Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୧୩ ତାରିଖ – Daily Horoscope

ମେଷ
ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ନିଜର କେତେକ କୃତକର୍ମ ସକାଶେ ଅନୁତାପ କରିବାକୁ ପଡିପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟିରୁ ବିବାଦୀୟ ଘଟଣାର ଦିଗ ହଠାତ୍‌ ବଦଳି ଯାଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବହୁତ ଦିନ ଧରି ଯାହା ଖୋଜୁଥିଲେ ଆଜି ମଧ୍ୟାହ୍ନରେ ତାହା ପାଇଯିବେ। ନିଜର ଲୋକମାନଙ୍କ ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତବୋଧ କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ଆଶା କରିଥିବା ସରକାରୀ ସ୍ତରରୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଆତ୍ମୀୟମାନେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ।
କର୍କଟ
କର୍କଟ
ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ଅନ୍ୟମାନେ ବୁଝତ୍ ପାରିବେ ନାହିଁ। ଆକସ୍ମିକ ଭାବରେ ଯାନବାହନ କିଣିବା ସକାଶେ ମନ ବଳାଇ ପାରନ୍ତି। ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ କିନ୍ତୁ ସାୟାହ୍ନେ ଟେନ୍‌ସନ୍‌ ବଢ଼ିଯାଇପାରେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରାୟତଃ ଏକ ପ୍ରକାର ଭଲ ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିବା କାରଣରୁ ମନ ଭାରାକ୍ରାନ୍ତ ରହିବ। ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ବେଖାତିର ମନୋଭାବ ଓ କଟୁକ୍ତି ମନରେ ଦୁଃଖଦେଇପାରେ।
କନ୍ୟା
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇପାରିବେ। ମନ ବୁଝତ୍ଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ପାରିବାରିକ ସ୍ତରରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
ସମସ୍ତ ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମଗୁଡ଼ିକ ନ ହେବା କାରଣରୁ ମନରେ ସରସତା ରହିବ ନାହିଁ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଧର୍ମସଙ୍କଟରେ ପକାଇପାରେ। ପିଲାଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବା ସୂଚନା ରହିଛି। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ବିବାଦ ଦେଖାଦେଇ ପାରେ।
ବିଛା
ବିଛା
ମନ କଥାକୁ ମନରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ। ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ତକଲିଫ ହେବାକୁ ପଡ଼ିବ। କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ, ସମୟାନ୍ତରରେ ଆଶା ପୂରଣ ହୋଇପାରିବ। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ଖୁବ୍‌ ପ୍ରଶଂସା କରିବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମକର
ମକର
ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଦୀର୍ଘଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ। ଉପରିସ୍ଥଙ୍କ କଡ଼ା ତାଗିଦା କାରଣରୁ ଅଟକି ରହିଥିବା କାମଗୁଡ଼ିକୁ ଆଜି କରିପାରିବେ।
କୁମ୍ଭ
କୁମ୍ଭ
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଆଜି ହଠାତ୍‌ ଆସି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମୀନମୀନ
ବିନା କାରଣରେ ଭୁଲ୍‌ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଆଜି ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ। ଜମିଜମା, ନିର୍ମାଣ ପ୍ରଭୃତି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri