ବଅଁରପାଳରେ ଭଲ ପ୍ରଦର୍ଶନ ଆଶା

ବଅଁରପାଳ, ୫ ।୨(ଡି.ଏନ୍‌.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି ଗ୍ରାମାଞ୍ଚଳ ରାଜନୀତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଥିବା ୪ଟି ଜିଲା ପରିଷଦ ଜୋନ୍‌ ହାତେଇବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି। ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ଦଳୀୟ ନେତାମାନେ ଆଶାବାଦୀ ଅଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନଙ୍କ ସହ ବ୍ଲକର ୩୫ ପଞ୍ଚାୟତରୁ ମୋଟ୍‌ ୧୦୫୧ ପ୍ରାର୍ଥୀ ଆସନ୍ତା ୧୬ ତାରିଖରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ।
ଅନୁଗୋଳ ଜିଲା ରାଜନୀତିରେ ବଅଁରପାଳ ବ୍ଲକ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବ୍ଲକର ୩୫ ପଞ୍ଚାୟତରୁ ଓ୍ବାର୍ଡସଭ୍ୟ ପାଇଁ ୮୨୪ ପ୍ରାର୍ଥୀ ରହିଛନ୍ତି। ସରପଞ୍ଚ ପଦବୀ ପାଇଁ ୧୨୧ ଜଣ ଲଢ଼ୁଛନ୍ତି। ସମିତିସଭ୍ୟ ପଦବୀ ଲାଗି ୯୩ଜଣ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ଏହାକୁ ନେଇ ପଞ୍ଚାୟତ ରାଜନୀତି ଜୋର୍‌ ଧରିଛି। ସେହିପରି ବ୍ଲକରେ ଥିବା ୪ ଜିଲା ପରିଷଦ ଜୋନ୍‌ ୨୫, ୨୬, ୨୭ ଓ ୨୮ନଂ.ରେ ୧୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିଜ ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ୨୫ ନଂ. ଜୋନ୍‌ରେ ଭାଜପାରୁ ସରୋଜ ଦେବତା, ବିଜେଡିରୁ ଦିଲୀପ କୁମାର ପ୍ରଧାନ ଓ କଂଗ୍ରେସରୁ ରାଜେଶ କୁମାର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ୨୬ନଂ. ଜୋନ୍‌ରେ ଭାଜପାରୁ ଗୀତାଞ୍ଜଳି ବେହେରା, ବିଜେଡିରୁ ସୁଶୀଳା ନାଏକ, କଂଗ୍ରେସରୁ ପଦ୍ମିନୀ ନାଏକ, ୨୭ନଂ. ଜୋନ୍‌ରେ ଭାଜପାରୁ ଦାଶରଥି ନାଏକ, ବିଜେଡିରୁ ଗୋପାଳ ନାଏକ, କଂଗ୍ରେସରୁ ବିକ୍ରମ ନାଏକ ଏବଂ ୨୮ନଂ. ଜୋନ୍‌ରେ ଭାଜପାରୁ ଅମିତା ସିଂହ, ବିଜେଡିରୁ ମୀରା ଗଡ଼ନାୟକ ଓ କଂଗ୍ରେସରୁ ରଶ୍ମିତା ଦେହୁରୀ ପ୍ରାର୍ଥୀ ରହିଛନ୍ତି। ୨୦୧୭ ନିର୍ବାଚନରେ ବିଜେଡି ୨୬, ୨୭, ୨୮ନଂ. ଜୋନ୍‌ ଅକ୍ତିଆର କରିଥିବା ବେଳେ ଭାଜପା ୨୫ନଂ. ଜୋନ୍‌ରେ ବିଜୟୀ ହୋଇଥିଲା। ତେଣୁ ଚଳିତ ନିର୍ବାଚନରେ ବିଜେଡି ସମସ୍ତ ଜୋନ୍‌ ଅକ୍ତିଆର କରିବାକୁ ଉଦ୍ୟମ କରୁଛି। ଭାଜପା ମଧ୍ୟ ପୂର୍ବପରି ଗୋଟିଏ ଜୋନ୍‌ରେ ସନ୍ତୁଷ୍ଟ ରହିବାକୁ ଚାହଁୁନାହିଁ। କଂଗ୍ରେସ ଏଠାରେ ଖାତା ଖୋଲିବା ଲକ୍ଷ୍ୟ ରଖି ଜୋରଦାର ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri