ବଅଁରପାଳରେ ଭଲ ପ୍ରଦର୍ଶନ ଆଶା

ବଅଁରପାଳ, ୫ ।୨(ଡି.ଏନ୍‌.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି ଗ୍ରାମାଞ୍ଚଳ ରାଜନୀତି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡସଭ୍ୟ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଥିବା ୪ଟି ଜିଲା ପରିଷଦ ଜୋନ୍‌ ହାତେଇବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି। ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ଦଳୀୟ ନେତାମାନେ ଆଶାବାଦୀ ଅଛନ୍ତି। ଜିଲା ପରିଷଦ ପ୍ରାର୍ଥୀମାନଙ୍କ ସହ ବ୍ଲକର ୩୫ ପଞ୍ଚାୟତରୁ ମୋଟ୍‌ ୧୦୫୧ ପ୍ରାର୍ଥୀ ଆସନ୍ତା ୧୬ ତାରିଖରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ।
ଅନୁଗୋଳ ଜିଲା ରାଜନୀତିରେ ବଅଁରପାଳ ବ୍ଲକ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବ୍ଲକର ୩୫ ପଞ୍ଚାୟତରୁ ଓ୍ବାର୍ଡସଭ୍ୟ ପାଇଁ ୮୨୪ ପ୍ରାର୍ଥୀ ରହିଛନ୍ତି। ସରପଞ୍ଚ ପଦବୀ ପାଇଁ ୧୨୧ ଜଣ ଲଢ଼ୁଛନ୍ତି। ସମିତିସଭ୍ୟ ପଦବୀ ଲାଗି ୯୩ଜଣ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ଏହାକୁ ନେଇ ପଞ୍ଚାୟତ ରାଜନୀତି ଜୋର୍‌ ଧରିଛି। ସେହିପରି ବ୍ଲକରେ ଥିବା ୪ ଜିଲା ପରିଷଦ ଜୋନ୍‌ ୨୫, ୨୬, ୨୭ ଓ ୨୮ନଂ.ରେ ୧୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିଜ ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ୩ ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି। ୨୫ ନଂ. ଜୋନ୍‌ରେ ଭାଜପାରୁ ସରୋଜ ଦେବତା, ବିଜେଡିରୁ ଦିଲୀପ କୁମାର ପ୍ରଧାନ ଓ କଂଗ୍ରେସରୁ ରାଜେଶ କୁମାର ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ୨୬ନଂ. ଜୋନ୍‌ରେ ଭାଜପାରୁ ଗୀତାଞ୍ଜଳି ବେହେରା, ବିଜେଡିରୁ ସୁଶୀଳା ନାଏକ, କଂଗ୍ରେସରୁ ପଦ୍ମିନୀ ନାଏକ, ୨୭ନଂ. ଜୋନ୍‌ରେ ଭାଜପାରୁ ଦାଶରଥି ନାଏକ, ବିଜେଡିରୁ ଗୋପାଳ ନାଏକ, କଂଗ୍ରେସରୁ ବିକ୍ରମ ନାଏକ ଏବଂ ୨୮ନଂ. ଜୋନ୍‌ରେ ଭାଜପାରୁ ଅମିତା ସିଂହ, ବିଜେଡିରୁ ମୀରା ଗଡ଼ନାୟକ ଓ କଂଗ୍ରେସରୁ ରଶ୍ମିତା ଦେହୁରୀ ପ୍ରାର୍ଥୀ ରହିଛନ୍ତି। ୨୦୧୭ ନିର୍ବାଚନରେ ବିଜେଡି ୨୬, ୨୭, ୨୮ନଂ. ଜୋନ୍‌ ଅକ୍ତିଆର କରିଥିବା ବେଳେ ଭାଜପା ୨୫ନଂ. ଜୋନ୍‌ରେ ବିଜୟୀ ହୋଇଥିଲା। ତେଣୁ ଚଳିତ ନିର୍ବାଚନରେ ବିଜେଡି ସମସ୍ତ ଜୋନ୍‌ ଅକ୍ତିଆର କରିବାକୁ ଉଦ୍ୟମ କରୁଛି। ଭାଜପା ମଧ୍ୟ ପୂର୍ବପରି ଗୋଟିଏ ଜୋନ୍‌ରେ ସନ୍ତୁଷ୍ଟ ରହିବାକୁ ଚାହଁୁନାହିଁ। କଂଗ୍ରେସ ଏଠାରେ ଖାତା ଖୋଲିବା ଲକ୍ଷ୍ୟ ରଖି ଜୋରଦାର ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri