Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଯୁକ୍ତ କେତୁ ଷଷ୍ଠସ୍ଥ ହେତୁ ଦୂରଯାତ୍ରାରେ ଅପବ୍ୟୟଜନିତ ମନସ୍ତାପ କରିପାରନ୍ତି। ବାଣିଜ୍ୟ, ପରିବହନ, ମନୋରଞ୍ଜନ, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ବାଧା ରହିବ ନାହିଁ। ଘରକୁ ପ୍ରିୟବନ୍ଧୁ ଆସିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବହୁତ କଥା ଶୁଣେଇ ପାରନ୍ତି। କାଯ୍ୟବ୍ୟସ୍ତତା କାରଣରୁ ଅବସାଦ ଦେଖାଦେଇପାରେ।
ବୃଷ
ବୃଷ
ଚତୁର୍ଥାଧିପତି ଧନସ୍ଥ ଯୋଗୁ ଅର୍ଥଲାଭ ସହିତ ସୁନ୍ଦର ମାଦକତାଭରା ପାରିବାରିକ ଜୀବନକୁ ଉପଭୋଗ କରିବେ। ସାମୟିକ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଦ୍ୱିତୀୟସ୍ଥ ବୁଧ ଓ ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କ ଉପସ୍ଥାପନା ପ୍ରଣାଳୀ ଶ୍ରୁତିମଧୁର ହେବା ସହ ବହୁଜନ ପ୍ରଶଂସିତ ହେବ। ଇଚ୍ଛା ନଥିଲେ ମଧ୍ୟ ବାହାରକୁ ଯିବାକୁ ପଡ଼ିପାରେ। ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ଆତ୍ମୀୟମାନଙ୍କ ମନମୁଖି କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।
କର୍କଟ
କର୍କଟ
ତୃତୀୟସ୍ଥ ଚନ୍ଦ୍ର ଓ କେତୁଜନିତ ବନ୍ଧୁ ଆପଣଙ୍କ ନିକଟରୁ ଦୂରେଇ ଯାଉଥିବାର ଅନୁଭବ କରିବେ। ଶୁକ୍ରଙ୍କ ସୁପ୍ରଭାବରେ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ। ଷଷ୍ଠାଧିପଙ୍କ ପ୍ରଭାବରେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ବଢ଼ିଯିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ନିର୍ମାଣ, ପରିବହନରେ ସମସ୍ୟା ଦେଖାଦେବ।
ସି˚ହ
ସି˚ହ
କର୍ମସ୍ଥାନରେ ଗୁରୁମଙ୍ଗଳ ଅବସ୍ଥାନ କରିଥିବାରୁ କର୍ମାରମ୍ଭ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିପାରେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ଲାଗି ଫନ୍ଦି ଫିକର କରିପାରନ୍ତି। ବ୍ୟବସାୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କନ୍ୟା
ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବନି। ମନ ବୁଝିଲାଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଭାଗ୍ୟସ୍ଥ ଗ୍ରହ ପ୍ରଭାବରୁ କର୍ମକ୍ଷେତ୍ର, ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ ହୋଇପାରିବ। ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ତୁଳା
ତୁଳା
ଚନ୍ଦ୍ର ପାପଗ୍ରହ କେତୁ ଯୁକ୍ତ ହେତୁ ବିଭିନ୍ନ ଅସୁବିଧା ଭିତରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ। ମୂଲ୍ୟବାନ ଜିନିଷ କିଣିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ଚାକିରିରେ, ସଭା ସମିତିରେ ସମ୍ମାନ ଲାଭ କରିବେ। ଘରେ ଯେତେ ଭଲ କାମ କଲେ ସୁଦ୍ଧା ସ୍ନେହ, ଶ୍ରଦ୍ଧା ଓ ଆଦର ପାଇପାରିବେ ନାହିଁ।
ବିଛା
ବିଛା
କେନ୍ଦ୍ରସ୍ଥ ଶନିଜନିତ ଯେତେ ସତର୍କତାର ସହ ଚଳିଲେ ମଧ୍ୟ ସମସ୍ୟା ହେତୁ ମାନସିକ ସ୍ଥିତି ଉଦ୍‌ବେଗ ରହିବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ନିକଟରୁ ଦୂରେଇ ରହିପାରେ।
ଧନୁ
ଧନୁ
ପରିବାର ସ୍ଥାନରେ ରାହୁ ଥିବାରୁ ଅସୁସ୍ଥ ବିଚାରଧାରା ହିଁ ଅଶାନ୍ତିର କେନ୍ଦ୍ର୍ରବିନ୍ଦୁ ହେବ। ମାଲିମକଦ୍ଦମା, ପ୍ରତିଦ୍ୱନ୍ଦିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧ୍ୟବାଧକତାରେ ନାହିଁ କରି ନ ପାରି ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାର ଆବଶ୍ୟକତା ଅନୁଭବ କରିବେ।
ମକର
ମକର
ଶୁକ୍ର ଓ ବୁଧ ରାଶିକୁ ଦେଖୁଥିବାରୁ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି କରିବେ। ପରିଭ୍ରମଣ କ୍ଷେତ୍ରରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି। ବନ୍ଧୁ ଗହଣରେ ଟିକିଏ କଥାରେ ରାଗି ଯାହା ପଡ଼ିଲା ତାହା କହିବା ଫଳରେ କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପତି ସହ କେତୁଜନିତ ପରୋକ୍ଷ ଶତ୍ରୁତା ମନକୁ ଭାରାକ୍ରାନ୍ତ କରାଇବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ବନ୍ଧୁମାନଙ୍କ ମଧ୍ୟସ୍ଥତାରେ ବହୁତ ଦିନ ହେଲା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ

ଚନ୍ଦ୍ରଙ୍କ ଉପରେ ରାହୁଙ୍କ ଦୃଷ୍ଟି ଯୋଗୁ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାତ୍ତାପ କରିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, ଅଭାବ ଓ ଅସୁବିଧା ପରିଲକ୍ଷିତ ହୋଇପାରେ। କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ମୂଲ୍ୟବାନ ଜିନିଷ କ୍ରୟ କରିବା, ନୂତନ ପ୍ରକଳ୍ପ, ଉଦ୍ୟୋଗରେ ପୁଞ୍ଜିଲଗାଣ ସକାଶେ ଅର୍ଥଚିନ୍ତା ଘାରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri