ନିଯୁକ୍ତି ତାଲିକାରୁ ବାଦ୍‌ ପଡ଼ିଲେ ହୋମଗାର୍ଡ ଆଶାୟୀ, ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଗଜପତି,୧୫ା୮(ଗିରିଧାରୀ ପରିଚ୍ଛା): ନିଯୁକ୍ତି ତାଲିକାରୁ ବାଦ୍‌ ପଡ଼ିଥିବା ହୋମଗାର୍ଡ ଆଶାୟୀ ଶୁକ୍ରବାର ଗଜପତି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ବେଆଇନ ଭାବେ ହୋମଗାର୍ଡ ନିଯୁକ୍ତି ତାଲିକା ପ୍ରକାଶ ପାଇଥିବା ଅଭିଯୋଗ କରି ଆଶାୟୀମାନେ ବିକ୍ଷୋଭ କରିଛନ୍ତି। ଗତକାଲି ୧୨୮ଜଣ ହୋମଗାର୍ଡ ନିଯୁକ୍ତି ତାଲିକା ପ୍ରକାଶ ପାଇଥିଲା। ୧୪୪ ପଦବୀ ବଦଳରେ ୧୨୮ଜଣଙ୍କ ତାଲିକା ପ୍ରକାଶ ପାଇବାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଏସ୍‌ପିଙ୍କ କାର୍ଯ୍ୟାଳୟରେ କେହି ଅଧିକାରୀ ନାହାନ୍ତି। ଅଧିକାରୀଙ୍କୁ ଭେଟି ଆଲୋଚନା ପାଇଁ ଜିଦ୍‌ ଧରି ତାଲିକାରୁ ବାଦ୍‌ ପଡ଼ିଥିବା ଆଶାୟୀ ବସିଥିବା ବେଳେ ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚି ପ୍ରାର୍ଥୀମାନଙ୍କୁ ବୁଝାଶୁଝା କରିଥିଲେ।