Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ଖୁସି ହୋଇଯିବେ । ପିଲାମାନଙ୍କ ସକାଶେ ଥିବା ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ । ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସାଙ୍ଗକୁ କଳା,ସାହିତ୍ୟ,ସଙ୍ଗୀତରେ ନିଜକୁ ନିୟୋଜିତ କରିପାରନ୍ତି ।
ବୃଷ
ବୃଷ
ଧ୍ୟୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ପରିସ୍ଥିତିକୁ ସଜାଡ଼ିପାରିବେ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ଲେଖାପଢ଼,ସଭାସମିତି ପ୍ରଭୃତିରେ ପ୍ରାଧାନ୍ୟ ରହିବ । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।
ମିଥୁନ
ମିଥୁନ
ଆଜି ଆପଣ କୌଣସି ବିବଦୀୟ ଘଟଣାରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ । ଅବଶ୍ୟ ବନ୍ଧୁମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇ କାର୍ଯ୍ୟ ହାସଲ କରିବେ । କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ପ୍ରଶଂସା କରିପାରନ୍ତି । ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି ।
କର୍କଟ
କର୍କଟ
ଆମତ୍ୀୟସ୍ବଜନଙ୍କ ସାହାଯ୍ୟରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ଏପରିକି ବହୁ ଦିନରୁ ଭାବିଥିବା କଥାଟି ଆଜି ହିଁ ସାକାର ରୂପ ନେବାର ସୂଚନା ପାଇପାରନ୍ତି । କୌଣସି ଶୁଭ ଖବର କିମ୍ବା ମୂଲ୍ୟବାନ୍‌ ଜିନିଷ ପ୍ରାପ୍ତିରେ ଆନନ୍ଦ ଅନୁଭବ କରିବେ । କିନ୍ତୁ ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।
ସି˚ହ
ସି˚ହ
ମାନସିକ ସ୍ଥିତି ବିଶୃଙ୍ଖଳିତ ରହିଥିବାରୁ ତରବରିଆ କୌଣସି କାମ ନ କରି ଜଗିରଖି ଚଳିବା ଭଲ ହେବ ା ଆମତ୍ୀୟ କିମ୍ବା ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ା ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ ା ସରକାରୀ ସ୍ତରରୁ କୌଣସି ଖବର ପାଇ ଖୁସି ହେବେ ା
କନ୍ୟା
କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଆକସ୍ମିକ ଆବିର୍ଭାବ ପରିସ୍ଥିତିକୁ ଏପଟସେପଟ କରିଦେଇପାରେ ା କାର୍ଯ୍ୟରେ ସଫଳତା ହାସଲ ସକାଶେ ବହୁ ସଂଘର୍ଷ କରିବାକୁ ପଡ଼ିବ ା ହିତୈଷୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ ା ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ା
ତୁଳା
ତୁଳା
ଆନୁଷ୍ଠାନିକ କ୍ଷେତ୍ରରେ କାମ ଚାପ ଏତେ ବଢ଼ିଯିବ ଯେ ଆପଣ ଜମା ଶାନ୍ତିରେ ରହିପାରିବେ ନାହିଁି ା ଘରଲୋକମାନଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ ା ଚିତ୍ରା ନକ୍ଷତ୍ର କିନ୍ତୁ ବନ୍ଧୁମିଳନ ସହ ଖୁସିର ଆସର ଏବଂ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ ା
ବିଛା
ବିଛା
ହାତରେ କାମ ବହୁ ରହିବ, କିନ୍ତୁ କୌଣସିଟା ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ ା ବ୍ୟସ୍ତବିବ୍ରତ ହୋଇ ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ ା ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ ା ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅସଂଯତ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହେବେ ା
ଧନୁ
ଧନୁ
ଆଜି ଈର୍ଷାପରାୟଣ ବନ୍ଧୁଙ୍କ ଅଭିଶାପ ଆଶୀର୍ବାଦରେ ପରିଣତ ହୋଇଯିବ ା ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହିପାରିବେ ନାହିଁ ା ପିଲାମାନଙ୍କ କଳହକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି ା
ମକର
ମକର
ଗୁରୁଚଣ୍ଡାଳ ଯୋଗ ଚତୁର୍ଥସ୍ଥ ହେତୁ ଯାହା କରିବାକୁ ଯାଉଛନ୍ତି ବୁଝିବିଚାରି କରିବା ଭଲ ହେବ ା ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ା ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ା ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସାହାଯ୍ୟ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ା
କୁମ୍ଭ
କୁମ୍ଭ
ଅଯଥା ପରକଥାରେ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ା ଭୁଲ୍‌ କାର୍ଯ୍ୟପଦ୍ଧତି ଆଚରଣ କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁ ଭୁଲ୍‌ ବୁଝିବେ ା ସାହାଯ୍ୟ କରିବାକୁ କଥା ଦେଇଥିବା ସହକର୍ମୀ ପରକ୍ଷଣରେ ଓଲଟା କଥା କହିବେ ା ହିତୈଷୀଙ୍କ ପରାମର୍ଶରେ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇପାରନ୍ତି ା
ମୀନମୀନ

ମନ୍ଥର ଗତିରେ ଆଜିର କାମଗୁଡ଼ିକ ସମାଧାନ ହୋଇପାରିବ । କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ରର ବାରମ୍ବାର ଅସଫଳତା ଲାଗିରହିବା କାରଣରୁ ମନରେ ବିଭିନ୍ନ ପ୍ରକାର କଳ୍ପନା ଜାଗ୍ରତ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ସାମାଜିକ ସ୍ତରରେ ସେବା ଓ ପରୋପକାରକରି ପ୍ରଶଂସିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri