ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ଆଣି ଲଗାଇଥାନ୍ତି; ଯେଉଁଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ଟ୍ରାଏ କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।

ଯେମିତି କି: * ସତେଜ ଆଲୋଭେରାରୁ ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍‌ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ।

* ଖରାଦିନେ ସ୍କିନ୍‌ରେ ଦେଖାଯାଉଥିବା ଆଲର୍ଜି ସ୍ଥାନରେ ବରଫ ଖଣ୍ଡ(ସୂତା କପଡ଼ାରେ ଗୁଡ଼ାଇ)କୁ ଧୀରେ ଧୀରେ ମାଲିସ୍‌ କଲେ ବି କେତେକାଂଶରେ ମୁକ୍ତି ମିଳେ।

* ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ। ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍‌ ରାଶେଶ୍‌ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ।