ଘର ବିକ୍ରି ଆଳରେ ୭୫ ଲକ୍ଷ ଠକେଇ ଓଲିଉଡ୍‌ ପ୍ରଯୋଜକ ଗିରଫ

ଭୁବନେଶ୍ୱର,୨୭।୩(ବ୍ୟୁରୋ) – ଘର ବିକ୍ରି କରିବା ଆଳରେ ଜଣେ ଆସୋସିଏଟ୍‌ ପ୍ରଫେସରଙ୍କଠାରୁ ୭୫ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଜଣେ ଓଲିଉଡ୍‌ ପ୍ରଯୋଜକଙ୍କୁ ଖଣ୍ଡଗିରି ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା କୋଳଥିଆ ହାଉସିଂବୋର୍ଡ କଲୋନିରେ ରହୁଥିବା ଅଜିତାଭ୍‌ ମଲ୍ଲିକ। ତେବେ ସେ ନିଜେ ସହପ୍ରଯୋଜକ ଥିବା ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ସହ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ଅଭିଯୋଗକାରିଣୀ ନିର୍ଲିପ୍ତା ସ୍ବାଇଁ ରେଭେନ୍‌ଶା ବିଶ୍ୱ ବିଦ୍ୟାଳୟରେ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଘର କିଣିବାକୁ ଯୋଜନା କରୁଥିବା ନିର୍ଲିପ୍ତା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପଢ଼ୁଥିବା ଅଜିତାଭଙ୍କ ଭଉଣୀଙ୍କ ମାଧ୍ୟମରେ ସମ୍ପର୍କ ହୋଇଥିଲା। କୋଳଥିଆସ୍ଥିତ ରହୁଥିବା ଡୁପ୍ଲେକ୍ସ ଘର(ଏମ୍‌ଆଇଜି-୪୬)କୁ ବିକ୍ରି କରିବା ପାଇଁ ଅଜିତାଭ କହିଥିଲେ। ଏଥିପାଇଁ ନିର୍ଲିପ୍ତାଙ୍କ ସହ ୧ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଘର ପାଇଁ ନିର୍ଲିପ୍ତା ପ୍ରଥମେ ୨୫ ଲକ୍ଷ ଟଙ୍କା ନଗଦ ଦେଇଥିଲେ। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ୭୫ ଲକ୍ଷ ଟଙ୍କା ଦେଇଥିଲେ, ଯେଉଁଥିରେ ୩୦୦ ଗ୍ରାମର ସୁନା ମଧ୍ୟ ରହିଛି। ତେବେ ଟଙ୍କା ନେବାର ଦୀର୍ଘଦିନ ପର୍ଯ୍ୟନ୍ତ ନିର୍ଲିପ୍ତାଙ୍କୁ ଅମିତାଭ ଘର ଦେଇ ନ ଥିଲେ। ବହୁଥର ବାଧ୍ୟ କରିବା ପରେ ଅଜିତାଭ ୭ଟି ଚେକ୍‌ ଦେଇଥିଲେ। ହେଲେ ବ୍ୟାଙ୍କରେ ଟଙ୍କା ନ ଥିବାରୁ ଚେକ୍‌ଗୁଡ଼ିକ ବାଉନ୍ସ ହୋଇଯାଇଥିଲା। ଏପରିକି କୋଳଥିଆସ୍ଥିତ ଘର ପରିବର୍ତ୍ତେ ବ୍ରହ୍ମୁପୁରରେ ଏକ ଘର ଦେବୁ ବୋଲି ମଧ୍ୟ ଅଜିତାଭ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଘର ନ ମିଳିବାରୁ ନିର୍ଲିପ୍ତା ଟଙ୍କା ମାଗିବାରୁ ଅଜିତାଭ ତାଙ୍କୁ ହତ୍ୟା ଧମକ ଦେଇଥିଲେ।, ଅଜିତାଭଙ୍କ ପରିବାର ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ମଧ୍ୟ ନିର୍ଲିପ୍ତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ଗତ ମାର୍ଚ୍ଚ ୨୩ରେ ପୋଲିସ ଏକ ମାମଲା (ନଂ.୧୩୭/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଏହି ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲୁରହିଛି। ଠକେଇ ଟଙ୍କା କୁଆଡ଼େ ଯାଇଛି ତାହା ଜାଣିବାକୁ ଅଜିତାଭଙ୍କ ସମସ୍ତ ବ୍ୟାଙ୍କର ଟ୍ରାଞ୍ଜାକ୍ସନ୍‌ ବିବରଣୀ ମଗାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri