ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା

ଭୁବନେଶ୍ୱର,୩୦।୬ : ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ଅବଧିରେ ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ହୁଡ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏହାର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଏମ୍‌.ନାଗରାଜ କହିଛନ୍ତି। ଏହା ନିଟ୍‌ ଲାଭରେ ୪୫% ଅଭିବୃଦ୍ଧି ହାସଲ କରିଛି; ଯାହା ଅଦ୍ୟାବଧିର ସର୍ବୋଚ୍ଚ ରେକର୍ଡ। ହୁଡ୍‌କୋର ୨୦୧୮-୧୯ରେ ନିଟ୍‌ ଲାଭ ୧୧୮୦.୧୫ କୋଟି ଟଙ୍କା ରହିଥିଲା, ଯାହା ୨୦୧୯-୨୦ରେ ୧୭୦୮.୪୨ କୋଟି ଟଙ୍କା ଛୁଇଁଛି। ନେଟ୍‌ଓର୍ଥରେ ୧୩% ଅଭିବୃଦ୍ଧି ହୋଇଥିବା ବେଳେ ମୋଟ ଆୟରେ ୩୫% ବୃଦ୍ଧି ଘଟି ୭୫୭୧.୬୪ କୋଟି ଟଙ୍କା ରହିଛି। ଅଂଶୀଦାରମାନଙ୍କୁ ସର୍ବୋଚ୍ଚ ଲାଭାଂଶ ଭାବେ ଶେୟାର ପିଛା ୩.୧୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶକ ମଣ୍ଡଳୀ ମଞ୍ଜୁରୀ ପ୍ରଦାନ କରିଛି। ୨୦୧୯-୨୦ରେ ହୁଡ୍‌କୋ ୬୨୦.୫୯ କୋଟି ଟଙ୍କାର ଲାଭାଂଶ ପ୍ରଦାନ ଲାଗି ସୁପାରିସ କରିଛି। ଏହି ସମୟରେ ଏହାର ଏନ୍‌ପିଏ ୦.୧୯% ରହିଛି। ହାଉସିଂ ପିଏମ୍‌ଏ(ୟୁ) ଭଳି ଅନ୍ୟ କେତେକ ପ୍ରକଳ୍ପର ଅନୁମୋଦନ ଉପରେ ଏହା ପ୍ରାଥମିକତା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri