Posted inଫୁରସତ

ନିଜେ ବେସାହାରା, ହେଲେ କୁକୁର ପାଇଁ ତୋଳିଲେ ବିଳାସପୂର୍ଣ୍ଣ ଘର

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ବେଶ୍‌ ଶିକ୍ଷଣୀୟ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ପ୍ରଶଂସା କରିବେ।

ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଇଛି, ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍‌। ଯଦି କେହି ଅସୁବିଧାରେ ପଡ଼ନ୍ତି, ତେବେ ତାଙ୍କୁ କେବେବି ଏକୁଟିଆ ଛାଡ଼ିଯିବା ଉଚିତ୍‌ ନୁହେଁ। ବର୍ତ୍ତମାନ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଆମ ସାମ୍ନାରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରେ।

କୁହାଯାଏ, ଯେଉଁମାନଙ୍କର ଟଙ୍କା ଅଛି ସେମାନେ କିଛି କରିପାରିବେ, କିନ୍ତୁ ଆପଣ ପ୍ରାୟତଃ ଦେଖିଥିବେ ଦୁନିଆରେ ଅଧିକାଂଶ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ବହୁତ ଟଙ୍କା ଅଛି, କିନ୍ତୁ ସେମାନଙ୍କ ହୃଦୟ ବହୁତ ଛୋଟ। ଏହାର ଅର୍ଥ ହେଉଛି ଟଙ୍କା ଥିବା ଲୋକମାନେ ପ୍ରାୟତଃ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ ମନେ କରିଥାନ୍ତି। ସେହି ସମୟରେ ଯେଉଁମାନେ ଗରିବ, ସେମାନେ ସର୍ବଦା ସେମାନଙ୍କ ସହିତ ଛିଡ଼ା ହୁଅନ୍ତି, ସେ ମଣିଷ ହୁଅନ୍ତୁ କିମ୍ବା ପଶୁ ।

ଫଟୋରେ ଦେଖିବେ ଜଣେ ବ୍ୟକ୍ତି ହ୍ୟାଣ୍ଡକାର୍ଟ ଉପରେ ଶୋଇଛନ୍ତି। ଆଉ ତାଙ୍କ ମୁଣ୍ଡ ଉପରେ କୁକୁର ଶୋଇବା ପାଇଁ ସେ ଏକ ବେଡ୍‌ ମଧ୍ୟ କରିଛନ୍ତି। କୁକୁରର ଏହି ବେଡ୍‌କୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି ଅସହାୟ ବ୍ୟକ୍ତି ଜଣକ। ଯେମିତି ଡବଲ ବେଡ୍‌ ପଡ଼ିଥିବା ପରି ଦେଖାଯାଉଛି।

ଏହି ଫଟୋକୁ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ‘କିଛି ଲୋକ ଏତେ ଗରିବ ଯେ, ସେମାନଙ୍କ ପାଖରେ କେବଳ’ ଟଙ୍କା ଅଛି ଏବଂ କିଛି ଲୋକ ଏତେ ଧନୀ ଅଟନ୍ତି ଯେ, ସେମାନଙ୍କ ପାଖରେ କେବଳ ହୃଦୟ ଥାଏ।

ଏହି ଫଟୋଟିକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ୟୁଜରମାନେ ଅନେକ ଭଲ ମନ୍ତବ୍ୟ ଦେବା ସହ ସେହି ବ୍ୟକ୍ତିଙ୍କୁ ମଧ୍ୟ ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମଣିଷ ଆମେ ସମସ୍ତେ, ଯଦି କେବଳ ମାନବିକତା ଆମ ଭିତରକୁ ଆସେ, ତେବେ ଏହି ପୃଥିବୀ ସ୍ବର୍ଗଠାରୁ କମ୍‌ ନୁହେଁ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି – ଧନ ପାଇଁ ଅର୍ଥର ଆବଶ୍ୟକତା ନାହିଁ, ହୃଦୟରେ ଧନୀ ବ୍ୟକ୍ତି ସମସ୍ତଙ୍କ ପାଇଁ ଦୟାଳୁ ଏବଂ ସାହାଯ୍ୟକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri