Advertisement

‘ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼’

ନୂଆଦିଲ୍ଲୀ,୧୫।୧୧:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଗୃହ ଋଣ ହ୍ରାସ ସହ ପ୍ରୋସେସିଂ ଫି ଛାଡ଼ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବି ଗୃହ ଋଣ ସୁଧ ହାରକୁ ୨୫ ବିପିଏସ ହ୍ରାସ କରି ବାର୍ଷିକ ୮.୨୫% କରିଥିବା ବେଳେ ପ୍ରୋସେସିଂ ଫି’କୁ ମଧ୍ୟ ଛାଡ଼ କରିଛି। ଏହି ସୁବିଧା ୨୦୨୨ ନଭେମ୍ବର ୧୪ ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସେହିଭଳି ଋଣଗ୍ରହୀତାଙ୍କ ନିମନ୍ତେ ଫ୍ରେସ୍‌ ଗୃହ ଋଣ ତଥା ବାଲାନ୍‌ସ ଟ୍ରାନ୍‌ସଫରରେ ମଧ୍ୟ ଉକ୍ତ ସୁବିଧା ଉପଲବ୍ଧ ରହିଛି। ଏ ସମ୍ପର୍କରେ ବିଓବିର ଜେନେରାଲ୍‌ ମ୍ୟାନେଜର (ମର୍ଟଗେଜେସ୍‌ ଆଣ୍ଡ ଅଦର ରିଟେଲ୍‌ ଆସେଟ୍‌ସ) ଏଚ.ଟି ସୋଲାଙ୍କି କହିଛନ୍ତି, ଏପରି ଏକ ପରିସ୍ଥିତି ଯେଉଁଠାରେ ସୁଧ ହାର ସର୍ବଦା ବୃଦ୍ଧି ହେଉଛି। ଆମେ ଆମର ସୁଧ ହାରକୁ କମ୍‌ କରି ଅତ୍ୟନ୍ତ ଆନନ୍ଦିତ ଓ ଏହା ସହିତ ଏକ ସ୍ପେଶିଆଲ୍‌, ଲିମିଟେଡ୍‌ ପିରିୟଡ୍‌ର ଗୃହ ଋଣ ସୁଧ ୮.୨୫% ହାରରେ ପ୍ରଦାନ କରୁଛୁ, ଯାହା ସହୟତାରେ କ୍ରେତାମାନେ ସୁଲଭ ମୂଲ୍ୟରେ ଗୃହକୁ କିଣି ପାରିବେ। ଆମେ ଚଳିତ ବର୍ଷ ଗୃହ ଋଣରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ପାଇଛୁ ଓ ବିଭିନ୍ନ ସହରରେ ଏହାର ଚାହିଦା ବୃଦ୍ଧି ହୋଇଛି ଓ ଗ୍ରାହକମାନେ ଏଥିରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦନ-ଆର୍ଥିକ ମାନଦଣ୍ଡରେ ନାଲ୍‌କୋର ଦୃଢ଼ ପ୍ରଦର୍ଶନ

ଭୁବନେଶ୍ୱର,୨୩।୯:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ୪୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି। ଏହି...

ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ

ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର...

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ...

ନିବେଶକ ହରାଇଲେ ୧.୬୫ ଲକ୍ଷ କୋଟି

ମୁମ୍ବାଇ,୨୦-୯: ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ହ୍ରାସ ସମ୍ପର୍କରେ ଘୋଷଣା ବିଦେଶ ସମେତ ଭାରତୀୟ ଷ୍ଟକ୍‌ ବଜାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ...

୭୦୪ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌...

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୮ : ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ମାସ ୩୧ ଯାଏ...

ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ,...

କରୋନା ପ୍ରଭାବ ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ...

Advertisement
Archives

Model This Week