Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା ପରିବେଶରେ, ଖୁସି ରହିପାରନ୍ତି। ବନ୍ଧୁବାନ୍ଧବଙ୍କୁ ଧାରକରଜ ଦେବାକୁ କେନ୍ଦ୍ର କରି କଳହର ଆଶଙ୍କା ମଧ୍ୟ ରହିଛି। ସନ୍ତାନହେତୁକ ଚିନ୍ତା ଦୂର ହେବ।
ବୃଷ
ବୃଷ
ଦେବଗୁରୁ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରିଥିବାରୁ ଯୋଜନାରମ୍ଭରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କାରିଗରି, ଶିଳ୍ପ, ବାଣିଜ୍ୟ ତଥା ସାହିତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ସୁନାମ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଆଜିର ଅନୁକୂଳ ଗ୍ରହସ୍ଥିତି ଯୋଗୁ କାମ ଅଧୁରା ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଖୋରାକ ପାଇବେ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ ଓ ତାହା କାର୍ଯ୍ୟକାରୀ ହେବ। କିନ୍ତୁ ଆର୍ଦ୍ରା ନକ୍ଷତ୍ର ସକାଶେ ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କାଜନିତ ମନ ଅସ୍ଥିର ରହିପାରେ।
କର୍କଟ
କର୍କଟ
ଦ୍ୱାଦଶସ୍ଥ ବୃହସ୍ପତି କର୍ମକ୍ଷେତ୍ରରେ ସ୍ଥାନାନ୍ତର ଜନିତ ଦୁଶ୍ଚିନ୍ତାକୁ ବୃଦ୍ଧି କରିପାରନ୍ତି। ଆଜିର ଚନ୍ଦ୍ର ଆପଣଙ୍କୁ କୌଣସି ସ୍ଥାନରେ ସ୍ଥିର ଭାବରେ ରଖାଇ ଦେବେନାହିଁ। ଯେଉଁ ଆଶା ନେଇ ଅନ୍ୟ ପାଇଁ କିଛି କାମ କରିବେ, ପ୍ରତିବଦଳରେ କିଛି ପାଇବା କଷ୍ଟକର ହୋଇପାରେ। ତଥାପି କର୍ମକ୍ଷେତ୍ରରେ କୌଣସି ଶୁଭ ଖବର ମନକୁ ଆମୋଦିତ କରିବ।
ସି˚ହ
ସି˚ହ
ରେବତୀ ନକ୍ଷତ୍ରସ୍ଥ ରବି ଆପଣଙ୍କର ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବେ। ତୃତୀୟାଧିପଙ୍କ ଶୁଭଦୃଷ୍ଟି ଆପଣଙ୍କୁ ଭାଇ ଭଉଣୀଙ୍କ ସ୍ନେହ, ସୌହାର୍ଦ୍ଦ୍ୟ ଆତ୍ମୀୟ ବ୍ୟକ୍ତିମାନେ ଅସହିଷ୍ଣୁ ମନୋଭାବ ନେଇ ସମାଲୋଚନା କରିପାରନ୍ତି। ଆଜିର ଯାତ୍ରା, କର୍ମାରମ୍ଭ, ଶିଳ୍ପ, ବାଣିଜ୍ୟ ପରିବହନ ସକାଶେ ଦିନଟି ମନ୍ଦ ନୁହେଁ।
କନ୍ୟା
ଅଷ୍ଟମସ୍ଥ ଶୁକ୍ରଙ୍କ ଯୋଗୁ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ଅବଶ୍ୟ ପାଇପାରିବେ। ପରିବାରରେ ବିତର୍କ କିମ୍ବା ପିଲାଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ପ୍ରଶାସନ, ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ହସ୍ତା ନକ୍ଷତ୍ର ସକାଶେ ସନ୍ତୋଷଜନକ ରହିପାରେ।
ତୁଳା
ତୁଳା
ଆଜି ଚନ୍ଦ୍ରଙ୍କ ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି କର୍ମଭାବର ଅଶୁଭତ୍ୱ କାରଣରୁ ଅଫିସ୍‌ ଭିତରେ ସାଧାରଣ କଥାକୁ ନେଇ ତର୍କବିତର୍କ ଲାଗିପାରେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଲାଭବାନ୍‌ ମଧ୍ୟ ହେବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଆଜିର ଗ୍ରହସ୍ଥିତି ଅନୁକୂଳ ନ ଥିବାରୁ ଭାବିଚିନ୍ତି କହିବା ଓ କରିବା ଦିଗରେ ସତର୍କତା ଅବଲମ୍ବନ କରିବା ଭଲ। ଆଖିନଦେଖା କିମ୍ବା କାନରେ ଶୁଣିନଥିବା କଥାକୁ ବିଶ୍ୱାସ କଲେ କ୍ଷତିରେ ପଡ଼ିବେ। ନିଜର ସାହାଯ୍ୟକାରୀ ମନୋବୃତ୍ତି କାରଣରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ଏବଂ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି।
ଧନୁ
ଧନୁ
ମୁଖଭାବରେ ଚନ୍ଦ୍ର ଯୋଗୁ ମନର ଦୁଃଖକୁ ମନ ଭିତରେ ରଖି ସାମାଜିକ ସ୍ତରରେ ହସିଲେ କଥା କହିବେ। ଅବଶ୍ୟ ଲୋକସମ୍ପର୍କ ଭଲ ରହିଥିବାରୁ କର୍ମକ୍ଷେତ୍ର, ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟା ରହିବ ନାହିଁ। ନିକଟସ୍ଥ ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ।
ମକର
ମକର
ନିଜ ଲୋକମାନଙ୍କ ମୁହଁ ସାମ୍‌ନାରେ ଗୋଟିଏ ପ୍ରକାର କଥା ଏବଂ ପଛରେ ଏକ ଭିନ୍ନ କଥା ଶୁଣି ବ୍ୟସ୍ତତା ପ୍ରକାଶ କରିବେ। ଆଜିର କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ ସାଙ୍ଗକୁ ଦୂରଯାତ୍ରା ବ୍ୟୟବହୁଳ ହୋଇପାରେ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରି ବେଳକାଳ ଉଣ୍ଡି ଠିକଣା ସମୟରେ ଉଚିତ ପଦକ୍ଷେପ ନେବାକୁ ଭୁଲନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି କାରଣରୁ ଆଜି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲଭିବେ। ସକାଳୁ ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ଆଜି ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ମୀନମୀନ
ରାଜଯୋଗ ପ୍ରଭାବରେ ପ୍ରତିକୂଳତା ଦୂରେଇଯିବା ସହ ଆଶା ଓ ଅଭିଳାଷ ପୂରଣ ପାଇଁ ଆବଶ୍ୟକ ସହଯୋଗ ଅବଶ୍ୟ ମିଳିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ। ଦୀର୍ଘଦିନର ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri