ହୋମ୍‌ ଡକ୍ଟର

ପରିବାରରେ ସମସ୍ତଙ୍କ ସ୍ବାସ୍ଥ୍ୟର ଦାୟିତ୍ୱ ସାଧାରଣତଃ ଗୃହିଣୀମାନେ ହିଁ ନେଇଥାନ୍ତି। ଏବେ କରୋନା କାଳରେ ପରିବାରର ସମସ୍ତଙ୍କୁ ସୁସ୍ଥ ରଖିବା ମହିଳାମାନଙ୍କ ପାଇଁ ସବୁଠୁ ବଡ଼ ଦାୟିତ୍ୱ ପାଲଟିଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଯତ୍ନ ନେବା ପାଇଁ ଗୃହିଣୀମାନେ ସବୁବେଳେ ସତର୍କ ରହୁଛନ୍ତି। କହିବାକୁ ଗଲେ ଏକ ପ୍ରକାରର ଘରୋଇ ଡାକ୍ତର ଭଳି ସେମାନେ
ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରୁଛନ୍ତି..

କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏଣୁ ଏସମୟରେ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡୁଛି। ବୟସ୍କଙ୍କଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ କାହା ପାଇଁ କ’ଣ ସବୁ କରିବାକୁ ହେବ ତା’ ପାଇଁ ପୂର୍ବରୁ ପ୍ରସ୍ତୁତି କରି ରଖୁଛନ୍ତି ଗୃହିଣୀମାନେ। କାହିଁକି ନା ସତର୍କ ନ ରହିଲେ କେତେବେଳେ ଯେ କ’ଣ ହେବ କହି ହେବନି।
ଲାଇଫ୍‌ଷ୍ଟାଇଲ୍‌: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଲାଇଫଷ୍ଟାଇଲ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। କାହିଁକି ନା ଖାଇବା ପିଇବା ଶୋଇବା ଆଦି ସବୁଥିରେ ସନ୍ତୁଳନ ରକ୍ଷା କରି ଶରୀରକୁ ଠିକ୍‌ ରଖିହେବ ବୋଲି ଏବେ ଲୋକେ ଅନୁଭବ କରିଲେଣି। ଏଣୁ ସମସ୍ତେ ଠିକ୍‌ ସମୟରେ ଏସବୁ କରିବା ଉଚିତ। ତା’ ଛଡା ଋତୁ ଅନୁସାରେ ଖାଦ୍ୟ ଓ ଫଳ ସହିତ ସୁଷମ ଖାଦ୍ୟ ଖାଆନ୍ତୁ। କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସୁସ୍ଥ ରଖିବାକୁ ପ୍ରତିଦିନ ଉଷୁମ ପାଣି ପିଇବା, କାଢା ପିଇବା କିମ୍ବା ଷ୍ଟିମ୍‌ ନେବା ଏସବୁ ନିୟମ ପାଳନ କରିବାକୁ ଏବେ ଗୃହିଣୀମାନେ ଭୁଲୁନାହାନ୍ତି। ସମସ୍ତଙ୍କ ପାଇଁ ଏସବୁ ନିୟମ ମାନିବା ନିମନ୍ତେ ସୁବିଧା ଯୋଗାଇ ଦେବା ବିଶେଷକରି ଛୋଟ ପିଲା ଏବଂ ବୟସ୍କମାନଙ୍କୁ ଠିକ୍‌ ସମୟରେ ଖାଇବା ଓ ଶୋଇବା ପ୍ରତି ଗୃହିଣୀମାନେ ସତର୍କ ରହୁଛନ୍ତି।
ଯୋଗ ବ୍ୟାୟାମ:କରୋନାଠାରୁ ରକ୍ଷା ପାଇବା ପାଇଁ ସେପରି ନିର୍ଦ୍ଦିଷ୍ଟ ଔଷଧ ଏପର୍ଯ୍ୟନ୍ତ ଆସିନାହିଁ। ତେଣୁ ନିଜର ଇମ୍ୟୁନିଟି ବଢାଇବା ପାଇଁ ଯୋଗ ବ୍ୟାୟାମ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍‌। ସେଥିପାଇଁ ଅଧିକାଂଶ ମହିଳା ଏବେ ମର୍ନିଂ ୱାକ୍‌ କରିବା ସହିତ ପିଲାମାନଙ୍କୁ ଏବଂ ବୟସ୍କମାନଙ୍କୁ ବି ଏଥିପାଇଁ ପ୍ରବର୍ତ୍ତାଉଛନ୍ତି। କାହିଁକିନା ପିଲାମାନେ ବି ଘରେ ରହି ଟିଭି ଓ ଫୋନ ଦେଖିଲେ ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯିବ। ତେଣୁ ଏକଥାକୁ ହୃଦୟଙ୍ଗମ କରି ଏବେ ଗୃହିଣୀମାନେ ପରିବାରର ସବୁ ସଦସ୍ୟ ଯେପରି ଯୋଗ ଏବଂ ବ୍ୟାୟାମ କରିବେ ସେନେଇ ଘରେ ପରିବେଶ ସୃଷ୍ଟି କରୁଛନ୍ତି।
ତୁରନ୍ତ ପରାମର୍ଶ:ସମସ୍ତ ସତର୍କତା ସତ୍ତ୍ୱେ ଅନେକ ସମୟରେ ପେଟ ଯନ୍ତ୍ରଣା, ଥଣ୍ଡା, କାଶ ଭଳି ଛୋଟ ମୋଟ ସ୍ବାସ୍ଥ୍ୟ ସମସ୍ୟା ବି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି କୌଣସି ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବଶ୍ୟ ଏବେ ଏ ଦୃଷ୍ଟିରୁ ଅଧିକାଂଶ ଗୃହିଣୀ ବେଶ୍‌ ସଚେତନ ଅଛନ୍ତି। ତେଣୁ ଘରେ ରହି ଫୋନରେ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରି ତୁରନ୍ତ ଔଷଧ ଆଣି ଦେଉଛନ୍ତି।
ଏମାନେ କ’ଣ କହନ୍ତି
ବେଶି ସତର୍କ ହେବାକୁ ପଡୁଛି :ଏବେ ମୋ ବୋହୂ ଗର୍ଭବତୀ ଥିବାରୁ ମୁଁ ପୂରା ସତର୍କ ରହିଛି। ଘରୁ କେହି ବି ବାହାରକୁ ଗଲେ ଫେରିବା ପରେ ସେମାନଙ୍କୁ ଭଲ ଭାବେ ଧୋଇ ହୋଇ ଲୁଗାପଟା ବଦଳି ଘର ଭିତରକୁ ଆସିବାର ଅନୁମତି ଦିଏ। ତା’ ଛଡା ବୋହୂର ଖାଦ୍ୟପେୟ ପ୍ରତି ଧ୍ୟାନ ଦେଇଥାଏ। ତାକୁ ପ୍ରତିଦିନ ଉଷୁମ ପାଣି ପିଇବାକୁ ଦେଉଛି। ସବୁଠୁ ବଡ କଥା ହେଉଛି ତା’ର ମନୋବଳ ଦୃଢ କରିବା ପାଇଁ ମୁଁ ସବୁବେଳେ ତାକୁ ସକାରାତ୍ମକ କଥା ଶୁଣିବା ପାଇଁ କହେ। ସେଥିପାଇଁ ଏବେ ମୁଁ କରୋନା ସମ୍ପର୍କିତ ଖବର କିମ୍ବା ମୃତ୍ୟୁ ସଂଖ୍ୟା ବିଷୟରେ ବୋହୂକୁ ଦେଖିବାକୁ ଦିଏନି। ଠାକୁରଙ୍କୁ ଡାକୁଛି କେମିତି ଭଲରେ ଭଲରେ ତା’ର ପ୍ରସବ ହୋଇଯାଉ।
-ଜୟନ୍ତି ମହାନ୍ତି ,ମାଣିଖମ୍ବ,
ମୋତିଗଞ୍ଜ, ବାଲେଶ୍ୱର
ସମସ୍ତଙ୍କୁ କାଢ଼ା: କରୋନା ପାଇଁ ଆରବର୍ଷରୁ ସବୁଦିନ ଦିନକୁ ଥରେ ଲେଖାଏଁ କାଢା ତିଆରି କରି ନିଜେ ପିଇବା ସହିତ ସମସ୍ତଙ୍କୁ ଦେଉଛି। କାଢା ତିଆରି ପାଇଁ ସମସ୍ତ ପ୍ରକାରର ମସଲାକୁ ଗୁଣ୍ଡ କରି ଏକାଠି ଡବାରେ ଭର୍ତ୍ତି କରି ରଖିଛି। କେବଳ ପାଣିରେ ଅଦା ଆଉ ତେଜପତ୍ର ପକାଇବା ପରେ ଏହି ଗୁଣ୍ଡକୁ ପକାଇ ସିଝାଇ ଦେଉଛି। ତା’ ଛଡା ଘରକୁ ପରିଷ୍କାର ରଖୁଛି ଆଉ ସାନିଟାଇଜ୍‌ ବି କରୁଛି। ଏହା ବ୍ୟତୀତ ବାହାରୁ ଆସିଥିବା ପରିବାକୁ ଧୋଇବା, ଅନ୍ୟ ସମସ୍ତ ଜିନିଷକୁ ସଫାସୁତୁରା କରିବା ସହିତ ସାନିଟାଇଜ୍‌ ବି କରିଥାଏ। ସ୍ବାମୀଙ୍କୁ ଅଫିସ ଯିବା ସମୟରେ ରୋଷେଇ କରି ଦେବା ସହିତ ଥର୍ମୋପ୍ଲାସରେ କାଢା, ବ୍ୟାଗରେ ପେପର ସୋପ୍‌, ସାନିଟାଇଜର ଆଦି ଦେଇଥାଏ। ମୋର ଛୁଆ ଦୁଇଜଣ ଛୋଟ ଥିବାରୁ ମତେ ଟିକେ ବେଶି ସତର୍କ ହେବାକୁ ପଡୁଛି।
-ସୁଜାତା ଦାଶ, ଗୃହିଣୀ, ଧାତୁନଗର, କାଞ୍ଚନବାଗ, ହାଇଦ୍ରାବାଦ
ଥରେ ଷ୍ଟିମ୍‌ ନେଉଛନ୍ତି: ଘରେ କରୋନା ପାଇଁ ମୁଁ ପୂରା ସତର୍କ। ସେଥିପାଇଁ ଘରେ ସମସ୍ତଙ୍କୁ ଉଷୁମ ପାଣି ପିଇବାକୁ ଦେଉଛି। ଆଉ ସମସ୍ତଙ୍କୁ ଥରେ ଅତି କମରେ ଷ୍ଟିମ୍‌ ନେବାପାଇଁ ମନେ ପକାଇ ଦେଇଥାଏ। ତା’ ଛଡା ଖାଇବା ପିଇବା ସବୁ ମାଧ୍ୟମରେ କିଭଳି ଇମ୍ୟୁନିଟି ବଢ଼ିବ ସେହି ଅନୁସାରେ ମୁଁ ରୋଷେଇ କରିଥାଏ। ହ୍ୟାଣ୍ଡୱାଶ୍‌ ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା ଆଦି ବିଭିନ୍ନ ଦିଗପ୍ରତି ମୁଁ ସତର୍କ ରହିଛି।
-ରୋଜାଲିନ୍‌ ଜେନା, ଗୃହିଣୀ, ଦହିପାଳ, ନାଉଗାଁ, ଜଗତ୍‌ସିଂହପୁର
ସବୁବେଳେ ସତର୍କ ରହିଛି: ମତେ ଅନେକ ସମୟରେ ବାହାରକୁ ଯିବାକୁ ପଡେ। ମୋ ସ୍ବାମୀ ଏବଂ ପରିବାରର ଅନ୍ୟମାନେ ବି ଚାକିରି ପାଇଁ ବାହାରକୁ ଯାଆନ୍ତି। ଘରକୁ ଫେରିବା ପରେ ସମସ୍ତଙ୍କ ଲୁଗାପଟାକୁ ପ୍ରଥମେ ସଫା କରେ। ଆଉ ଧୋଇ ହୋଇ ସାରିବା ପରେ ସମସ୍ତଙ୍କ ପାଇଁ କାଢା ଓ ବାମ୍ଫ ନେବାର ବ୍ୟବସ୍ଥା କରେ। ଘରକୁ କେହି ବାହାର ଲୋକ ଆସିଲେ ଦୂରତା ବଜାୟ ରଖେ ଏବଂ ସାନିଟାଇଜେସନ୍‌ କରେ। ଯଥାସମ୍ଭବ ସତର୍କ ରହି ମୁଁ ସମସ୍ତଙ୍କୁ କରୋନାଠାରୁ ଦୂରେଇ ରଖିବାରେ ଆଜିଯାଏ ସମର୍ଥ ହୋଇଛି, ତଥାପି ଆଗକୁ କ’ଣ ହେବ ଭାବିଲେ ବେଳେବେଳେ ଭୟ ଲାଗୁଛି।
-ରତ୍ନାବତୀ ମହାନ୍ତି , ଶିକ୍ଷୟିତ୍ରୀ,
ନନ୍ଦପୁର, ବାସୁଦେବପୁର, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri