ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବଲାଙ୍ଗୀର ସହରରେ ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିବା ଜଣେ ହୋମଗାର୍ଡଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ହୋମଗାର୍ଡ ଜଣକ ହେଲେ ହେମନ୍ତ କୁମାର ସେଠ( ୪୧ )। ସେ ରଣ୍ଡା ଗାଁର ବାସିନ୍ଦା। ଥାନାରେ ରୋଲକାଲ ଦେଇ ବଲାଙ୍ଗୀରରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ପୁଇଁନ୍ତଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି। ଦୁର୍ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଥିବା ପୁଇଁନ୍ତଲା ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି ।

Dharitri – The Largest & Most Trusted Odia Daily

Share
Tags: odisha