକାଶେ ହାତକୁ ନେଇଥିବା କାମ ନ ହେବାରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଗୃହ, ଭୂମି ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ମାତ୍ର ଅସୁବିଧା ହେବ ନାହିଁ।
ମୀନମୀନ

ଆଜି ଶିକ୍ଷା, ସନ୍ତାନଙ୍କ ସକାଶେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ପ୍ରତ୍ୟେକ କଥାରେ ଉଦାର ଭାବ ପୋଷଣ କରିବା ହେତୁ ପ୍ରଶଂସିତ ହେବେ। କିନ୍ତୁ ନିଜ ପରିବାରରୁ ଆଶାନୁରୂପ ସ୍ନେହ, ଆଦର ଓ ସହାନୁଭୂତି ପାଇବା କମି ଯାଇପାରେ। ଟେନ୍‌ସନ କେତେକାଂଶରେ କମିଗଲେ ମଧ୍ୟ ଅର୍ଥାଭାବ କେତେକ କାମକୁ ମନ୍ଥର କରିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri