ଚାଷଜମି କିସମ ପରିବର୍ତ୍ତନ ପରେ ଘରବାଡ଼ି

ପଟ୍ଟାମୁଣ୍ଡାଇ,୧୧ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୯ ରୁ ୨୦୨୪ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଥିବାରୁ ଚାଷଜମି ହ୍ରାସ ପାଇଚାଲିଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ଆସନ୍ତା ୨ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ଚାଷଜମି ଶେଷ ହୋଇ ଚାଷୀ ଜୀବିକା ହରାଇବା ସମ୍ଭାବନା ସୃଷ୍ଟି ହେବ ବୋଲି ଆକଳନ କରାଯାଉଥିବା ବୁଦ୍ଧିଜିବୀମାନେ କହିଛନ୍ତି ା
ସାମାଜିକ କର୍ମୀ ରଞ୍ଜିତ ପ୍ରଧାନ କୁହନ୍ତି, କୃଷି ବିଭାଗ ରିପୋର୍ଟ ଅନୁଯାୟୀ, ୨୦୧୭-୧୮ରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୫,୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା । ୨୦୨୩-୨୪ରେ କୃଷି ବିଭାଗ ରିପୋର୍ଟରେ ୧୧, ୩୦୦ହେକ୍ଟର ଜମିରେ ଚାଷ ହେଉଛି । ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ପାଖାପାଖି ୪,୦୦୦ ହେକ୍ଟର ଚାଷ ଜମି ହ୍ରାସ ପାଇଛି । ଅର୍ଥାତ୍‌ ବର୍ଷକୁ ପାଖାପାଖି ୮୦୦ ହେକ୍ଟରରୁ ଊଦ୍ଧର୍‌ବ ଚାଷଜମି କମୁଛି । ଯଦି ଏହି ଧାରାରେ ଜମି ହ୍ରାସ ପାଇ ଚାଲେ ତା’ହେଲେ ୫୦ରୁ୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପ ପାଇଯିବ । ଅପରପକ୍ଷେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦ ରୁ୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଞ୍ଚତ୍ବାର ସମ୍ଭାବନା ରହିଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ଚାଷଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଜମି ଦର ଆକାଶଛୁଆଁ ହୋଇଛି । ବିଶେଷକରି ପୌରାଞ୍ଚଳର ପୋଖରିଆପଡ଼ା, ବେଲତଳ, ପଟ୍ଟାମୁଣ୍ଡାଇ-ତାତନା ରାସ୍ତା, କଟକ-ଚାନ୍ଦବାଲି ରାସ୍ତାର ୧୪ ନଂ. କେନାଲଠାରୁ ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶର୍‌ବରେ ଥିବା ଚାଷଜମିର କିସମ ପରିବର୍ତ୍ତନ ହୋଇ ଘର ସବୁ ଗଢ଼ି ଉଠୁଛି । ଏହାଦ୍ୱାରା ଚାଷଜମି ହ୍ରାସ ପାଉଛି।
ଆଇନଜୀବୀ ଭବାନୀ ପଣ୍ଡା କହିଛନ୍ତି, ଗତ ୩ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ବାହାରିଥିବା ପୋଖରିଆପଡା ମାଇନର କେନାଲର ଚିହ୍ନବର୍ଣ୍ଣ ଆଉ ନାହିଁ । ଫଳରେ ଉକ୍ତ କେନାଲକୁ ଜଳ ସମ୍ପଦ ବିଭାଗ ମୃତ ଘୋଷଣାକଲା ପରେ ଏହାକୁ ଅନ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି । ମାତ୍ର ବିଭାଗର ଅଗୋଚରରେ ଏହାର ଉଭୟ ପାଶର୍‌ବରେ ଥିବା ଚାଷଜମି ସବୁ ଘରବାଡ଼ି କିସମରେ ପରିଣତ ହୋଇ କୋଠା ନିର୍ମାଣ ହୋଇ ସହରରେ ପରିଣତ ହୋଇଛି । ପୌରାଞ୍ଚଳରେ ପୋଖରିଆପଡ଼ା କେନାଲ ପାଖ ଜମି ସବୁ ଉପରେ କୋଠା ହୋଇଥିବା ବେଳେ ପଟ୍ଟାମୁଣ୍ଡାଇରୁ ତାତନା ରାସ୍ତାର ଦୁଇପାଶର୍‌ବର ଜମି ସବୁ କୋଠା ହୋଇସାରିଛି । ପୁନଶ୍ଚ ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ଚଞ୍ଚକତାରେ ଘରଦ୍ୱାର କରି ଚାଲିଛନ୍ତି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।
ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ଏମ୍‌ଏନ୍‌ ହାଇସ୍କୁଲଠାରୁ ବକ୍ତାରପୁର ଦେଇ କଖାରୁଣୀ ପୋଲଠାରୁ ମଦନପୁର କଲେଜ ପର୍ଯ୍ୟନ୍ତ ୨ ପାଶର୍‌ବ ଜମିରେ କୋଠା ଗଢ଼ି ଉଠୁଛି । ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରାରେ ଜମିର କିସମ ପରିବର୍ତ୍ତନ ହୋଇ କୋଠାବାଡ଼ି ଗଢ଼ା ହୋଇଚାଲିଛି । ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି. ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ିଛି । ଏଥିସହ ପାଣି ଅଭାବ ଯୋଗୁ ହଜାରରୁ ଊର୍ଦ୍ଧ୍ୱ ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି । ଫଳରେ ଜମି ମାଲିକମାନେ ଜମିକୁ ପଡ଼ିଆ ରଖିବା ସହ ଘରବାଡ଼ି କରି ଦେଉଛନ୍ତି । ଯାହା ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ମୂଲ୍ୟରେ ପହଁଚିଛି । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ରାସ୍ତାଗୁଡିକର ୨ ପାଶର୍‌ବରେ ଥିବା ନୟନଯୋରୀ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ଫଳରେ ଉଭୟ ପାଶର୍‌ବ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି । ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରେ ସରକାରୀ ନିୟମ ଆସିଲେ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri