ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ

ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଓବିଡି୨ ନିୟମ ପାଳନ କରୁଥିବା ସମ୍ପୂର୍ଣ୍ଣ ନୂଆ୨୦୨୩ ଡିଓର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ସେଲ୍‌ସ ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ନୂଆ ୨୦୨୩ ଡିଓରେ ସ୍ପୋର୍ଟି ଆକର୍ଷଣୀୟ ଡିଜାଇନ୍‌ ଓ ହୋଣ୍ଡା ସ୍ମାଟ କିଭଳି ଉନ୍ନତ ପ୍ରଯୁକ୍ତି ସହିତ କୌତୁକ ସନ୍ଧାନରେ ଥିବା ଗ୍ରାହକଙ୍କ ମଧ୍ୟରେ ନୂଆ ରୋମାଞ୍ଚ ସୃଷ୍ଟି କରିବ। ସେହିଭଳି କମ୍ପାନୀ ପକ୍ଷରୁ ୧୦ ବର୍ଷର (୩ ବର୍ଷ ସାଧାରଣ+୭ ବର୍ଷର ବର୍ଦ୍ଧିତ ୱାରେଣ୍ଟି ବିକଳ୍ପ) ୱାରେଣ୍ଟି ସୁବିଧା ପ୍ରଦାନ କରାଯାଉଛି। ଏପରିକି ୨୦୨୩ ଡିଓ ଷ୍ଟାଣ୍ଡାର୍ଡ, ଡିଲକ୍ସ ଓ ସ୍ମାର୍ଟ ଭଳି ୩ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ବେଳେ ତାହାର ମୂଲ୍ୟ ଯଥାକ୍ରମେ ୭୦,୨୧୧ ଟଙ୍କା, ୭୪,୨୧୨ ଟଙ୍କା ଓ ୮୮,୭୧୨ ଟଙ୍କା ରହିଛି। ସେହିପରି ଏହାର ଷ୍ଟାଣ୍ଡାର୍ଡ ଭର୍ସନ ସ୍ପୋର୍ଟସ୍‌ ରେଡ୍‌୨, ଜାଜି ବ୍ଲୁ ମେଟାଲିକ୍‌, ମାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଡିଲକ୍ସ ମଡେଲ୍‌ ଡାଜେଲ୍‌ ୟେଲୋ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌, ମ୍ୟାଟ୍‌ ସାଙ୍ଗ୍ରିଆ ରେଡ୍‌ ମେଟାଲିକ ରଙ୍ଗ ଏବଂ ସ୍ମାର୍ଟ ଭାରିଆଣ୍ଟ୍‌ ପର୍ଲ ଇଗ୍ନେଅସ ବ୍ଲାକ୍‌, ମ୍ୟାଟ୍‌ ସାଙ୍ଗ୍ରିଆ ରେଡ୍‌ ମେଟାଲିକ୍‌ ଓ ମ୍ୟାଟ୍‌ ଡାର୍କ ବ୍ଲୁ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri