‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂ

ଭୁବନେଶ୍ୱର,୪।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍‌ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ମଧ୍ୟମ-ଆକାରର ଏସ୍‌ୟୁଭି ‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ଥିବା ହୋଣ୍ଡାର ସମସ୍ତ ସ୍ବୀକୃତିପ୍ରାପ୍ତ ଡିଲର ପଏଣ୍ଟ ( ହୋଣ୍ଡା ଶୋ’ରୁମ୍‌) ସହିତ ହୋଣ୍ଡାର ଅନଲାଇନ୍‌ ସେଲ୍‌ସ ପ୍ଲାଟଫର୍ମ ‘ହୋଣ୍ଡା ଫ୍ରମ୍‌ ହୋମ୍‌’ ଜରିଆରେ ମଧ୍ୟ ଗ୍ରାହକମାନେ ହୋଣ୍ଡା ଏଲିଭେଟ୍‌ର ବୁକିଂ କରିପାରିବେ ବୋଲି ଏଚ୍‌ସିଆଇଏଲ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରଥମ ବଜାର ଭାବେ ଭାରତରେ ଚଳିତ ବର୍ଷ ଉତ୍ସବ ଋତୁ ସମୟରେ ହୋଣ୍ଡା ଏଲିଭେଟ୍‌କୁ ଉନ୍ମୋଚନ କରାଯିବ।
ଏ ସମ୍ପର୍କରେ ଏଚ୍‌ସିଆଇଏଲର ନିର୍ଦ୍ଦେଶକ (ମାର୍କେଟିଂ ଆଣ୍ଡ ସେଲ୍‌ସ) ୟୁଇଚି ମୁରାଟା କହିଛନ୍ତି, ଚଳିତ ବର୍ଷ ଜୁନରେ ହୋଣ୍ଡା ଏଲିଭେଟ୍‌ର ୱାର୍ଲଡ୍‌ ପ୍ରିମିୟର ଉନ୍ମୋଚନ ହେବା ପରଠାରୁ ଉକ୍ତ ମଡେଲକୁ ବିପୁଳ ଜନ ସମର୍ଥନ ମିଳିଛି। ବିଶେଷ କରି ଏହି ବହୁ ପ୍ରତୀକ୍ଷିତ ମଡେଲ୍‌ର ପ୍ରାକ୍‌-ଉନ୍ମୋଚନ ବୁକିଂର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହାର ବିକ୍ରି ୨୦୨୩ ସେପ୍ଟେମ୍ବରରେ ଆରମ୍ଭ ହେବ। ସେହିପରି ଗଭୀର ଗବେଷଣା ଓ ଗ୍ରାହକମାନଙ୍କ ବ୍ୟାପକ ମତାମତକୁ ନେଇ ଆମେ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଓ ଅଭିଳାଷକୁ ପୂରଣ କରିବା ଲାଗି ଏହି କାର୍‌ ପ୍ରସ୍ତୁତ କରିଛୁ। ଆମର ବିଶ୍ୱାସ ରହିଛି ଯେ ନୂଆ ମଡେଲ୍‌ ଏଲିଭେଟ୍‌ ବଜାରରେ ବିଶେଷ ସଫଳତା ହାସଲ କରିବ। ‘ଅର୍ବାନ ଫ୍ରିଷ୍ଟାଇଲର୍‌’ ପରିକଳ୍ପନା ଆଧାରରେ ବିକାଶ କରାଯାଇଥିବା ହୋଣ୍ଡା ଏଲିଭେଟ୍‌କୁ ଚଳଚଞ୍ଚଳ ଜୀବନଶୈଳୀ ଓ ବିଶ୍ୱ ମାନସିକତାକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି। ଥାଇଲାଣ୍ଡ୍‌ ସ୍ଥିତ ହୋଣ୍ଡା ଆର୍‌ଆଣ୍ଡ୍‌ଡି ଏସିଆ ପାସିଫିକ୍‌ କେନ୍ଦ୍ର ଦ୍ୱାରା ବିକାଶ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଏଲିଭେଟ୍‌ ମାନ୍ୟତା, ଆରାମ ଓ ଏକ ଚଳଚଞ୍ଚଳ ଜୀବନଶୈଳୀ ଚାହୁଁଥିବା ଯୁବ ଗ୍ରାହକମାନଙ୍କ ଆବଶ୍ୟକତା ଓ ଅଭିଳାଷ ପୂରଣ କରିବ। ଅପରପକ୍ଷରେ ମ୍ୟାନ୍‌ ମ୍ୟାକ୍ସିମମ୍‌ ମେଶିନ୍‌ ମିନିମମ୍‌କୁ ନେଇ ହୋଣ୍ଡାର ରହିଥିବା ନୀତି ଉପରେ ଆଧାରିତ ଏଲିଭେଟ୍‌ ଶ୍ରେଷ୍ଠ ମାନର ହ୍ବିଲ୍‌ ବେସ୍‌, ଅଧିକ ସ୍ଥାନ ଥିବା ହେଡ୍‌ରୁମ୍‌, ନିରୁମ୍‌, ଲେଗ୍‌ ରୁମ୍‌ ଏବଂ ୪୫୮ ଲିଟରର ଫାଙ୍କା କାର୍ଗୋ ସ୍ଥାନ ସହ ଏକ ଉତ୍କୃଷ୍ଟ ଭିତର ପାର୍ଶ୍ୱ କ୍ୟାବିନ୍‌ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri