ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମର ଦିବାକର ଗୌଡ଼ ।
ଖବର ଅନୁସାରେ, ଦିବାକର ନିଜ ଘର ସମ୍ମୁଖରେ ଚାଲିଥିବା ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଏକ ପ୍ଲଗ ଲଗାଇବା ସମୟରେ ବିଦ୍ୟୁତ ଝଟକା ଲାଗିଥିଲା । ବିଦ୍ୟୁତ ଆଘାତ ଏତେ ଜୋରରେ ଥିଲା ଯେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମୃତ ଦିବାକରଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ମେଡିକାଲରେ ପହଞ୍ଚି ମୃତ ଦିବାକରଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।


