Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ । ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସାଙ୍ଗକୁ କଳା,ସାହିତ୍ୟ,ସଙ୍ଗୀତରେ ନିଜକୁ ନିୟୋଜିତ କରିପାରନ୍ତି ।
ବୃଷ
ବୃଷ
ଧ୍ୟୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ପରିସ୍ଥିତିକୁ ସଜାଡ଼ିପାରିବେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ଲେଖାପଢ଼,ସଭାସମିତି ପ୍ରଭୃତିରେ ପ୍ରାଧାନ୍ୟ ରହିବ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ମିଥୁନ
ମିଥୁନ
ଆଜି ଆପଣ କୌଣସି ବିବଦୀୟ ଘଟଣାରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ । ଅବଶ୍ୟ ବନ୍ଧୁମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇ କାର୍ଯ୍ୟ ହାସଲ କରିବେ । କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ପ୍ରଶଂସା କରିପାରନ୍ତି । ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
କର୍କଟ
କର୍କଟ
ଆମତ୍ୀୟସ୍ବଜନଙ୍କ ସାହାଯ୍ୟରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ଏପରିକି ବହୁ ଦିନରୁ ଭାବିଥିବା କଥାଟି ଆଜି ହିଁ ସାକାର ରୂପ ନେବାର ସୂଚନା ପାଇପାରନ୍ତି । କୌଣସି ଶୁଭ ଖବର କିମ୍ବା ମୂଲ୍ୟବାନ୍‌ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ । କିନ୍ତୁ ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।
ସି˚ହ
ସି˚ହ
ମାନସିକ ସ୍ଥିତି ବିଶୃଙ୍ଖଳିତ ରହିଥିବାରୁ ତରବରିଆ କୌଣସି କାମ ନ କରି ଜଗିରଖି ଚଳିବା ଭଲ ହେବ ା ଆମତ୍ୀୟ କିମ୍ବା ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ା ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ ା ସରକାରୀ ସ୍ତରରୁ କୌଣସି ଖବର ପାଇ ଖୁସି ହେବେ ା
କନ୍ୟା
କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟସେପଟ କରିଦେଇପାରେ ା କାର୍ଯ୍ୟରେ ସଫଳତା ହାସଲ ସକାଶେ ବହୁ ସଂଘର୍ଷ କରିବାକୁ ପଡ଼ିବ ା ହିତୈଷୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ ା ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ା
ତୁଳା
ତୁଳା
ଆନୁଷ୍ଠାନିକ କ୍ଷେତ୍ରରେ କାମ ଚାପ ଏତେ ବଢ଼ିଯିବ ଯେ ଆପଣ ଜମା ଶାନ୍ତିରେ ରହିପାରିବେ ନାହିଁି ା ଘରଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ ା ଚିତ୍ରା ନକ୍ଷତ୍ର କିନ୍ତୁ ବନ୍ଧୁମିଳନ ସହ ଖୁସିର ଆସର ଏବଂ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ ା
ବିଛା
ବିଛା
ହାତରେ କାମ ବହୁ ରହିବ, କିନ୍ତୁ କୌଣସିଟା ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ ା ବ୍ୟସ୍ତବିବ୍ରତ ହୋଇ ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ ା ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ ା ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅସଂଯତ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହେବେ ା
ଧନୁ
ଧନୁ
ଆଜି ଈର୍ଷାପରାୟଣ ବନ୍ଧୁଙ୍କ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ ା ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହିପାରିବେ ନାହିଁ ା ପିଲାମାନଙ୍କ କଳହକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି ା
ମକର
ମକର
ଗୁରୁଚଣ୍ଡାଳ ଯୋଗ ଚତୁର୍ଥସ୍ଥ ହେତୁ ଯାହା କରିବାକୁ ଯାଉଛନ୍ତି ବୁଝିବିଚାରି କରିବା ଭଲ ହେବ ା ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ା ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ା ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସାହାଯ୍ୟ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ା
କୁମ୍ଭ
କୁମ୍ଭ
ଅଯଥା ପରକଥାରେ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ା ଭୁଲ୍‌ କାର୍ଯ୍ୟପଦ୍ଧତି ଆଚରଣ କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁ ଭୁଲ୍‌ ବୁଝିବେ ା ସାହାଯ୍ୟ କରିବାକୁ କଥା ଦେଇଥିବା ସହକର୍ମୀ ପରକ୍ଷଣରେ ଓଲଟା କଥା କହିବେ ା ହିତୈଷୀଙ୍କ ପରାମର୍ଶରେ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇପାରନ୍ତି ା
ମୀନମୀନ

ମନ୍ଥର ଗତିରେ ଆଜିର କାମଗୁଡ଼ିକ ସମାଧାନ ହୋଇପାରିବ । କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ରର ବାରମ୍ବାର ଅସଫଳତା ଲାଗିରହିବା କାରଣରୁ ମନରେ ବିଭିନ୍ନ ପ୍ରକାର କଳ୍ପନା ଜାଗ୍ରତ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ସାମାଜିକ ସ୍ତରରେ ସେବା ଓ ପରୋପକାରକରି ପ୍ରଶଂସିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ଯୁକ୍ତ ଏକାଦଶସ୍ଥ ଚନ୍ଦ୍ର ସନ୍ତାନଙ୍କ ସ୍ବାସ୍ଥ୍ୟହାନି ସାଙ୍ଗକୁ ସୁସମ୍ପର୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନିକ ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri