Categories: Rasifala

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ
ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟବିକ୍ରୟ ଏବଂ ନୂତନ ବନ୍ଧୁସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ଶୁକ୍ରଙ୍କ ପ୍ରଭାବରୁ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ବନ୍ଧୁମାନଙ୍କ ସହିତ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ବାଣିଜ୍ୟ ଓ ପରିବହନ ମନ୍ଦ ହେବ ନାହିଁ । ଦୂରଯାତ୍ରାରେ ସଫଳତା ପାଇବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ
ଆଜି ଭାବିବେ ଗୋଟିଏ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ପରିବାର ମଧ୍ୟରୁ ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ଓ ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବେ। ଚନ୍ଦ୍ର ସହ ରାହୁ ସଂଯୋଗ ହେତୁ ଅନ୍ୟମନସ୍କ ନ ରହି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
ଅଷ୍ଟମ ସ୍ଥାନରେ ରାଶ୍ୟାଧିପ ପାପଗ୍ରହରେ ଆକ୍ରାନ୍ତ ଯୋଗୁ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କାର୍ଯ୍ୟଦକ୍ଷତା ଏବଂ ସମୟାନୁବର୍ତ୍ତିତା କାରଣରୁ ଉଚ୍ଚବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ। ଗୁପ୍ତ ଶତ୍ରୁଙ୍କ ସକ୍ରିୟତା ବୃଦ୍ଧି ପାଇଲେ ମଧ୍ୟ ଆପଣଙ୍କର କୈାଣସି ଅସୁବିଧା ହେବନାହିଁ । ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ସି˚ହ
ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତ୍ୟେକ ପ୍ରକାରର ସମସ୍ୟାକୁ ସମାଧାନ କରି କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। କିନ୍ତୁ କେତୁଙ୍କ ଯୋଗୁ ନିଜକୁ ସମ୍ଭାଳି ନେଇ କାମ କରିବା ଦୁଷ୍କର ହେବ। ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ଅତି ନିକଟରୁ ପାଇଯିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିପାରେ।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପାରିବାରିକ ଜୀବନରେ ବିଲୁପ୍ତ ସ୍ନେହ, ଶ୍ରଦ୍ଧା ଓ ଆଦର ଫେରି ଆସିବ। କର୍ମ କ୍ଷେତ୍ରରେ ନୂତନ ଯୋଜନା ଆରମ୍ଭ କରି ବନ୍ଧୁଗହଣରେ ପ୍ରଶଂସିତ ହେବେ। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗୃହ ସଜ୍ଜାରେ ମନୋନିବେଶ କରିପାରନ୍ତି। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ସାମୟିକ ଚିନ୍ତା ପ୍ରକଟ କରିପାରନ୍ତି।
ତୁଳା
କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି। ଚନ୍ଦ୍ର ଯୁକ୍ତ ରାହୁଙ୍କ ଯୋଗୁ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦଗ୍ରସ୍ତ ହେବାର ସୂଚନା ରହିଛି। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ବିଛା
ଅତୀତ ଘଟଣାକୁ ଚିନ୍ତାକରି ଅଥବା ବିଭିନ୍ନ ସମସ୍ୟାଜନିତ ମନ ଭାରାକ୍ରାନ୍ତ ରହିବ। ଭାବପ୍ରବଣତାବଶତଃ ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ,ଅନ୍ୟଥା କଳହର ସମ୍ଭାବନା ରହିଛି। ବନ୍ଧୁଙ୍କୁ ଅନୁନୟ ବିନୟପୂର୍ବକ ସାହାଯ୍ୟପ୍ରାର୍ଥୀ ହୋଇ ଆର୍ଥିକ ଅନଟନକୁ ସୁଧାରିନେବେ। ସଙ୍ଗୀତ, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ।
ଧନୁ
ଆଜି ପାରିବାରିକ ଶାନ୍ତି , ନିର୍ମାଣକାର୍ଯ୍ୟରେ ଅଗ୍ରଗତି ଏବଂ ଯାତ୍ରାରେ ଆଶାପୂରଣ ହେବ। କଠୋର କଥା କହିବାରୁ ପରିବାରରେ କଳହ ଦେଖାଦେଇପାରେ। ବନ୍ଧୁଙ୍କ ଶ୍ଳେଷାମତ୍କ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର
ଆଜି ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇବେ। ଚନ୍ଦ୍ର ପାପଗ୍ରହ ଯୁକ୍ତ ଯୋଗୁ ବିଶେଷ କାରଣ ନ ଥାଇ ମଧ୍ୟ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି।
କୁମ୍ଭ
କେନ୍ଦ୍ରସ୍ଥ ଶୁକ୍ର ଯୋଗୁ ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହୋଇଯିବ। ସ୍ବଗୃହାଭିମୁଖୀ ମଙ୍ଗଳଙ୍କ ଯୋଗୁ ବନ୍ଧୁଙ୍କ ସାହାଯ୍ୟରେ ବକେୟା ଆଦାୟ କରିପାରିବେ। ରବିଙ୍କ ଉଚ୍ଚାବସ୍ଥାନରୁ ବ୍ୟବସାୟ ଓ ପରିବହନରେ ଅସୁବିଧା ହେବ ନାହିଁ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅତି ଭଲ ପାଉଥିବା ସମ୍ପର୍କୀୟ ପଡୋଶୀଟିର ମନୋଭାବ ବଦଳିଯାଇପାରେ।
ମୀନ
ଦେବଗୁରୁଙ୍କ ଶୁଭଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବେ। ନିଜର ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ପରିବାରରେ କାହା ସହ କାହାର ମନ ନ ମିଶିବା ଫଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ଆଶଙ୍କା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.