Posted inଫୁରସତ

ନିଜେ ବେସାହାରା, ହେଲେ କୁକୁର ପାଇଁ ତୋଳିଲେ ବିଳାସପୂର୍ଣ୍ଣ ଘର

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଏବଂ ଭିଡିଓ ବେଶ୍‌ ଶିକ୍ଷଣୀୟ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ପ୍ରଶଂସା କରିବେ।

ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଇଛି, ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍‌। ଯଦି କେହି ଅସୁବିଧାରେ ପଡ଼ନ୍ତି, ତେବେ ତାଙ୍କୁ କେବେବି ଏକୁଟିଆ ଛାଡ଼ିଯିବା ଉଚିତ୍‌ ନୁହେଁ। ବର୍ତ୍ତମାନ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଆମ ସାମ୍ନାରେ ମାନବିକତାର ଏକ ଉଦାହରଣ ସୃଷ୍ଟି କରେ।

କୁହାଯାଏ, ଯେଉଁମାନଙ୍କର ଟଙ୍କା ଅଛି ସେମାନେ କିଛି କରିପାରିବେ, କିନ୍ତୁ ଆପଣ ପ୍ରାୟତଃ ଦେଖିଥିବେ ଦୁନିଆରେ ଅଧିକାଂଶ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ବହୁତ ଟଙ୍କା ଅଛି, କିନ୍ତୁ ସେମାନଙ୍କ ହୃଦୟ ବହୁତ ଛୋଟ। ଏହାର ଅର୍ଥ ହେଉଛି ଟଙ୍କା ଥିବା ଲୋକମାନେ ପ୍ରାୟତଃ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ ମନେ କରିଥାନ୍ତି। ସେହି ସମୟରେ ଯେଉଁମାନେ ଗରିବ, ସେମାନେ ସର୍ବଦା ସେମାନଙ୍କ ସହିତ ଛିଡ଼ା ହୁଅନ୍ତି, ସେ ମଣିଷ ହୁଅନ୍ତୁ କିମ୍ବା ପଶୁ ।

ଫଟୋରେ ଦେଖିବେ ଜଣେ ବ୍ୟକ୍ତି ହ୍ୟାଣ୍ଡକାର୍ଟ ଉପରେ ଶୋଇଛନ୍ତି। ଆଉ ତାଙ୍କ ମୁଣ୍ଡ ଉପରେ କୁକୁର ଶୋଇବା ପାଇଁ ସେ ଏକ ବେଡ୍‌ ମଧ୍ୟ କରିଛନ୍ତି। କୁକୁରର ଏହି ବେଡ୍‌କୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି ଅସହାୟ ବ୍ୟକ୍ତି ଜଣକ। ଯେମିତି ଡବଲ ବେଡ୍‌ ପଡ଼ିଥିବା ପରି ଦେଖାଯାଉଛି।

ଏହି ଫଟୋକୁ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ‘କିଛି ଲୋକ ଏତେ ଗରିବ ଯେ, ସେମାନଙ୍କ ପାଖରେ କେବଳ’ ଟଙ୍କା ଅଛି ଏବଂ କିଛି ଲୋକ ଏତେ ଧନୀ ଅଟନ୍ତି ଯେ, ସେମାନଙ୍କ ପାଖରେ କେବଳ ହୃଦୟ ଥାଏ।

ଏହି ଫଟୋଟିକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ୟୁଜରମାନେ ଅନେକ ଭଲ ମନ୍ତବ୍ୟ ଦେବା ସହ ସେହି ବ୍ୟକ୍ତିଙ୍କୁ ମଧ୍ୟ ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମଣିଷ ଆମେ ସମସ୍ତେ, ଯଦି କେବଳ ମାନବିକତା ଆମ ଭିତରକୁ ଆସେ, ତେବେ ଏହି ପୃଥିବୀ ସ୍ବର୍ଗଠାରୁ କମ୍‌ ନୁହେଁ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି – ଧନ ପାଇଁ ଅର୍ଥର ଆବଶ୍ୟକତା ନାହିଁ, ହୃଦୟରେ ଧନୀ ବ୍ୟକ୍ତି ସମସ୍ତଙ୍କ ପାଇଁ ଦୟାଳୁ ଏବଂ ସାହାଯ୍ୟକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri