ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ହୋଲି ଛୁଟିରେ ଜିଲାସ୍ତରୀୟ ଅଫିସରଙ୍କୁ ହେଡ୍କ୍ୱାଟର ନ ଛାଡ଼ିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ମାର୍ଚ୍ଚ ୧୪ରୁ ୧୬ ୩ଦିନ ଛୁଟି ପଡୁଥିବାରୁ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ଏବଂ ବିଡିଓଙ୍କୁ ଜିଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
ଏପରିକି ଆଇନଶୃଙ୍ଖଳା ସହ ଜଡ଼ିତ ଅଫିସରଙ୍କୁ ମଧ୍ୟ ହେଡ୍କ୍ୱାଟର ଛାଡ଼ିବାକୁ ମନା କରାଯାଇଛି। ଭଦ୍ରକ ସହରରେ ହୋଲି ପାଇଁ କୌଣସି ସାମ୍ପ୍ରତିକ ପରିସ୍ଥିତି ସୃଷ୍ଟି ନ ହେଉ, ଶାନ୍ତି ସଦ୍ଭାବନା ସହ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ଜିଲାପାଳ ଏହି ନିର୍ଦ୍ଦେଶମାନା ଜାରି କରିଛନ୍ତି। ଏପରିକି ଅତିରିକ୍ତ ଜିଲାପାଳ, ଉପ ଜିଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ଆର୍ଲଟ ରହିବାକୁ ଚିଠିରେ କୁହାଯାଇଛି।


