ହୋଣ୍ଡାର ନ୍ୟୁ ଆଡ୍‌ଭାନ୍ସ ଆକ୍ଟିଭା-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ୨ ଚିକିଆ ବ୍ରାଣ୍ଡ୍‌ ‘ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ)ର ନ୍ୟୁ ଆଡଭାନ୍ସ ଆକ୍ଟିଭା ୨୦୨୩ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏକ ନିର୍ଦ୍ଧାରିତ ସମୟ ଚଳିତ ବର୍ଷ ଏପ୍ରିଲ୍‌ ପୂର୍ବରୁ କମ୍ପାନୀ ଏହାର ନୂତନ ଟେକ୍ନୋଲୋଜିକୁ ମଧ୍ୟ ଉନ୍ମୋଚନ କରିଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ଆତସୁଶି ଓଗାତା କହିଛନ୍ତି, ବର୍ତ୍ତମାନ ସମୟରେ ଆକ୍ଟିଭା ସ୍କୁଟର ବଜାରକୁ ପୁନଃ ସକ୍ରିୟ କରିବା ସହ ଦଶନ୍ଧିରୁ ଅଧିକ ସମୟ ଧରି ବେଶି ବିକ୍ରି ହେଉଥିବା ଦୁଇଚକିଆ ଯାନ ହୋଇ ରହିଛି। ବିଶେଷକରି ଆମ ଗ୍ରାହକଙ୍କ ପରିବର୍ତ୍ତିତ ଆଶାକୁ ପୂରଣ କରିବା ଲାଗି ଏହା ବିଭିନ୍ନ ରୂପ ଧାରଣ କରିଛି। ସେହିଭଳି ଆମେ ଓବିଡି ୨ ନିୟମ ପାଳନ କରୁଥିବା ଆକ୍ଟିଭା ୨୦୨୩ କୁ ଉନ୍ମୋଚନ କରିଛୁ। ଯେଉଁଥିରେ ଏହି ବର୍ଗର ବହୁ ପ୍ରଥମ ଧରଣର ସୁବିଧା ସୁଯୋଗ ରହିଛି, ଯାହା ଗ୍ରାହକମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ଅପରେଟିଂ ଅଫିସର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ପ୍ରଯୁକ୍ତିରେ ଅଗ୍ରଦୂତ ହୋଇଥିବାରୁ ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନରେ ସୁବିଧା ଓ ଆରାମ ପ୍ରଦାନ କରି ଏଚ୍‌ଏମ୍‌ଏସ୍‌ଆଇ ସେମାନଙ୍କୁ ଉଲ୍ଲସିତ କରାଇଛି। ଏପରିକି ଅତୀତରେ ମଧ୍ୟ ଏହାର ଉପତ୍ାଦରେ ବହୁ ପ୍ରଯୁକ୍ତିଭିତ୍ତିକ ନବସୃଜନ ଯଥା ଏନ୍‌ହାନସ୍‌ଡ ସ୍ମାର୍ଟ ପାୱାର (ଇଏସ୍‌ପି) ପ୍ରଯୁକ୍ତି, ଡବଲ୍‌ ଲିଡ୍‌ ଥିବା ବାହ୍ୟ ଇନ୍ଧନ ଟାଙ୍କି ଖୋଲିବା ବ୍ୟବସ୍ଥା ଏବଂ କମ୍ବି ବ୍ରେକ୍‌ ସିଷ୍ଟମ୍‌ ଆଦି ମାନଦଣ୍ଡକୁ ବଢ଼ାଇବ ଲାଗି ଏଚ୍‌ଏମ୍‌ଏସ୍‌ଆଇ ପରିଚିତ ଥିଲା। ସେହିପରି ହୋଣ୍ଡା ୨୦୨୩ରେ ହୋଣ୍ଡା ସ୍ମାର୍ଟ କି’କୁ ନେଇ ଆମେ ଏବେ ପୁଣି ଥରେ ଦୁଇଚକିଆ ଯାନରେ ପ୍ରଥମ ଧରଣର ସୁବିଧା ଆଣିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri