ହୋଣ୍ଡା ଆକ୍ଟିଭା ସ୍ମାର୍ଟ କି’ ମଡେଲର ଅନାବରଣ

କଟକ,୧୭।୨:ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ଆକ୍ଟିଭା ସ୍ମାର୍ଟ କି-୨୦୨୩କୁ ନିକଟରେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସହରର ସ୍ବୀକୃତିପ୍ରାପ୍ତ ହୋଣ୍ଡା ଡିଲର ଉତ୍କଳ ହୋଣ୍ଡା, ଦୁର୍ଗା ହୋଣ୍ଡା ଏବଂ ଏସ୍‌ଜିବିଏଲ୍‌ ହୋଣ୍ଡା ପକ୍ଷରୁ ସ୍ଥାନୀୟ ବାଲିଯାତ୍ରା ପଡ଼ିଆଠାରେ ହୋଣ୍ଡାର ନ୍ୟୁ ଆକ୍ଟିଭା ସ୍ମାର୍ଟ କି’ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ହୋଣ୍ଡାର ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅବସରରେ ହୋଣ୍ଡାର ସେଲ୍‌ସ ଜୋନାଲ ମୁଖ୍ୟ ରାଜେଶ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ କମ୍ପାନୀର ସର୍ଭିସ୍‌ ଜୋନାଲ ପରିଚାଳକ ଶିବପ୍ରତାପ ସିଂହ, ଏରିଆ ସେଲ୍‌ସ ଇନ୍‌ଚାର୍ଜ ଅମିତ ମହାପାତ୍ର, ଏରିଆ ସର୍ଭିସ୍‌ ଇନ୍‌ଚାର୍ଜ ଶୁଭେନ୍ଦୁ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏପରିକି ଓଡ଼ିଆ ଅଭିନେତ୍ରୀ ପ୍ରିୟା ଚୌଧୁରୀ ମଧ୍ୟ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି କଟକ ସହରର ୩ ପ୍ରମୁଖ ହୋଣ୍ଡା ଡିଲର ଉତ୍କଳ ହୋଣ୍ଡା, ଦୁର୍ଗା ହୋଣ୍ଡା ଏବଂ ଏସ୍‌ଜିବିଏଲ୍‌ ହୋଣ୍ଡାର ଏମ୍‌ଡି ଅଖିଲ ପୋଦ୍ଦାର, ଶୁଭେନ୍ଦୁ ମହାନ୍ତି ଓ ସୁନୀଲ ଗୁପ୍ତାଙ୍କ ଦ୍ୱାରା ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବରେ ଉଭୟ ନୂଆ ପୁରୁଣା ଗ୍ରାହକଙ୍କ ସମେତ ହୋଣ୍ଡା ଏବଂ ୩ ଶୋ’ରୁମ୍‌ର ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ। ଅପରପକ୍ଷରେ ଉକ୍ତ ମଡେଲରେ ଅନେକ ବୈଶିଷ୍ଟ୍ୟ ସାମିଲ ରହିଛି। ବିଶେଷକରି ଏହାର ସ୍ମାର୍ଟ କି’ ଜରିଆରେ ଗ୍ରାହକମାନେ ସ୍ମାର୍ଟ ଫାଇଣ୍ଡ୍‌, ସ୍ମାର୍ଟ ଅନ୍‌ଲକ୍‌, ସ୍ମାର୍ଟ ଷ୍ଟାର୍ଟ ଓ ସ୍ମାର୍ଟ ସେଫ୍‌ ଭଳି ସୁବିଧା ପାଇପାରିବେ। ଏହା ସହିତ ଇଞ୍ଜିନ ଷ୍ଟାର୍ଟ-ଷ୍ଟପ୍‌ ସୁଇଚ୍‌ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?