Posted inRasifala

ରାଶିଫଳ: ରବିବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ
ଚଳିତ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ। ବିଭିନ୍ନ କାରଣକୁ ନେଇ ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। କୃଷି, ବାଣିଜ୍ୟ ବ୍ୟବସାୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବାର ଆଶା ରହିଛି। ଗୃହକୁ କିଛି ମୂଲ୍ୟବାନ୍‌ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ଆଜି ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡ଼ିବ। ରାଜନୀତି ତଥା ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଲିପ୍ତ ରହିବା ହେତୁ ଟେନ୍‌ସନ୍‌ କିଛି ମାତ୍ରାରେ ଲାଗିରହିବ। ବିବାଦୀୟ ଘଟଣାର ଦିଗ ସାମୟିକ ବଦଳି ଯାଇପାରେ। ସନ୍ତାନହେତୁକ ଚିନ୍ତା ଦୂର ହେବ।
ମିଥୁନ
ମିଥୁନ
ଉଚ୍ଚବର୍ଗଙ୍କ ସାହାଯ୍ୟ ସହାନୁଭୂତି ସୁଯୋଗ ଲାଭ କରିବା ସାଙ୍ଗକୁ ଅନ୍ୟର ମାର୍ଗଦର୍ଶକ ହେବେ। ଅଫିସରେ ଅଟକି ରହିଥିବା କାମ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବ୍ୟବସାୟ, ପରିବହନ ସନ୍ତୋଷଜନକ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ପାରିବାରିକ ସମସ୍ୟାର ସମାଧାନ ଘଟିବ।
କର୍କଟ
କର୍କଟ
ବିଭିନ୍ନ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଆଶଙ୍କା ଉପୁଜିବ। ବନ୍ଧୁଙ୍କ ପକ୍ଷପାତିତାକୁ ଅଣଦେଖା କରି ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଘରର କଥା ବୁଝିବାକୁ ସମୟ ମଧ୍ୟ ପାଇ ପାରିବେ ନାହିଁ।
ସି˚ହ
ସି˚ହ
ଆଜି ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ପୁନଶ୍ଚ ଜମିଜମା, ଯାନବାହନ, ଦିଆନିଆକୁ କେନ୍ଦ୍ରକରି ବିତର୍କ ଦେଖାଦେବ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଚାପଗ୍ରସ୍ତ କାରଣରୁ କିଛିଟା ହଇରାଣ ହୋଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହା ନିୟନ୍ତ୍ରଣ ମଧ୍ୟରେ ରହିବ।
କନ୍ୟା
ଆଜି ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ଆରମ୍ଭ କରିବାକୁ ମନ ବଳାଇଥିଲେ, ଆଜି ତାହା ସମ୍ପନ୍ନ କରିବେ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ସାଙ୍ଗକୁ ସାଙ୍ଗସାଥୀଙ୍କ ସହ ଭ୍ରମଣ ସୁଯୋଗ ଜୁଟିବ। ସଙ୍ଗଠନ, ଆନୁଷ୍ଠାନିକ କାମ ତଥା ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି।
ତୁଳା
ତୁଳା
ଆଜି ଦୁର୍ବଳତା ଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢ଼ିପାରିବ ନାହିଁ।
ବିଛା
ବିଛା
ହାତରେ ବହୁତ କାମ ଥିଲେ ମଧ୍ୟ କୌଣସି କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଯାହାଙ୍କଠାରୁ ଯାହା ପାଇବା ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବା କାରଣରୁ କ୍ଷୁବ୍ଧ ହୋଇ ପାରନ୍ତି। ଜମିଜମା, ଆଇନ, ଅଦାଲତ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
ଧନୁ
ଆଜି ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିପାରିଲେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସହକର୍ମୀ କିମ୍ବା ଆତ୍ମୀୟଙ୍କ ସହଯୋଗର ଅଭାବ ରହିବ ନାହିଁ। ଅଫିସରଙ୍କ ସମ୍ମୁଖରେ ମନ କଥା ପ୍ରକାଶ କରିବାରେ ପଛେଇ ଯିବେ ଓ ପରେ ମନସ୍ତାପ କରିବେ। ଆତ୍ମୀୟଙ୍କ ସମ୍ପର୍କରେ ଅବନତି ଦେଖା ଦେଇପାରେ।
ମକର
ମକର
ନିଜ ସହ ଆଦୌ ପଡୁନଥିବା ଲୋକମାନେ ଗୁଣଗାନ ବଦଳରେ କୁତ୍ସାରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ। ସେବା ଓ ପରୋପକାର ହେତୁ ସାମାଜିକ ସ୍ତରରେ ଖୁସି ରହିବେ।
କୁମ୍ଭ
କୁମ୍ଭ
ଆଜି ଅର୍ଥାଭାବ, ଋଣ କିମ୍ବା ପୂର୍ବର ଶତ୍ରୁତାକୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ଅନ୍ୟଥା ସମାଲୋଚିତ ହେବାକୁ ପଡ଼ିବ।
ମୀନମୀନ
କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ଆଶଙ୍କା।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri