ହୋଣ୍ଡାର ନୂଆ ଲିମିଟେଡ୍‌ ଏଡିସନ୍‌ ଡିଓ ସ୍ପୋର୍ଟସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନ୍ୟୁ ଡିଓ ସ୍ପୋର୍ଟସ୍‌ର ଶୁଭାରମ୍ଭ କରାଯାଇଛି। ଏହା ସୀମିତ ସମୟ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଆଗ୍ରହୀ ଗ୍ରାହକମାନେ ନିକଟସ୍ଥ ରେଡ୍‌ ୱିଙ୍ଗ୍‌ ଡିଲରଶିପ୍‌ରେ ଏହାର ଅନୁଭୂତି ହାସଲ କରିପାରିବେ ଏବଂ ଅଧିକ ବିବରଣୀ ପାଇଁ କମ୍ପାନୀର ଓ୍ବେବ୍‌ସାଇଟ ମଧ୍ୟ ପରିଦର୍ଶନ କରିପାରିବେ। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ଆତସୁସି ଓଗାତା କହିଛନ୍ତି, ଏହାର ଶୁଭାରମ୍ଭ ହେବା ପରଠାରୁ ଡିଓ ପରିବାର ଆକର୍ଷଣ ଓ ଯୁବ ସୁଲଭତାର ଏକ ମିଶ୍ରଣ ପ୍ରଦାନ କରିଛି।

ହୋଣ୍ଡା ଡିଓ ସ୍ପୋର୍ଟସ୍‌ରେ ୧୧୦ ସିସି ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ, ଏନ୍‌ହାନ୍ସଡ୍‌ ସ୍ମାର୍ଟ ପାୱାର (ଇଏସ୍‌ପି), ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଇଣ୍ଟିଗ୍ରେଟେଡ୍‌ ଡୁଆଲ୍‌ ଫଙ୍କ୍‌ସନ୍‌ ସ୍ବିଚ୍‌, ଏକ୍ସଟରନାଲ୍‌ ଫୁଏଲ୍‌ ଲିଡ୍‌, ପାସିଂ ସ୍ବିଚ୍‌ ଓ ସାଇଡ୍‌ ଷ୍ଟାଣ୍ଡ୍‌ ଇଣ୍ଡିକେଟର, କମ୍ବି ବ୍ରେକ୍‌ ସିଷ୍ଟମ୍‌ ସହ ଇକ୍ୱିଲାଇଜର୍‌ ଓ ତିନି ସୋପାନ ଆଡ୍‌ଜଷ୍ଟ୍‌ ହୋଇପାରୁଥିବା ପଛ ସନ୍‌ପେନ୍‌ସନ୍‌ ସହ ଉତ୍ତମ ଇନ୍ଧନ ମିତବ୍ୟୟିତା ପାଇଁ ୩-ଷ୍ଟେପ୍‌ ଇକୋ ଇଣ୍ଡିକେଟର ଇତ୍ୟାଦି ରହିଛି। ଡିଓ ସ୍ପୋର୍ଟସ୍‌ର ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ଦାମ୍‌ (ଏକ୍ସ ଶୋ’ରୁମ୍‌, ନୂଆଦିଲ୍ଲୀ) ୬୮,୩୧୭ ଟଙ୍କା ଓ ଡିଲକ୍ସ ଭାରିଆଣ୍ଟ ଦାମ୍‌ ୭୩,୩୧୭ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri