ହୋଣ୍ଡାର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ସହ ସବୁଠୁ ସୁଲଭ ଓ ଇନ୍ଧନ ମିତବ୍ୟୟୀ ହୋଇପାରିଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ,ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ସାରା ଭାରତର ଲୋକମାନଙ୍କ ପାଖରେ ଗମନାଗମନ ସୁବିଧା ଓ ସୁଲଭତା ପହଞ୍ଚାଇବା ଦିଗରେ ସାଇନ୍‌ ୧୦୦ ହେଉଛି ହୋଣ୍ଡାର ପରବର୍ତ୍ତୀ ବଡ଼ ପଦକ୍ଷେପ। ମୌଳିକ କମ୍ୟୁଟର ବର୍ଗରେ ଗ୍ରାହକମାନଙ୍କ ପାଇଁ ଏକ ସୁଦୃଢ଼, ଭରସାଯୋଗ୍ୟ ଓ ଇନ୍ଧନ ମିତବ୍ୟୟୀ ମୋଟରସାଇକେଲକୁ ଉପସ୍ଥାପନ କରି ଆମେ ଗର୍ବିତ।
ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ଅପରେଟିଂ ଅଫିସର (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଭାରତୀୟ ଗ୍ରାହକମାନଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ ୧୦୦ସିସି ମୋଟରସାଇକେଲ ସାଇନ୍‌ ୧୦୦କୁ ଉନ୍ମୋଚନ କରି ଆମେ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ। ଅପରପକ୍ଷରେ ନୂଆ ସାଇନ୍‌-୧୦୦ରେ ୧୦୦ ସିସିର ଓବିଡି ୨ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି, ଯେଉଁଥିରେ ଏନ୍‌ହାନ୍ସଡ୍‌ ସ୍ମାର୍ଟ ପାୱାର (ଇଏସ୍‌ପି) ସୁବିଧା ରହିଛି। ଏଥିରେ ପ୍ରୋଗ୍ରାମଡ୍‌ ଫୁଏଲ୍‌ ଇଞ୍ଜେକ୍ସନ (ପିଜିଏମ୍‌-ଏଫ୍‌ଆଇ),ଫ୍ରିକ୍ସନ ରିଡକ୍ସନ ଓ ସେଲେନୋଏଡ୍‌ ଭାଲ୍‌ଭ ରହିଛି। ଏଥିରେ ସାଇଡ୍‌ ଷ୍ଟାଣ୍ଡ୍‌ ସହିତ ଇଞ୍ଜିନ ଇନ୍‌ହିବିଟର, କମ୍ବି ବ୍ରେକ୍‌ ସିଷ୍ଟମ୍‌ (ସିବିଏସ୍‌) ସହ ଇକ୍ୱିଲାଇଭର, ୧୨୪୫ ଏମ୍‌ଏମ୍‌ର ହ୍ବିଲ୍‌ ବେସ୍‌, ୧୬୮ଏମ୍‌ଏମ୍‌ର ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ ରହିଛି। ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସାଇନ୍‌ ୧୦୦ ଉପରେ ୩ ବର୍ଷର ସାଧାରଣ ଓ ୩ ବର୍ଷର ବିକଳ୍ପ ବର୍ଦ୍ଧିତ ୱାରେଣ୍ଟି ସମେତ ୬ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି। ୫ଟି ରଙ୍ଗ କଳା ସହିତ ରେଡ୍‌ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ବ୍ଲୁ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ଗ୍ରୀନ୍‌ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ଗୋଲ୍‌ଡେନ୍‌ ଷ୍ଟ୍ରାଇପ୍‌ ଓ ବ୍ଲାକ୍‌ ସହିତ ଗ୍ରେ ଷ୍ଟ୍ରାଇପ୍‌ ରେ ସାଇନ୍‌ ୧୦୦ ଉପଲବ୍ଧ ହେବ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୬୪,୯୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri