Posted inଜାତୀୟ

ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୫ା୯:ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟନ୍ତ୍ରକ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ସୋଡୋମି (ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ) ଏବଂ ଲେସ୍‌ବିଆନ୍‌ଜିଜମ୍‌ (ମହିଳାଙ୍କ ସମଲିଙ୍ଗୀ ସମ୍ପର୍କ)କୁ ମେଡିକାଲ ପାଠ୍ୟକ୍ରମରେ ପୁନଃ ସାମିଲ କରିଛି। ଅଣ୍ଡରଗ୍ରାଜୁଏଟ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରିଭାଇଜ୍‌ଡ ପାଠ୍ୟକ୍ରମର ଫୋରେନ୍‌ସିକ୍‌ ମେଡିସିନ୍‌ ଏବଂ ଟେକ୍ସିକୋଲୋଜି ବର୍ଗରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏନ୍‌ଏମ୍‌ସି ହିମେନ୍‌ ଏବଂ ଏହାର ପ୍ରକାରଭେଦ, ମେଡିକୋ-ଲିଗାଲ୍‌ ତାତ୍ପର୍ଯ୍ୟ, ଭର୍ଜିନିଟିର ସଂଜ୍ଞା, ଡିଫ୍ଲୋରେଶନ୍‌ ଓ ଏହାର ବୈଧତା ଭଳି ବିତର୍କିତ ବିଷୟକୁ ମଧ୍ୟ ପାଠ୍ୟକ୍ରମରେ ସ୍ଥାନିତ କରିଛି। ୨୦୨୨ ଅଗଷ୍ଟରେ ମାଡ୍ରାସ୍‌ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସବୁକୁ କରିକୁଲମ୍‌ରୁ ହଟାଇ ଦିଆଯାଇଥିଲା।
ନୂଆ ପାଠ୍ୟକ୍ରମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନ୍‌ଏସ୍‌ଏସ୍‌), ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଭାରତୀୟ ସାକ୍ଷ୍ୟ ସଂହିତା ଅଧିନିୟମ(ବିଏସ୍‌ଏ) ସମେତ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ, ଦଓ୍ବୋନୀ ଓ ଆପରାଧିକ ମାମଲା, ଅପମୃତ୍ୟୁ ତଦନ୍ତ, ଧର୍ତ୍ତବ୍ୟ ଓ ଅଧର୍ତ୍ତବ୍ୟ ଅପରାଧ ଆଦିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପକ୍ଷେ ଏହି ୭ ଘଣ୍ଟିଆ ପାଠ୍ୟକ୍ରମରେ ଭିନ୍ନକ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇନାହିଁ। ବିଭିନ୍ନ ସମୟରେ ଆବଶ୍ୟକତାକୁ ଦେଖି ପାଠ୍ୟକ୍ରମରେ ଏଭଳି ପରିବର୍ତ୍ତନ କରାଯାଇଥାଏ ବୋଲି ଏମ୍‌ଏନ୍‌ସି ପକ୍ଷରୁ କମ୍ପିଟେନ୍ସି-ବେସ୍‌ଡ ମେଡିକାଲ ଏଜୁକେଶନ୍‌ କରିକୁଲମ୍‌ (ସିବିଏମ୍‌ଇ) ଗାଇଡ୍‌ଲାଇନ୍ସ, ୨୦୨୪ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri