ହୋଣ୍ଡାର ଅଲ୍‌ ନ୍ୟୁ ଡିଓ ୧୨୫ଉନ୍ମୋଚିତ

ଭୁବନେଶ୍ୱର,୩୧।୭ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ଡିଓ ୧୨୫କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏହି ଅବସରରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସୁମୁ ଓଟାନି କହିଛନ୍ତି, ୨୦୦୨ରେ ହୋଣ୍ଡା ଡିଓର ଶୁଭାରମ୍ଭ ସହିତ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଭାରତରେ ମୋଟୋ-ସ୍କୁଟର ପରିକଳ୍ପନାକୁ ଉପସ୍ଥାପନ କରାଯାଇଛି। ସମ୍ପୂର୍ଣ୍ଣ ନୂଆ ୧୨୫ ସିସି ରୂପରେ ହୋଣ୍ଡା ଡିଓ ୧୨୫କୁ ଯୁବ ଭାରତୀୟ ଗ୍ରାହକଙ୍କ ଅଭିଳାଷ ପୂରଣ କରିବା ଲାଗି ପ୍ରସ୍ତୁତ ଓ ବିକାଶ କରାଯାଇଛି।

ଶକ୍ତିଶାଳୀ ଇଞ୍ଜିନ ବ୍ୟତୀତ ହୋଣ୍ଡା ଡିଓ ୧୨୫ରେ ବିଶ୍ୱସ୍ତରରେ ପ୍ରଶଂସନୀୟ ହୋଣ୍ଡା ସ୍ମାର୍ଟ ସିଟି ସମେତ ଉନ୍ନତ ସ୍ପୋର୍ଟି ଡିଜାଇନ୍‌ ଓ ଅତ୍ୟାଧୁନିକ ପ୍ରଯୁକ୍ତି ଆଦି ସାମିଲ ରହିଛି। ସେହିଭଳି ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି, ଆମେ ଆମ ଗ୍ରାହକଙ୍କ ଗାଡ଼ି ଚାଳନା ଅନୁଭୂତିରେ ଉନ୍ନତି ଆଣିବା ଉପରେ ବିଶ୍ୱାସ କରୁ। ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଡିଓ ୧୨୫ ହେଉଛି ସ୍ପୋର୍ଟି ଡିଜାଇନ୍‌, ଉନ୍ନତ ପ୍ରଯୁକ୍ତି ଓ ଆକର୍ଷଣୀୟ ସହଜତାର ଏକ ମିଶ୍ରଣ। ଆମେ ଗର୍ବର ସହ ଏକ ମାଷ୍ଟରପିସ୍‌ ଉପସ୍ଥାପନ କରୁଛୁ, ଯାହା ଏହାର ସୁବିଧାସୁଯୋଗ ଓ ନିରବଚ୍ଛିନ୍ନ କାର୍ଯ୍ୟଦକ୍ଷତା ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଡିଓ ୧୨୫ ସହିତ ଗାଡ଼ି ଚାଳନା ଅଭିଳାଷକୁ ବଢ଼ାଇବା ଏବଂ ରୋମାଞ୍ଜର ଏକ ନୂଆ ଯାତ୍ରା ଆରମ୍ଭ କରିବା ଲାଗି ଆମେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ।

ଉଲ୍ଲେଖଯୋଗ୍ୟ, ନୂଆ ଡିଓ ୧୨୫ର ନୂଆ ଲୋଗୋ ଓ ଗ୍ରାଫିକ୍ସ ଏହାକୁ ବେଶ ଆକର୍ଷଣୀୟ କରିପାରିଥିବା ବେଳେ ଡୁଆଲ ଆଉଟ୍‌ଲେଟ୍‌ ମଫଲର,ସ୍ପୋର୍ଟି ଏକ୍‌ଜଷ୍ଟ୍‌ ନୋଟ୍‌, ସ୍ପୋର୍ଟି ସାମ୍ନା ପାର୍ଶ୍ୱ ଏବଂ ଆଧୁନିକ ଟେଲ୍‌ ଲ୍ୟାମ୍ପ୍‌ ସହ ସ୍ପ୍ଲିଟ୍‌ ଗ୍ରାବ୍‌ ରେଲ୍‌ ଏହାର ଡିଜାଇନ୍‌କୁ ବେଶ୍‌ ଉନ୍ନତ କରିପାରିଛି। ଏଥିରେ ହୋଣ୍ଡା ସ୍ମାର୍ଟ କି’ ସିଷ୍ଟମ୍‌, ଓବିଡି୨ ନିୟମ ପାଳନ କରୁଥିବା ବିଏସ୍‌-୬ ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ, ଆଇଡିଲ୍‌ ଷ୍ଟପ୍‌ ସିଷ୍ଟମ୍‌, ସାଇଡ୍‌ ଷ୍ଟାଣ୍ଡ୍‌ ଇଣ୍ଡିକେଟର, ଇଞ୍ଜିନ ଇନହିବିଟର, ସମ୍ପୂର୍ଣ୍ଣ ଡିଜିଟାଲ୍‌ ମିଟର ଆଦି ଉନ୍ନତ ପ୍ରଯୁକ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?