ବଜାରରେ ହୋଣ୍ଡା ହାଇନେସ୍‌-ସିବି ୩୫୦

ନୂଆଦିଲ୍ଲୀ: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌(ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ହୋଣ୍ଡା ହାଇନେସ୍‌-ସିବି ୩୫୦ ମଡେଲର ଶୁଭାରମ୍ଭ କରାଯାଇଛି। ହୋଣ୍ଡା ମୋଟର କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଚିଫ୍‌ ଅଫିସର (ମୋଟର ସାଇକେଲ ବିଜ୍‌ନେସ କାରବାର) ନୋରିଆକି ଆବେ ଓ ହୋଣ୍ଡା ମୋଟର କମ୍ପାନୀର ଅପରେଟିଂ ଅଫିସର ମାସାୟୁକି ଇଗାରାଶି ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହି ଯାନଟିକୁ ଉନ୍ମୋଚନ କରିଥିଲେ। ଏହାଦ୍ୱାରା କମ୍ପାନୀ ମଧ୍ୟମ ବର୍ଗ ମୋଟର ସାଇକେଲ ସେଗ୍‌ମେଣ୍ଟରେ ପ୍ରବେଶ କରିଛି। ହୋଣ୍ଡା ବିଗ୍‌ ଓ୍ବିଙ୍ଗର ତୃତୀୟ ବିଏସ୍‌-୬ ମଡେଲ ସ୍ବରୂପ କମ୍ପାନୀ ପକ୍ଷରୁ ଏହି ଯାନରେ ୯ଟି ନୂଆ ପେଟେଣ୍ଟ ପ୍ରୟୋଗ କରାଯାଇଛି। ନୂଆ ମଡେଲଟିରେ ସଦ୍ୟତମ ପ୍ରଯୁକ୍ତି ବ୍ୟବହାର କରାଯାଇଥିବା ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆର ସିଇଓ ଅତଶୁଶି ଓଗାତା ସୂଚନା ଦେଇଛନ୍ତି। ଏଥିରେ ଗ୍ରାହକ ଅତୁଳନୀୟ ପରଫରମାନ୍ସ ଲାଭ କରିବାକୁ ସକ୍ଷମ ହେବେ ବୋଲି କମ୍ପାନୀର ବରିଷ୍ଟ ଉପସଭାପତି ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି। ଏହି ମଡେଲରେ ୩୫୦ ସିସିର ୪ ଷ୍ଟ୍ରୋକ ଓଏଚ୍‌ସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ, ପିଜିଏମ୍‌ ଏଫ୍‌ଆଇ ପ୍ରଯୁକ୍ତି, ହୋଣ୍ଡାର ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ, ସ୍ମାର୍ଟଫୋନ ଭଏସ୍‌ କଣ୍ଟ୍ରୋଲ ସିଷ୍ଟମ ରହିଛି। ହୋଣ୍ଡା ବିଗ୍‌ ଓ୍ବିଙ୍ଗ ଡିଲରଶିପ ଏବଂ ଓ୍ବେବ୍‌ସାଇଟରେ ଗ୍ରାହକ ଏହାକୁ ବୁକିଂ କରିପାରିବେ। ଡିଏଲ୍‌ଏକ୍ସ ଏବଂ ଡିଏଲ୍‌ଏକ୍ସ ପ୍ରୋ ଭଳି ୨ଟି ଭାରିଆଣ୍ଟରେ ଏହା ଆସିଛି। ମଡେଲଟିରେ କମ୍ପାନୀ ୬ ବର୍ଷିଆ ଓ୍ବାରେଣ୍ଟି ମଧ୍ୟ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri